ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ଧାରରେ ଉବୁଡୁବୁ ନର୍ଲା:-ଶୁଣିବାକୁ କେହି ନାହିଁ

ଅନ୍ଧାରରେ ଉବୁଡୁବୁ ନର୍ଲା:-ଶୁଣିବାକୁ କେହି ନାହିଁ 

ନର୍ଲା:- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ର ମୁଖ୍ୟାଳୟ ନର୍ଲା କୁ ସଦର ମହକୁମା କହିଲେ ଅତ୍ୟୁକ୍ତି ହେବନାହିଁ |ଏଠି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ତଥା ବ୍ୟବସାୟ ପ୍ରତିଷ୍ଠାନ,ସ୍କୁଲ୍‌,କଲେଜ୍‌,କୋଚିଂ ସେଣ୍ଟର୍‌ ମାନ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହେ |କିନ୍ତୁ ଦୁର୍ଭାଗ୍ୟ ର ବିଷୟ ସନ୍ଧ୍ୟା ୬ ଘଣ୍ଟା ହୋଇଗଲେ ନର୍ଲା ସହର ଅନ୍ଧକାର ମୟ ହୋଇଥାଏ |ଏଠାରେ କାଆଁ ଭାଆଁ ଷ୍ଟିଟ୍‌ ଲାଇଟ୍‌ ଜଳୁଥିବା ବେଳେ ଗଳିକନ୍ଦି କିନ୍ତୁ ଅନ୍ଧାରରେ ରହିଥାଏ |ପାର୍ବଣ ଋତୁ ମାନଙ୍କ ରେ ଦୋକାନ ବଜାର ଭିଡ଼ ସହ ହଜାର ହଜାର ଲୋକ ମାର୍କେଟିଂ କରିବା ପାଇଁ ନର୍ଲା ଉପରେ ନିର୍ଭର କରିଥାନ୍ତି |ଅନେକ ବିଦ୍ୟୁତ ଖୁଣ୍ଟରେ ଲାଇଟ୍‌ ନଥିବା ତଥା ଗଳିକନ୍ଦି ରେ ବିଦ୍ୟୁତ୍‌ ସଂଯୋଗ ନ ହେବାରୁ ସନ୍ଧ୍ୟା ସମୟରେ ବିଭିନ୍ନ ପ୍ରକାର ଦୁର୍ଘଟଣା ମାନ ଦେଖିବାକୁ ମିଳୁଛି | ପୁଣି ଲାଗିଥିବା ଲାଇଟ୍‌ ଗୁଡ଼ିକ ଜଳୁ ନଥିବାରୁ ପ୍ରବଳ ମାତ୍ରା ରେ ଚୋରି ହୋଇଥାଏ |ଲାଇଟ୍‌ ର ସୁବ୍ୟବସ୍ଥା ସ୍ଥାନୀୟ ପଞ୍ଚାୟତ କରୁନଥିବା ବେଳେ ବ୍ଲକ୍‌ ପ୍ରଶାସନ କିନ୍ତୁ ଚୁପ୍‌ ହୋଇ ବସି ରହିଛି |ଦୁର୍ଘଟଣା ଘଟୁଛି,ପୋଲିସ୍‌ ବାହିନୀ ଆସି ସମାଧାନ ହେଉଛି ହେଲେ ଲାଇଟ୍‌ ର ଚିନ୍ତା କାହାରି ନଜର ନାହିଁ |ତେଣେ ପଳ ପଳ ଗାଈ ରାସ୍ତା ମଝିରେ ଆଡ୍ଡା ଜମାଇ ଖେଳ କରୁଥିବା ବେଳେ ଲାଇଟ୍‌ ମାନ ଜଳୁ ନଥିବାରୁ ଆରାମ୍‌ ରେ ରାସ୍ତା ଜାମ୍‌ କରି ରହିଥାନ୍ତି,ଯଦ୍ୱାରା ଅନେକ ଦୁର୍ଘଟଣା ମାନ ଘଟିଥାଏ |ବିଭିନ୍ନ କାର୍ଯ୍ୟାଳୟ ରୁ ବିଭିନ୍ନ ବିଭାଗର କର୍ମଚାରୀ ମାନେ କର୍ମସ୍ଥଳୀ ରୁ ଘର କୁ ଫେରୁଥିବା ବେଳେ ରାସ୍ତା ର ଲାଇଟ୍‌ ଜଳୁ ନଥିବାରୁ ଅନେକ ଦୁର୍ଘଟଣା ର ଶିକାର ହେଉଥିବା ଜଣା ପଡ଼ିଛି |ତେଣେ ନର୍ଲା ବ୍ଲକ୍‌ ର ୨୬ ଗୋଟି ପଞ୍ଚାୟତ ରେ ୨୫ ଲକ୍ଷ୍ୟ ଟଙ୍କା ବକେୟା ଥିବା ଜନୈକ ପିଇଓ ପ୍ରକାଶ କରିଛନ୍ତି |ସେ ଯାହା ହେଉନା କାହିଁକି ନର୍ଲା ଷ୍ଟ୍ରିଟ୍ ଲାଇଟ୍ ସହ ଅନେକ ଗଳିକନ୍ଦି ରେ ଯଥାଶୀଘ୍ର ଲାଇଟ୍ ଲଗାଇବା ପାଇଁ ବିଭିନ୍ନ ମହଲ ରେ ଦାବୀ ହେଉଛି | 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଜମାଳପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ନଳକୂପ ମରାମତି ନେଇ ବିଡ଼ିଓଙ୍କୁ ଦାବିପତ୍ର

masiha

କୁତ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!