ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଷାନାଳରେ ବିଏସଏନଏଲ୍ ଟାୱାର ଅଚଳ କର୍ମଚାରୀଙ୍କୁ ଅଟକ ରଖିଲେ ଉତ୍ୟକ୍ତ ଲୋକେ

ମୁଷାନାଳରେ ବିଏସଏନଏଲ୍ ଟାୱାର ଅଚଳ
କର୍ମଚାରୀଙ୍କୁ ଅଟକ ରଖିଲେ ଉତ୍ୟକ୍ତ ଲୋକେ

ଲାଞ୍ଜିଗଡ,୧୧/୧୨(ମନିସ)-ସପ୍ତାହ ସପ୍ତାହ ଧରି ଅଚଳ ହୋଇପଡ଼ୁଥିବା ମୋବାଇଲ୍ ନେଟୱର୍କକୁ ନେଇ ଜନ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି ! ବାରମ୍ବାର ଦାବି ଓ ଅଭିଯୋଗ ପରେ କୌଣସି ସ୍ଥାୟୀ ସମାଧାନ ନକରିବା, ଲୋକଙ୍କ ସମସ୍ୟାକୁ ଲଗାତାର ଅଣଦେଖା କରିବା ବିଏସ୍ଏନ୍ଏଲ୍ ପାଇଁ ଅଡ଼ୁଆ ପରିସ୍ଥିତି ସ୍ରୁଷ୍ଟି କରିଛି ! ଏପରିକି ଅଚଳ ଟାୱାର ସଜାଡ଼ିବାକୁ ଯାଇଥିବା କର୍ମଚାରୀଙ୍କୁ ଦୀର୍ଘ ସମୟ ଯାଏଁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ ! ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ମୂଷାନାଳଠାରେ ! ମୋବାଇଲ୍ ନେଟୱର୍କ ସମସ୍ୟାକୁ ନେଇ ଲୋକେ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କୁ ତାଲା ପକାଇ ଅଟକ ରଖିବା ସହିତ ଟିଡିଏମ୍ ଆସିଲେ ଓ ସମସ୍ୟାର ସ୍ଥାୟୀ ସମାଧାନ ଓ ୪ଜି ସେବା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବାକୁ ଦାବି ରଖିଥିଲେ I ତେବେ ଉତ୍ୟକ୍ତ ଲୋକଙ୍କ ଭୟରେ ଟିଡିଏମ୍ ନିଜେ ନଆସି ଏନେଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡ ତହସିଲଦାର କିରଣ କୁମାର ମହାନ୍ତି, ବିଶ୍ଵନାଥପୁର ଥାନାଧିକାରୀ ମମତା ହେମ୍ବ୍ରମ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ କର୍ମଚାରୀଙ୍କୁ ମୁକ୍ତ କରିଥିବା ଜଣାପଡ଼ିଛି I ଗ୍ରାମବାସୀ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେବା ସହିତ ଅଞ୍ଚଳର ନେଟୱାର୍କ ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି I

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

କୃଷି,କୃଷକ ଓ ଯୁବକଙ୍କୁ ନେଇ ଖବୁଶୀଘ୍ର କୃଷି କନ୍‌କ୍ଲେଭ – ୨୦୨୩

ସରକାରୀ ବିଦ୍ୟାଳୟ ମାନଙ୍କରେ ଜମି ସମସ୍ୟା ର ସମାଧାନ ବାଟ ଫିଟୁନି , ଗ୍ରାମ ମାନଙ୍କ ରେ ଚାପା ଉତ୍ତେଜନା ଲାଗି ରହିଛି 

Sunil Chandra Nayak

ନବରଙ୍ଗପୁରଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!