ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖା, ରାଇରଙ୍ଗପୁରର ନୂତନ ଗୃହ ନିର୍ମାଣ ଶିଳାନ୍ୟାସ ଓ ଭୂମି ପୂଜନ 

ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖା, ରାଇରଙ୍ଗପୁରର ନୂତନ ଗୃହ ନିର୍ମାଣ ଶିଳାନ୍ୟାସ ଓ ଭୂମି ପୂଜନ 

 ମୟୂରଭଞ୍ଜ – ୧୫/୧୨ ( ମସିହା) ଓଡିଶା ରାଜ୍ୟ ବ୍ରାହ୍ମଣ ମହାସଭା, ବାମନ ଘାଟି ଶାଖା, ରାଇରଙ୍ଗପୁର ଆନୁକୁଲ୍ୟରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବାବା ପୂର୍ଣେଶ୍ବର ମନ୍ଦିର ସମ୍ମୁଖର ରାସ୍ତା ପାର୍ଶ୍ଵରେ ଶୁକ୍ରବାର ଦିନ ପୂର୍ବାହ୍ନ ୮.୩୦ ରେ ଏକ ବ୍ରାହ୍ମଣ ସମାଜ ସଭାଗୃହର ଶିଳାନ୍ୟାସ ଓ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବାମନଘାଟୀ ବ୍ରାହ୍ମଣ ସମାଜ ସେମାନଙ୍କ ଯଜ୍ଞ,ବିଶ୍ବ କଲ୍ୟାଣ ପାଇଁ ପୂଜନ କାର୍ଯ୍ୟକ୍ରମ ପାଇଁ ଏକ ବସିଵା ସ୍ଥାନ ନ ଥିବାରୁ ବାରପିଣ୍ଢା, ହଇରାଣ,ହରକତ ହେଉଥିଲେ । ସେମାନଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ଏକ ସଭାଗୃହ ନିର୍ମାଣ ନିମନ୍ତେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ନିଜ ଅନୁଦାନ ପାଣ୍ଠିରୁ ୪.୭୦ ହଜାର ଟଙ୍କା ଅନୁମୋଦନ କରିଛନ୍ତି । ସେଥିପାଇଁ ବ୍ରାହ୍ମଣ ମହାସଭାର କମିଟି ତରଫରୁ ଆଜି ନୂତନ ଗୃହ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ଶ୍ରୀମତୀ ମମିତା ଚୌଧୁରୀଙ୍କ ସମେତ ଆଖପାଖ ବିଭିନ୍ନ ଅଂଚଳରୁ ବହୁ ସଦସ୍ୟ ପହଞ୍ଚିଥିଲେ ।ଭୂମି ପୂଜାକୁ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ କର ମହାପାତ୍ର, ବିଶିଷ୍ଟ ପୂଜକ ପ୍ରସନ୍ନ ଷଡଙ୍ଗୀ ରୀତିନୀତି ଅନୁସାରେ ଭୂମି ପୂଜନ, ବାସ୍ତୁ ପୂଜନ,ହଵନ ଇତ୍ୟାଦି ପୂଜନ କାର୍ଯ୍ୟ ସଂପାଦନ କରିଥିବାବେଳେ ସେବା ନିବୃତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଗଣେଶ୍ୱର ଦାସ କର୍ତା ଦାୟିତ୍ଵ ନିଭାଇଥିଲେ ।ଏହି ପବିତ୍ର ସ୍ଥାନରେ ଯଜ୍ଞ,ବିଶ୍ବ କଲ୍ୟାଣ ପାଇଁ ଆଗକୁ କାର୍ଯ୍ୟକ୍ରମ,ବିଶ୍ଵ ଏବଂ ସମାଜର ମଙ୍ଗଳ ଓ ଶାନ୍ତି କାମନା ପାଇଁ ପୂଜନ କାର୍ଯ୍ୟକ୍ରମ ହେବ । ବିଧାୟକ ବ୍ରାହ୍ମଣ ମହାସଭା ପାଇଁ ଏକ ସଭାଗୃହ ପାଇଁ ଅନୁଦାନ ଦେଇଥିବାରୁ କମିଟି ତରଫରୁ ତାଙ୍କୁ କୃତଜ୍ଞତା ଜଣାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ତିନିଦିନିଆ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ପ୍ରଶିକ୍ଷଣ ଓ ତାଲିମ ଶିବିର ଉଦଯାପିତ

Sunil Chandra Nayak

ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବେଷ୍ଟ ଅଫିସର ଭାବେ ସମ୍ମାନିତ ହେଲେ ଅଧିକ୍ଷଣ ଯନ୍ତ୍ରୀ

Sunil Chandra Nayak

ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ ଉଦଘାଟିତ

masiha

Leave a Comment

error: Content is protected !!