ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦ ଘର ଭିତରେ ଯୁବକର ମୃତଦେହ ଠାବ

ବନ୍ଦ ଘର ଭିତରେ ଯୁବକର ମୃତଦେହ ଠାବ

 ମୟୂରଭଞ୍ଜ -୧୪/୧୨ ( ମସିହା)ଦିନକୁ ଦିନ ଯୁବ ମହଲରେ ଆତ୍ମହତ୍ୟା ମାନସିକତା ବୃଦ୍ଧି ପାଉଛି । ଯାହାକୁ ନେଇ ସରକାର, ସମାଜସେବୀ, ସ୍ବେଛାସେବୀ, ସାମାଜିକ କର୍ମୀ ମହଲରେ ଚିନ୍ତାର ବିଷୟ ପାଲଟିଛି ।ଯେତେ ସଚେତନ କଲେ ମଧ୍ୟ ପରିସ୍ଥିତିର ସୁଧାର ଆସୁନାହିଁ ।ସାମାନ୍ୟ କଥାରେ ମନକୁ ସନ୍ତୁଳନ କରି ନପାରି ଅମୂଲ୍ୟ ଜୀବନକୁ ହାରି ଦେବାପାଇଁ ପଛଘୁଞ୍ଚା ଦେଉ ନାହାନ୍ତି । ସୂଚନାଯୋଗ୍ୟ  ବାଙ୍ଗିରୀପୋଷୀ ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମର ପିଅନ ନାଏକ ଙ୍କ ୩୦ ବର୍ଷିୟ ବଡ଼ ପୁଅ ବାସୁଦେବ ନାଏକ ଓ ତାଙ୍କ ବାପା ବିଗତ ଦୀର୍ଘ ୧୩ ବର୍ଷ ହେବ ବିଶୋଇ ଥାନା ଅନ୍ତର୍ଗତ ଜାମିରଡିହା ସ୍ଥିତ ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ବ୍ୟବସାୟୀ ଖେମକାଙ୍କ ଏକ ଗୋଡାଉନ ରେ ଜଗୁଆଳି ଭାବରେ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ବୁଧବାର ଦିନ ଵାସୁଦେଵଙ୍କ ବାପା କୋୖଣସି କାମରେ ଘରକୁ ଯାଇଥିଲେ, ତେବେ ତାଙ୍କ ବାପା ରାତିରେ ଆସି ଦେଖିଲା ସମୟରେ ତାଙ୍କ ପୁଅ ବାସୁଦେବ ଭିତର ପଟୁ କବାଟ ବନ୍ଦକରି ଘର ଭିତରେ ବେକରେ ଦଉଡି ଦେଇ ଝୁଲନ୍ତା ଅବସ୍ଥାରେ ଅଛି,ଏହା ଦେଖି ପିଅନ ନାଏକ ସଙ୍ଗେ ସଙ୍ଗେ ଗ୍ରାମ ରକ୍ଷୀକୁ ଜଣାଇଥିଲେ,ପରେ ବିଶୋଇ ଥାନାରେ ପିଅନ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗୁରୁବାର ସକାଳୁ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବିଶୋଇ ଥାନା କେଶ୍ ନମ୍ବର ୨୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡ଼ିକାଲ କୁ ପଠାଇଥିଲେ। 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଝରିଗାଁ ବ୍ଲକ ସଦର ମହକୁମାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

masiha

ସଡ଼କ ଦୁର୍ଘଟଣାରେ ଅଵସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଙ୍କ ମୃତ୍ୟୁ

Sunil Chandra Nayak

କୋଲନରା ବ୍ଲକ କାର୍ଯ୍ୟାଳୟ ପରିସରରେ ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!