ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଵହଳଦା ଥାନା !ଅଜଣା ଗାଡ଼ି ଧକ୍କାରେ ପ୍ରାତଃ ଭ୍ରମଣକାରୀଙ୍କ ମୃତ୍ୟୁ 

ଵହଳଦା ଥାନା !ଅଜଣା ଗାଡ଼ି ଧକ୍କାରେ ପ୍ରାତଃ ଭ୍ରମଣକାରୀଙ୍କ ମୃତ୍ୟୁ 

 ମୟୂରଭଞ୍ଜ ୧୪/୧୨ ( ମସିହା)ଗୁରୁବାର ସକାଳ ରାଞ୍ଚି-ବିଜୟଓ୍ବାଡା ୨୨୦ ନମ୍ବର ଜାତୀୟ ରାଜପଥରେ ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଯୁବ ଶିବ ବଦ୍ରା ସକାଳେ ୫.୪୫ ପାଖାପାଖି ସମୟରେ ଵହଳଦଆ ବାଇପାସ୍ ରାସ୍ତାରେ ପ୍ରାତଃ ଭ୍ରମଣ ସାରି ଫେରୁଥିବା ସମୟରେ ଟାଟା ଆଡୁ ରାଇରଙ୍ଗପୁର ଆସୁଥିବା ଏକ ଅଜଣା ଆଇରନ ଗାଡି ଧକ୍କାରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ବହଳଦା ଥାନା ଅଧିନ ଚିରୁଗୋଡା ଗ୍ରାମର ଛୁଟୁ ନାୟକଙ୍କ ମଝିଆ ପୁଅ ଶିବ ବଦ୍ରା(୨୬) । ଟ୍ରକଟି ଦୃତ ଗତିରେ ଧକ୍କା ଦେଇ ରାଇରଙ୍ଗପୁର ଆଡ଼କୁ ଖସି ପଳାଇଛି ।ବହଳଦା ପୁଲିସ ଖବର ପାଇ ଏକ ଅପମୃତ୍ୟୁ ମାମଲା ୧୪୪/୨୩ ରୁଜୁ କରିବା ସହ ଶବ ବ୍ୟବଛ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟ ରାଇରଙ୍ଗପୁରକୁ ପଠାଯାଇଛି। ପୋଲିସ ତଦନ୍ତ ଜାରି ରଖିଛି ।

ସେ ଜଣେ ଯୁବ ଖେଳାଳି ,ମେଳାପି,ଅମାୟିକ, ମିଷ୍ଟଭାଷୀ ଯୁବକ । ତାଙ୍କ ମୃତ୍ୟୁରେ ଵହଳଦା ଅଂଚଳରେ ଶୋକର ଛାଇ ଖେଳିଯାଇଛି ।ଖବର ପାଇ ସାଙ୍ଗ ,ସାଥୀ,ଜ୍ଞାତି ପରିଜନ ରାଇରଙ୍ଗପୁର ହସ୍ପିଟାଲରେ ମୃତ ଶିଵ ର ଶେଷ ଦର୍ଶନ ପାଇଁ ଗହଳି ଲଗାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପାଣି ଟାଙ୍କି ରେ ପରିସ୍ରା କରିବା ଘଟଣା: ଦୁର୍ବୃତ୍ତ ଙ୍କ ବିରୋଧରେ ଦିଆ ଗଲା ଏତଲା 

masiha

କୋମନା ପୋଲିସକୁ ବଡ଼ ସଫଳତା : ୧୩୧ କିଲୋରୁ ଅଧିକ ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ମାଫିଆ ଗିରଫ, ୩ ଫେରାର

Sunil Chandra Nayak

ସଂଘବଦ୍ଧ ଆକ୍ରମଣ ରେ ୧୯ ବର୍ଷିୟ ଯୁବକ ଆଜୀବନ ପଙ୍ଗୁ: ୫ ଦୋଷୀ ଙ୍କୁ ୫ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ 

masiha

Leave a Comment

error: Content is protected !!