ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେକେ କାଗଜ କଳ ପ୍ରତିଷ୍ଠାତା ଙ୍କ 139 ତମ ଜନ୍ମଦିନ ପାଳନ 

ଜେକେ କାଗଜ କଳ ପ୍ରତିଷ୍ଠାତା ଙ୍କ 139 ତମ ଜନ୍ମଦିନ ପାଳନ 

ଜେକେ ଗ୍ରୁପ୍ ର ପ୍ରତିଷ୍ଠାତା ଲାଲା କମଳା ପତ୍ ସିଂଘାନିଆ ଙ୍କ 139 ତମ ଜନ୍ମଦିନ ପାଳନ ହୋଇଯାଇଛି ଏହି ଅବସରରେ କମ୍ପାନୀ ପରିସରରେ ଥିବା ଲାଲା କମଳା ପତ୍ ସିଂଘାନିଆ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। 

ଜେକେ କାଗଜ କଳ ର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି ବିନୟ ଦ୍ଵିବେଦୀ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିବା ସହ କମ୍ପାନୀର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଭାରତୀୟ ପୁଲିସ ପ୍ରଶାସନିକ ସେବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଗଜ କଳ ର ସାମାଜିକ ଦାୟିତ୍ଵ କୁ ସୂଚାରୁ ରୂପେ ତୁଲାଉ ଥିବାରୁ ଭୂୟସୀ ପ୍ରଶଂସା କରିଥିଲେ। କାଗଜ କଳ ଯୋଗୁଁ ରାୟଗଡ ଜିଲ୍ଲା କୁ ଏକ ସ୍ଵତନ୍ତ୍ର ପରିଚୟ ମିଳିଛି ବୋଲି ପ୍ରକାଶ କରିଥିଲେ। କାଗଜ କଳ ରୁ ପ୍ରସ୍ତୁତ କାଗଜ ଆଜି ଦେଶ ବିଦେଶରେ ଗ୍ରାହକଙ୍କ ଦ୍ଵାରା ଆଦୃତ ହୋଇପାରିଛି ବୋଲି ପ୍ରକାଶ କରିବା ସହ କମ୍ପାନୀର ଆହୁରି ଅଗ୍ରଗତି କରୁ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ। 

କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ 25 ବର୍ଷ 4 ଜଣ ଓ 40 ବର୍ଷ ପୂର୍ତ୍ତି କରି ଥିବା 2 ଜଣଙ୍କୁ ଯଥାକ୍ରମେ ରୌପ୍ୟ ଓ ସ୍ଵର୍ଣ୍ଣପଦକ ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ। 

କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟରେ ଲକ୍ଷ୍ମୀପତ୍ ସିଂଘାନିଆ ପବ୍ଲିକ ସ୍କୁଲ ଓ ଲକ୍ଷ୍ମୀପତ୍ ହାଇ ସ୍କୁଲ ଓ ନୃତ୍ୟ ସଦନ ର ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। 

ଅନ୍ୟନ୍ୟ ଅତିଥି ଭାବେ କାଗଜ କଳ ର ବରିଷ୍ଠ ଅଧିକାରୀ, ସାମ୍ବାଦିକ, ରାୟଗଡା ର ଅନେକ ବରିଷ୍ଠ ନାଗରିକ ଓ ଜନପ୍ରତିନିଧି ମାନେ ଯୋଗଦାନ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାୟଗଡା :- ଚାନ୍ଦିଲି ପୋଲିସ ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ

Sunil Chandra Nayak

ଭାରତ ଓ ନରୱେ ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟରେ କାର୍ଯ୍ୟକାରୀ ହେବ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ (Marine Spatial Plan ବା MSP)

Sunil Chandra Nayak

The incident of putting up posters “Entry of journalists prohibited” in the block office, JCI’s Odisha team submitted Memorandum to the Revenue Minister.

masiha

Leave a Comment

error: Content is protected !!