ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ “ଉତ୍ସାହ-2025” ପ୍ରତିଯୋଗୀତା ଅନୁଷ୍ଟିତ

ଜିଲ୍ଲାସ୍ତରୀୟ “ଉତ୍ସାହ-2025” ପ୍ରତିଯୋଗୀତା ଅନୁଷ୍ଟିତ 

ଆଦ୍ୟ ତାରିଖ 19.10.2025 ଦିନ ଜୟ ଶଙ୍କର ସେବାଶ୍ରମ, ବେଲସରାଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ “ଉତ୍ସାହ-2025” ପ୍ରତିଯୋଗୀତା ସୁନ୍ଦରଗଡ଼ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନର ରହୁଥିବା ଶିଶୁମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଏସ.ପି. ମହେନ୍ଦ୍ରନାଥ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା କାରାଗାର ଅଧିକ୍ଷକ ଜୀବନ ସିଂ ମୁଣ୍ଡା, ସାଇବର କ୍ରାଇମ ବିଶେଷଜ୍ଞ ମୁକେଶ ସାହାଣୀ, ପୋଲିସ ନିରୀକ୍ଷକ ଇନଚାର୍ଜ ଟାଙ୍ଗରପାଲି ଥାନା ଆଦି ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସାଇବର କ୍ରାଇମ ବିଷୟରେ ସଚେତନ କରିଥିଲେ l ଶିଶୁମାନଙ୍କ ମଧ୍ୟରେ ଦୌଡ଼, ଫୁଟବଲ, ଚେସ, କେରମ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମେ ସ୍ଥାନ ଗ୍ରହଣ କରିଥିବା ଶିଶୁମାନେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଣ୍ଡିଅମରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଭାଗ ନେବେ l ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଶିଶୁ ମଙ୍ଗଳ କମିଟିର ସଭ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା, ଚାଇଲଡ ଲାଇନର କାର୍ଯ୍ୟକର୍ତ୍ତାଗଣ ତଥା ଶିଶୁ ଯତ୍ନ ଅନୁଷ୍ଠାନମାନଙ୍କର କର୍ମଚାରୀ ବୃନ୍ଦ ସକ୍ରିୟ ଅଂଶଗ୍ରହଣ କରିଥିଲେ l ପାଖାପାଖି 150 ଜଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜବାଗୁଡାରେ ଆମ ବ୍ୟାଙ୍କ ସେବା ଉଦଘାଟିତ

masiha

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମାପନ 

Sunil Chandra Nayak

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!