ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ପୂଜାର୍ଚ୍ଚନା ପରେ ପ୍ରତି ପଞ୍ଚାୟତକୁ ପହଞ୍ଚିଲା ଲକ୍ଷ୍ମୀ ବସ, ଖୁସିରେ ଦେଶିଆ ବାଦ୍ୟର ତାଳେ ତାଳେ ପାରମ୍ପାରିକ ଢେମଶା ନାଚି କଲେ ସ୍ଵାଗତ       

ବନ୍ଧୁଗାଁ ବ୍ଲକରେ ପୂଜାର୍ଚ୍ଚନା ପରେ ପ୍ରତି ପଞ୍ଚାୟତକୁ ପହଞ୍ଚିଲା ଲକ୍ଷ୍ମୀ ବସ, ଖୁସିରେ ଦେଶିଆ ବାଦ୍ୟର ତାଳେ ତାଳେ ପାରମ୍ପାରିକ ଢେମଶା ନାଚି କଲେ ସ୍ଵାଗତ                                           

ବନ୍ଧୁଗାଁ ତା ୧୫/୧୨/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଇଥିବା ୩ ଟି ଲକ୍ଷ୍ମୀ ବସକୁ ପୂଜାର୍ଚ୍ଚନା କରି ସ୍ଥାନୀୟ ବାଦ୍ୟର ତାଳେ ତାଳେ ପାରମ୍ପାରିକ ଢେମାସା ନାଚି ପ୍ରତି ପଞ୍ଚାୟତକୁ ଲକ୍ଷ୍ମୀ ବସ ପହଞ୍ଚି ପାରିଛି । ବନ୍ଧୁଗାଁ ବ୍ଲକକୁ ବ୍ଲକରେ ଥିବା ସ୍ଵୟଂ ପ୍ରଭା ବ୍ଲକ ସ୍ତରୀୟ ମହାସଂଘ ଲକ୍ଷ୍ମୀ ବସର ସମସ୍ତ ରଖ୍ୟାଣ ବେକ୍ଷଣ ଦାୟିତ୍ଵ ନିର୍ବାହ କରିବାକୁ ଦିଆ ଯାଇଛି । ମିଶନ ଶକ୍ତି ବିଭାଗ ପକ୍ଷରୁ ଆଜି ଶତାଧିକ ସୟଂ ପ୍ରଭା ବ୍ଲକ ସ୍ତରୀୟ ମହାସଂଘ ର ସଦସ୍ୟ ଓ ସମସ୍ତ ଏମ ବି କେ, ସି ଆର ପି, ବ୍ଲକ ର ସରକାରୀ କର୍ମଚାରୀ , ସମସ୍ତ ଜନ ପ୍ରତିନିଧି ଓ ବିଜେଡି ଦଳର ଅନେକ କର୍ମୀ ଉପସ୍ଥିତ ରହି ଥିଲେ । ବନ୍ଧୁଗାଁ ବ୍ଲକ ରେ ଥିବା ୧୩ ଟି ପଞ୍ଚାୟତ ମଧ୍ୟରୁ ସମସ୍ତ ପଞ୍ଚାୟତକୁ ରାସ୍ତା ହୋଇଥିଲେ ମଧ୍ୟ ପଞ୍ଚାୟତର କିଛି ଗାଁ ଗୁଡିକୁ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇ ପାରି ନାହିଁ । ଦିନ ଥିଲା ଜିଲ୍ଲା ମୁଖ୍ୟାଳୟ କୋରାପୁଟ, ରାୟଗଡ଼ା ଓ ଆନ୍ଦ୍ରପ୍ରଦେଶ କୁ ଯିବା ପାଇଁ ରାତ୍ର ୪ ଘଣ୍ଟାରେ ଉଠି ଚାଲି ଚାଲି କିମ୍ବା ବାଇକ ସାହାଯ୍ୟରେ ବନ୍ଧୁଗାଁ ମୁଖ୍ୟ ସଡକ କୁ ଆସି ବସ ଚଢ଼ି ଯିବାକୁ ପଡୁଥିଲା । ଆଜି ବନ୍ଧୁଗାଁ ବ୍ଲକ ରେ ରାଜ୍ୟ ସରକାରଙ୍କ ତରଫରୁ ଚାଲିଥିବା ଆଦର୍ଶ ବିଦ୍ୟାଳୟ, କନ୍ୟା