ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ‘ସ୍ୱକଳ୍ପ’ ପରାମର୍ଶ ଶିବିର

ଭବାନୀପାଟଣା ଠାରେ ‘ସ୍ୱକଳ୍ପ’ ପରାମର୍ଶ ଶିବିର

ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଦ୍ୱାରା ଦକ୍ଷତା ବୃଦ୍ଧି ନିମନ୍ତେ ‘ସ୍ୱକଳ୍ପ’ ପରାମର୍ଶ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଟ୍ରୁଭେଲି ଏବଂ ଆଲଟ୍ ସଂସ୍ଥାଙ୍କ ମାଧ୍ୟମରେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ପରମାନନ୍ଦପୁର ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଶେଷ କରି ଯୁବକ ଯୁବତୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ କିପରି ସ୍ୱରୋଜଗାରକ୍ଷମ ସମ୍ବନ୍ଧରେ ପରାମର୍ଶ ଶିବିର ଦାପ୍ତା ସଂସ୍ଥାଙ୍କ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ଦାପ୍ତା ସଂସ୍ଥାର ସଂପାଦକ ଆଦର୍ଶ ମିଶ୍ର ଶର୍ମା, କୋଷାଧ୍ୟକ୍ଷ ସରସ୍ୱତୀ ମିଶ୍ର, କାନାଡା ବ୍ୟାଙ୍କର କ୍ଷେତ୍ର କର୍ମଚାରୀ ଯଶୋବନ୍ତ ବାଗ ଏବଂ ବ୍ୟାଙ୍କ ଅଫ୍ ବରୋଦାର କ୍ଷେତ୍ର କର୍ମଚାରୀ ଧମ୍ରେନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଲାଡିୟମ୍ ସଂସ୍ଥାରୁ ଚାଲ୍‌ସ୍ କିଣ୍ଡୋ, ଆଲଟ୍ ସଂସ୍ଥାରୁ ସୁମନ ଦାସ, ସୁପ୍ରିୟା କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଶିବିରକୁ ଏଲଟ୍ ସଂସ୍ଥା ଏରିଆ କୋଡିନେଟର୍ ଦୁର୍ଗା ପ୍ରସାଦ ମିଶ୍ର ପରିଚାଳନା କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯୋଗ ପ୍ରଶିକ୍ଷଣ ଶିବିରରେ ହୋଲି ପର୍ବ ପାଳିତ 

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜୀବିକା ପାଇଁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ତାଲିମ ଓ କର୍ମଶାଳା

Sunil Chandra Nayak

ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ବନରକ୍ଷୀ ଓ ବାନପାଳଙ୍କୁ ଗୁଳିମାଡ ଘଟଣାରେ ପ୍ରଶାସନର ନୀରବତା ପାଇଁ ୫ ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!