ମଦ୍ୟପ କାର ଡ୍ରାଇଭର ର ବେପରୁଆ ଗାଡି ଚାଳନା,ଏକ ମୃତ ଦୁଇ ଗୁରୁତର
ଆସିକା,୨୨/୧୦/୨୫ ଗୋଟିଏ କାର ର ସିରିଜ ଦୁର୍ଘଟଣାରେ କାର ଚାଳକ ଓ କାର ରେ ବସିଥିବା ବ୍ୟକ୍ତିଙ୍କୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ।
କାର ଟି ପ୍ରଥମେ ଧରାକୋଟ ଥାନା ଅନ୍ତର୍ଗତ ବରଡ଼ାବିଲି ଗ୍ରାମ ଜାତୀୟ ରାଜପଥ 59 ରେ ଗୋଟିଏ ବାଇକ କୁ ଧକ୍କା ଦେଇ ଚମ୍ପଟ ମାରୁଥିବା ବେଳେ ସେଠାରୁ କିଛି ଦୂର ପରେ ବରଡାବାଲି ଗ୍ରାମର କାଳୁ ଚରଣ ଗୌଡ ବୟସ 70 ଙ୍କୁ ବି ଧକ୍କା ଦେଇ ଫେରାର ହୋଇ ଯାଇଥିଲା।
ଘଟଣା ସ୍ଥଳରେ ଦୁଇ ବାଇକ ଚାଳକ ଧରାକୋଟ ବ୍ଲକ ଅନ୍ତର୍ଗତ ସାବା ପଞ୍ଚାୟତ ର ମେଣ୍ଟି ବାଉଁଶ ଗ୍ରାମର ବଳରାମ ନାୟକ ବୟସ 60 ଓ ଡମ୍ଭୁରୁ ନାୟକ 40 ବୟସ ଗୁରୁତର ହୋଇ ପଡ଼ିଥିଲେ, ପ୍ରକାଶ ଯୋଗ୍ୟ ଯେ ବଳରାମ ଓ ଡମ୍ବୁରୁ ନିଜ ଜମିର ଚାଷ କାର୍ଯ୍ୟ ପାଇଁ ବଳଦ କିଣିବା ପାଇଁ ସୋରଡ଼ା ଅଞ୍ଚଳକୁ ଯାଉଥିଲେ।
ସେହି ପରି ବରଡ଼ା ବିଲି ଗ୍ରାମର କାଳୁ ଚରଣ ଗୌଡ଼ ଙ୍କୁ ବି କାର ଟି ଧକ୍କା ଦେବାରୁ ସେ ବି ଗୁରୁତର ହୋଇଛନ୍ତି। ପରେ କାର ଟିକୁ ଗାଁ ଲୋକେ ପିଛା କରି ଥିଲେ କାର ଟି ଦ୍ରୁତ ଗତିରେ ଯିବା ବେଳେ ସୋରଡ଼ା ଥାନା ଅନ୍ତର୍ଗତ ଲାଠି ପଡା ଗ୍ରାମ ନିକଟରେ ପୁଣି ଜଣେ ସାଇକେଲ ଆରୋହି ଙ୍କୁ ଧକ୍କା ଦେଇଥିଲା। ସେଠାରେ ଗାଁ ଲୋକେ କାର ଟିକୁ ଅଟକାଇ ଡ୍ରାଇଭର ଓ ସହଯୋଗୀ କୁ ନିର୍ଧୁମ ଛେଚିଲା ପରେ ସୋରଡ଼ା ପୋଲିସ ରେ ଜିମା ଦେଇଛନ୍ତି। ଅନ୍ୟ ପଟେ ବଳରାମ ନାୟକଙ୍କ ଧରାକୋଟ ମେଡିକାଲ ରେ ଚିକିତ୍ସିତ ଅବସ୍ଥାରେ ରେ ମୃତ୍ୟୁ ଘଟିଥିବା ବେଳେ 108 ଆମ୍ବୁଲାନ୍ସ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଗୁରୁତର ଆହତ ଡମ୍ଭୁରୁଙ୍କୁ ଦୁଇ ଘଣ୍ଟା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଖବର ପାଇ ଦୁର୍ଘଟଣା ସ୍ଥଳରେ ଧରାକୋଟ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଥିବାବେଳେ ଦୁର୍ଘଟଣା ଗ୍ରସ୍ତ ବାଇକ୍ ନଂ OD32H1927 କୁ ଧରାକୋଟ ପୁଲିସ ଜବତ କରିଛି । ଅନ୍ୟ ପଟେ କାର ଡ୍ରାଇଭର ଭୁବନେଶ୍ୱର ସୁନ୍ଦରପଦା ର ଶ୍ରୀତମ ସାହୁ ଓ ଅନିଲ ପାହାଡ଼ ସିଂ ଙ୍କୁ ଦୁର୍ଘଟଣା ଘଟାଇଥିବା କାର ନଂ OD17 S 7799 ସହ ସୋରଡ଼ା ପୁଲିସ ଧରାକୋଟ ପୋଲିସ କୁ ହସ୍ତାନ୍ତର କରିଛି । କାର କୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଧରାକୋଟ ପୋଲିସ ଅଟକ ରଖିଛି । ଜାତୀୟ ରାଜପଥ 59 ର କାଳଷଣ୍ଢ ପୁର ଠାରୁ ଖାରି ଗୁମ୍ମା ପର୍ଯ୍ୟନ୍ତ ପ୍ରାୟ 20 କିମି ରାସ୍ତା ଦୁର୍ଘଟଣା ପ୍ରବଣ ହୋଇ ପଡ଼ିଛି । ଜାତୀୟ ରାଜ ପଥ ପଦାଧିକାରୀ ଙ୍କ ଦାୟିତ୍ଵ ହୀନତା ଓ ଖମ ଖିଆଲି ମନୋଭାବ ଯୋଗୁଁ ଏହି ରାସ୍ତାରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟି ଜୀବନ ହାନି ହେଉଛି । ପ୍ରକାଶ ଯୋଗ୍ୟ ଗତ ଶନିବାର ଦିନ ଜାତୀୟ ରାଜପଥ 59 ର ହନୁମାନ ଦ୍ଵାର ଓ ମୁଣ୍ଡମରାଇ ମଝି ରାସ୍ତାରେ ଜଣେ ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ବନ ମାଳି ଗୌଡ ନିଜ ସ୍କୁଟି ରେ ନିଜ ଗ୍ରାମ ଜାନବିଲୀ କୁ ଫେରୁଥିବା ବେଳେ ଦ୍ରୁତ ଗତିରେ ବେପରୁଆ ଭାବରେ ବାଇକରେ ଆସୁଥିବା ତିନି ଜଣ ଆରୋହୀ ତାଙ୍କୁ ପଛପଟୁ ଧକ୍କା ଦେବା ଯୋଗୁଁ ଗୁରତାର ହୋଇ ପଡ଼ିଥିବା ବନମାଳି ଙ୍କ ର ମୃତ୍ୟୁ ଘଟିଥିଲା। ସବୁଠାରୁ ଆଶ୍ଚର୍ଯ୍ୟ ର କଥା ପ୍ରତିଦିନ ଜାତୀୟ ରାଜ ପଥ 59ରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁ ଥିଲେ ମଧ୍ୟ ବିଭାଗୀୟ ପଦାଧିକାରୀ କୌଣସି ତପ୍ତରତା ପ୍ରକାଶ କରୁନାହାନ୍ତି । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ନା କୌଣସି ଷ୍ଟପ୍ ବୋର୍ଡ କିମ୍ବା ସୂଚନା ଫଳକ କିମ୍ବା ଗତି ନିୟନ୍ତ୍ରକ ବୋର୍ଡ ଲଗା ଯାଉ ନାହିଁ । ଯାହାକି ଜାତୀୟ ରାଜ ପଥ ବିଭାଗର ଅସହାୟତା କୁ ପଦରେ ପକାଉଛି । ଏଣୁ ପୋଲିସ ତରଫ ରୁ ମଧ୍ୟ ପେଟ୍ରୋଲିଂ କୁ କଡ଼ା କଡ଼ି କରିବା ସହ ମଦ୍ୟପ ଚାଳକ ଙ୍କୁ ସାବାଡ କରିବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ହେଉଛି ।
ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

