ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି: କେସିଙ୍ଗା କୋଣାର୍କ ସୂତାକଳ ପୁନରୁଦ୍ଧାର ଦାବୀ ଜୋର ଧରିଲା

କଳାହାଣ୍ଡି: କେସିଙ୍ଗା କୋଣାର୍କ ସୂତାକଳ ପୁନରୁଦ୍ଧାର ଦାବୀ ଜୋର ଧରିଲା

 ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ତେଶିର ଯୁବକ ସଂଘ ର ଦାବୀ

କଳାହାଣ୍ଡି ଜିଲ୍ଲା ବହୁ ପ୍ରତୀକ୍ଷିତ କୋଣାର୍କ ସୂତାକଳ ର ପୁନଃଉଦ୍ଧାର ଦାବୀ ଧୀରେ ଧୀରେ ଜୋର ଧରିବାରେ ଲାଗିଛି। କଳାହାଣ୍ଡିର କେସିଙ୍ଗା କୋଣାର୍କ ସୂତାକଳ କୁ ପୁନଃରୁଦ୍ଧାର ଦାବୀରେ ବିଭିନ୍ନ ସଙ୍ଗଠନ ଓ ଶ୍ରମିକ ସଂଘ ବହୁ ଦିନରୁ ଦାବୀ କରିଆସୁଥିବା ବେଳେ ଯେଉଁ ସ୍ଥାନରେ କଞ୍ଚାମାଲ ର ତ ଦୂରର କଥା କପା ମଞ୍ଜିଟିଏ ନଥିବା ଚୌଦ୍ୱାର ଠାରେ ଏକ କପା ମିଲ କୁ ୩୧୦୦ କୋଟି ଟଙ୍କା ଅନୁଦାନ ଘୋଷଣା ହେବା ଦିନଠାରୁ କଳାହାଣ୍ଡି ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କୋଣାର୍କ ସୂତାକଳ କ୍ରିୟାନୁଷ୍ଠାନ କମିଟି କପାର ଭଣ୍ଡାର କୁହାଯାଉଥିବା କଳାହାଣ୍ଡି ଜିଲ୍ଲା ପ୍ରତି ସରକାରଙ୍କ ଆଭିମୁଖ୍ୟ କୁ ନେଇ  ତୀବ୍ର ବିରୋଧ କରିଛି। ଫଳ ସ୍ୱରୂପ ଆଜି କେସିଙ୍ଗା ବ୍ଲକ କନ୍ତେଶିର ଯୁବକ ସଂଘ ତରଫରୁ କେସିଙ୍ଗା କୋଣାର୍କ ସୂତା କଳ ନବକଳେବର ପାଇଁ ଚୌଦ୍ୱାର ଭଳି କେସିଙ୍ଗା ସୂତାକଳ କୁ ମଧ୍ୟ ୩୦୦୦ କୋଟି ଅନୁଦାନ ଦିଆଯାଉ ବୋଲି କେସିଙ୍ଗା ବିଡ଼ିଓ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ଦେଇଥିବା ଜଣାପଡିଛି। ଏନେଇ କୋଣାର୍କ ସୂତାକଳ କ୍ରିୟାନୁଷ୍ଠାନ କମିଟି ଜିଲ୍ଲା ବ୍ୟାପି ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ କଳାହାଣ୍ଡି ଜନସାଧାରଣ ଙ୍କ ସହଯୋଗ କରିଛି। ଏନେଇ ଗତ ଦୁଇଦିନ ତଳେ କେସିଙ୍ଗା ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ବହୁ ବୁଦ୍ଧିଜୀବୀ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସାଧାରଣ ଲୋକ ଓ ଚାଷୀ ଯୋଗ ଦେଇ ଆଗାମୀ ଦିନରେ ଏହି ଦାବୀ କୁ ବ୍ୟାପକ ଭାବେ ଏକ ଜନ ଆନ୍ଦୋଳନ ର ଡାକରା ରାଜ୍ୟ ସରକାରଙ୍କ ଠାରେ ଉପସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା କୋଣାର୍କ ସୂତାକଳ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ପ୍ରକାଶ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶିଶୁ ଓ ମହିଳା ବନ୍ଧୁ ଗ୍ରାମ ପଞ୍ଚାୟତ ସମ୍ବନ୍ଧୀୟ ଜାତୀୟ କର୍ମଶାଳା ରେ ଯୋଗ ଦେବା ପାଇଁ କଳାହାଣ୍ଡି ଜନ ପ୍ରତିନିଧି ଙ୍କ ଭୁବନେଶ୍ୱର ଯାତ୍ରା

Sunil Chandra Nayak

ବାସନ୍ତୀ ସ୍ବାଇଁଙ୍କ କବିତା ସଙ୍କଳନ ଗୀତିଧାରା ଲୋକାର୍ପିତ

Sunil Chandra Nayak

ତରାଭଟ୍ଟା,ଜାତୀୟ ସେବା ଯୋଜନା ଶିବିରରେ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!