ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ ,ଲକ୍ଷାଧିକ ଟଙ୍କାର ଚୋରି

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ ,ଲକ୍ଷାଧିକ ଟଙ୍କାର ଚୋରି

ବସ୍ତା ,୧୨।୧୨(ନିପ୍ର):ବସ୍ତା ଥାନା ଅଧୀନସ୍ଥ ରସଲପୁର ପଞ୍ଚାୟତ ଅନ୍ତର୍ଗତ ପାରିଭିଲା ଗ୍ରାମର ବାବା ଆଖଣ୍ଡଳମଣି ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସୂଚନା ମୁତାବକ ଆଜି ସକାଳେ ସ୍ଥାନୀୟ ଲୋକେ ମନ୍ଦିରକୁ ପୂଜା କରିବା ପାଇଁ ଆସି ମୁଖ୍ୟ ଫାଟକର ତାଲା ଭଙ୍ଗା ହୋଇ ତଳେ ପଡି ଥିବା ଦେଖି ମନ୍ଦିରର ପୂଜକ ଓ ମନ୍ଦିର କମିଟିକୁ ଖବର ଦେଇଥିଲେ। ମନ୍ଦିର ପୂଜକ ଓ କମିଟି ସଦସ୍ୟ ପହଞ୍ଚି ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତ ମାନେ ମାଇକ ସେଟ୍,ଗରା,ବାଲଟି,ପିତ୍ତଳ ନୋଟା,ପିତ୍ତଳ ନାଗ ସାପ,୪ଟି ବଡ଼ ଘଣ୍ଟା,ରୂପା ନାଗ,ଝାଲି,ପରାତ,ମନ୍ଦିର ପାଖରେ ଲାଗିଥିବା ପାଣି ମଟର,ତାର ଓ ଦାନବାକ୍ସକୁ ଭାଙ୍ଗି ସେଥିରେ ଥିବା ଟଙ୍କାକୁ ଲୁଟି ନେଇଥିବା ଦେଖିବାକୁ ପାଇଥିଲେ। ମନ୍ଦିର କମିଟି ସଭାପତି ପ୍ରତାପ ଚନ୍ଦ୍ର ନାୟକ, ସମ୍ପାଦକ ରମେଶ ଚନ୍ଦ୍ର ବେହେରା ଓ ଓ୍ବାର୍ଡ଼ ସଭ୍ୟ ଆନନ୍ଦ କୁମାର ରାଉଳ ଏନେଇ ମଙ୍ଗଳବାର ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ବସ୍ତା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ସାମଗ୍ରୀର ମୁଲ୍ୟ ଦେଢ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନାବାଳିକା ଛାତ୍ରୀଙ୍କୁ ସ୍କୁଲ କର୍ମଚାରୀଙ୍କ ଦୁଷ୍କର୍ମ !

masiha

ଶାଗୁଆନ କାଠ ଗଣ୍ଡି ଜବତ, ୬ ଗିରଫ 

masiha

ଏକମାସ ଧରି ନିଖୋଜ ବହୁ ଚର୍ଚ୍ଚିତ ଭିକି ମହାନ୍ତିର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ଓ ଘଟଣାର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!