ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମୀଣ ଡାକ ସେବକଙ୍କ ପକ୍ଷରୁ ୫ ଦଫା ଦାବିରେ ଧର୍ମଘଟ ଡାକରା, ଡାକ ସେବା ବ୍ୟାହତ

ଗ୍ରାମୀଣ ଡାକ ସେବକଙ୍କ ପକ୍ଷରୁ ୫ ଦଫା ଦାବିରେ ଧର୍ମଘଟ ଡାକରା, ଡାକ ସେବା ବ୍ୟାହତ

କୋକସରା,୧୨/୧୨ // ରାଜ୍ୟ ସଙ୍ଘର ଡାକରାରେ ୫ ଦଫା ଦାବିକୁ ନେଇ ଅଖିଳ ଓଡିଶା ଗ୍ରାମୀଣ ଡାକ ସେବକ ସଙ୍ଘ ପକ୍ଷରୁ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଗ୍ରାମୀଣ ଡାକ କର୍ମଚାରୀ ସମର୍ଥନ ଜଣାଇ ଧର୍ମଘଟ ଡାକରାରେ ସାମିଲ ହୋଇଛନ୍ତି । ଫଳ ସ୍ୱରୂପ କୋକସରା ବ୍ଲକର ୨୨ ପଂଚାୟତରେ ଡାକ ସେବା ଠପ ହୋଇ ପଡିଛି । ଡାକ ସେବକ ସଙ୍ଘର ପ୍ରମୁଖ ଦାବି ମଧ୍ୟରେ ଗ୍ରାମୀଣ ଡାକ ସେବକଙ୍କ ଦୈନିକ କାର୍ଯ୍ୟ ୮ ଘଣ୍ଟା ସ୍ଥିର କରିବା, ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ସୁପାରିଶକୁ ଲାଗୁ କରିବା, ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା, ପେନସନ ପ୍ରଦାନ ଓ ଗ୍ରାଚ୍ୟୁଇଟି ଓ ସେଭେରାନ୍ସ ଆଲାଇନ୍ସ ୫ ଲକ୍ଷ ପ୍ରଦାନ ଓ ଟାର୍ଗେଟ ନାଁ ରେ ଅଧିକାରୀ ମାନଙ୍କ ଜୁଲମ ବନ୍ଦ କରିବା ରହିଛି। ଆଜି କୋକସରା ଡାକ କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଗଡ଼ ଦିଆଯାଇଛି। ଡାକ କର୍ମଚାରୀ କୈଳାଶ ଚିନ୍ଦା, ରାଧାକାନ୍ତ ପଟେଲ, ଦିବ୍ୟ ରଞ୍ଜନ ପୁରୋହିତ, ଚିନ୍ମୟ ଶବର, ଦେବରାଜ ମହାନନ୍ଦ, ତପନ କୁମାର ପଟ୍ଟନାୟକ, ହଳଧର ନାଏକ, ଅର୍ଜୁନ ମହାନ୍ତି, ଲୋକନାଥ ହରିଜନ, ପୁରୁଷୋତ୍ତମ ବାଗ, ମନୋଜ ବାଗ, ବସନ୍ତ କୁମାର ଦାସ, ଦେବାଦତ୍ତ ସି, ସୁକାନ୍ତି ଜେନା ପ୍ରମୁଖ କର୍ମଚାରୀ ମାନେ ସାମିଲ ରହିଛନ୍ତି।

ମସିହା ନିୟୁକ୍ ସର୍ଭିସ୍ 

Related posts

କଟକ ଜିଲ୍ଲା ସାମ୍ବାଦିକ ସଂଘ ର ତୃତୀୟ ବାର୍ଷିକ ଉତ୍ସବ ପାଳିତ :ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ବ୍ରତ ବୋଲି ଭାବିବା ଦରକାର 

Sunil Chandra Nayak

ଲୋକମହତ୍ସବ ଚଇତି -୨୦୨୪ର ବିଭିନ୍ନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Rayagada Division Observes Constitution Day at DRM Camp Office

Sunil Chandra Nayak

Leave a Comment

error: Content is protected !!