ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୌରପାଳିକା ପକ୍ଷରୁ ଧୂସର ଜଳ ପରିଚାଳନା ପ୍ରଶିକ୍ଷଣ ଶିବିର 

ପୌରପାଳିକା ପକ୍ଷରୁ ଧୂସର ଜଳ ପରିଚାଳନା ପ୍ରଶିକ୍ଷଣ ଶିବିର 

ନବରଙ୍ଗପୁର : ନବରଙ୍ଗପୁର ପୌର ପାଳିକା ପକ୍ଷରୁ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳିନୀ ଗୃହ ଠାରେ ନବରଙ୍ଗପୁର ଓ ଉମରକୋଟ ପୌରପାଳିକା ର କର୍ମଚାରୀଙ୍କୁ ନେଇ ଧୂସର ଜଳ (ଗ୍ରେ ୱାଟର ) ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଘରୁ କିମ୍ବା ଦୋକାନ ବଜାରରୁ ପ୍ରତିଦିନ ବାହାରୁଥିବା ଧୂସର ଜଳ (ଗ୍ରେ ୱାଟର)କୁ ପରିଚାଳନା ନବରଙ୍ଗପୁର ଓ ଉମରକୋଟପୌରାଞ୍ଚଳରେ ଧୂସର ଜଳ ପରିଚାଳନା ପ୍ରକଳ୍ପ ( ଗ୍ରେ ୱାଟର ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ) ଆରମ୍ଭ ହେବାକୁ ଯାଉଛି। ସର୍ଭେ ଶେଷ ହେବା ପରେ ଦୂଷିତ ଜଳକୁ ସୁପରିଚାଳନା କରି ଭୂତଳ ଜଳକୁ ସଂରକ୍ଷିତ କରାଯିବ ବୋଲି ଜଣାପଡ଼ିଛି। ଏଥିରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ପ୍ରଭାତ କୁମାର ମହାପାତ୍ର ଯୋଗ ଦେଇ ପ୍ରକଳ୍ପର ଆବଶ୍ୟକତା ଓ ସର୍ଭେ ବିଷୟରେ ସୂଚନା ଦେଇଥିଲେ । ରୋଷେଇଗୃହର ପାଣି, ଗାଧୁଆ ପାଣି, ଗାଡ଼ି ଧୋଇବା ଓ ପୋଷାକ ସଫା କରିବା ଭଳି ବ୍ୟବହୃତ ହେଉଥିବା ପାଣିକୁ ଲୋକେ ଡ୍ରେନ୍ କିମ୍ବା ଖୋଲା ସ୍ଥାନକୁ ଛାଡ଼ି ଦେଉଛନ୍ତି। ସେହି ସ୍ଥାନରେ ପାଣି ଜମି ରହିବା ଦ୍ବାରା ଜଳ ପ୍ରଦୂଷଣ ହେବା ସହ ଏହା ବ୍ୟବହାର ଯୋଗ୍ୟ ହୋଇପାରୁନି। ଏହି ପ୍ରକଳ୍ପ ଦ୍ବାରା ଜଳ ପ୍ରଦୂଷଣ ରୋକାଯାଇ ପାରିବ, ପୁନର୍ବାର ଦୂଷିତ ଜଳକୁ ବ୍ୟବହାର କରିହେବ, ଭୂତଳ ଜଳ ସଂରକ୍ଷଣ କରାଯାଇ ପାରିବ l ଏନେଇ ପ୍ରଥମ ପର୍ଯ୍ୟୟରେ ସ୍ବଚ୍ଛସାଥୀମାନେ ଘର ଘର ବୁଲି ସର୍ଭେ କରିବେ l ପରେ ପୌରପାଳିକାର ଇଞ୍ଜିନିୟରମାନେ ସେଠାରେ କିଭଳି ଭାବେ ଟ୍ରେଞ୍ଚ ତିଆରି କରିବେ ତାହାର ଏଷ୍ଟିମେଟ କରିବେ| ସର୍ଭେ ରିପୋର୍ଟ ମଞ୍ଜୁର ହେବା ପରେ ତାହାକୁ ନିର୍ମାଣ କରାଯିବ।ଏ ସଂପର୍କରେ ରାଜ୍ୟସ୍ତରୀୟ ଗ୍ରେ ୱାଟର ଏକ୍ସପୋର୍ଟ ହେମନ୍ତ କୁମାର ପଣ୍ଡା ପ୍ରକଳ୍ପ ତିଆରି ଓ ସର୍ଭେ ବିଷୟରେ ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅନନ୍ୟା ଦାସ, ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ, ଉମରକୋଟ ପୌରଧ୍ୟକ୍ଷା ରାଧା ମାଝୀ , ନବରଙ୍ଗପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶଙ୍କର କେରକେଟା, ଉମରକୋଟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେନିୟା ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ପୌରପାଳିକା ର କାଉନସିଲର ନଗେନ୍ଦ୍ର ପଟ୍ଟନାୟକ, ଏ. ସତୀଶ, ସମେଶ ଖରା, ଶର୍ମିଷ୍ଠା ଦେଓ, ସନ୍ତୋଷୀ ଜାନି, ମମତା ମହାରଣା, ରଞ୍ଜିତା ପଣ୍ଡା, ପି.କେଶବ ଓ ଉମରକୋଟର ପୌରପାଳିକା କାଉ ନସିଲର ମୁନା ପାଢ଼ୀ, ଶିଖା ମଣ୍ଡଳ, ସରୋଜିନୀ ଶବର ଏଥି ସହ ନବରଙ୍ଗପୁର ପୌରପାଳିକା କର୍ମଚାରୀ ରାମ ଶଙ୍କର ଦାସ, ଜ୍ୟୋତି ପରିଚ୍ଛା , ଉମରକୋଟ ପୌର କାର୍ଯ୍ୟାଳୟର ନାଗେଶ୍ୱର ରାଓ ସହ ଦୁଇ ସହରାଞ୍ଚଳର କନିଷ୍ଠ ଯନ୍ତ୍ରୀ, କର୍ମଚାରୀ ଓ ସ୍ବଚ୍ଛସାଥୀ ପ୍ରମୁଖ ଯୋଗ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME )ଦ୍ୱାରା କର୍ମଶାଳା ଅନୁଷ୍ଠିତ: ମୟୁରଭଞ୍ଜ 

masiha

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ବିଦ୍ୟାଳୟର ଗସ୍ତ ସହ ଖେଳ ପଡ଼ିଆ ପାଇଁ ଜମି ଚିହ୍ନଟ

Sunil Chandra Nayak

କଳାହାଣ୍ଡି ସାମ୍ବାଦିକ ସଙ୍ଘର କାର୍ଯକାରିଣୀ ବୈଠକ

Leave a Comment

error: Content is protected !!