ଆଶ୍ରମ, ଆଦିବାସୀ ସେବା ବାଳକ ଆଶ୍ରମ ଓ କଲେଜ ଗୁଡିରେ ସମସ୍ତ ଗାଁ ର ଛାତ୍ରଛାତ୍ରୀ ପାଠ ପଡୁ ଥିବା ବେଳେ ସେମାନଙ୍କ ଯାତାୟାତ ବାବଦକୁ ମାସିକ ଅନେକ ଟଙ୍କା ଖର୍ଚ୍ଚ ହେବାକୁ ପଡୁଥିଲା । ଆଜି ଏହି  ଲକ୍ଷ୍ମୀ ବସ ଚାଲିବାରୁ ଅଳ୍ପ ଖର୍ଚ୍ଚରେ ବ୍ଲକ କାର୍ଯ୍ୟଳୟ କୁ ପହଞ୍ଚି ସମସ୍ତ କାମ ସାରି ଅତି ଶୀଘ୍ର ନିଜ ଘରକୁ ଲକ୍ଷ୍ମୀ ବସ ରେ ବସି ଫେରି ପାରିବୁ । ପ୍ରତିଦିନ ୩ ଟି ଲକ୍ଷ୍ମୀ ବସ ସକାଳ ୬ ‘୩୦ ଘଣ୍ଟା ସମୟରେ ବନ୍ଧୁଗାଁ ବ୍ଲକ କାର୍ଯ୍ୟଳୟ ଠାରୁ ବାହାରି ଗୋଟିଏ ବସ ଆଲମଣ୍ଡା, କାପୁଲୋଡ଼ା ଦେଇ ପେଦାଲୋଡ଼ା ପହଞ୍ଚିବ,୨ୟ ବସଟି ନିଲାବାଡ଼ି, କୁମ୍ଭାରିପୁଟ, ଯାଗୁଗୁଡା କୁଟ୍ରାବେଡ଼ା ଓ ଗାରିଡି ପହଞ୍ଚିବ ଓ ୩ ୟ ବସଟି ବନ୍ଧୁଗାଁ ରୁ ବଡ଼ସରପଲ୍ଲୀ , କାନାଗାଁ ଓ କାବ୍ରିବାଡି ପହଞ୍ଚିବ । ଏହି ୩ ଟି ବସର ସାମାନ୍ୟ ମରାମତି ଓ ସଫା ସୁତରା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ ତରଫରୁ ମାସିକ ଗୋଟିଏ ବସ ପିଛା ୧୦ ହଜାର ଟଙ୍କା ପ୍ରଦାନ କରିବା ସହିତ ଯାହା ଆଦାୟ ହେବ ସେଥିରୁ ୫ ପ୍ରତିଶତ ଟଙ୍କା ପ୍ରଦାନ କରାଯିବ । ଏହି ସୁଚନା ସ୍ଥାନୀୟ ମିଶନ ଶକ୍ତି ବିଭାଗ ବିପିସି କେ ପ୍ରଦୀପ କୁମାର ଙ୍କ ଠାରୁ ଜାଣିବାକୁ ପାଇଥିଲୁ । ଆଜି ଲକ୍ଷ୍ମୀ ବସ ଅତି ଧୁମଧାମରେ ଶୁଭାରମ୍ଭ କରିବା ବେଳେ ବ୍ଲକ ବିଡ଼ିଓ ଅଭିଜିତ ବିଶ୍ୱଜିତ ସେଠୀ, ବ୍ଲକ ବିଜେଡ଼ି ସଭାପତି ବାଲା ନାଗ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ଉପାଧ୍ୟକକ୍ଷା ଗୀତାଞ୍ଜଳୀ ପିଡ଼ିକା, ବରିଷ୍ଟ ବିଜେଡ଼ି କର୍ମୀ ଅଭିମନ୍ୟୁ ଭାଣ୍ଡୀ, ଦୁର୍ଯ୍ୟ ନାଗ, ଗୋପି ବିଡିକା, ଏସଡିସି ସଦସ୍ୟ ଲଡୁ ହୁଲୁକା, ଜୋନାଲ କଡିନେଟର ଉତ୍ତମ ନାୟକ ଓ ଦଶମତି, ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ସୁନ୍ଦୁରୁ ପିଡ଼ିକା, ଶେଖର କଣ୍ଡାଗୋରି ଉପସ୍ଥିତ ରହି ଥିଲେ । ଆଜି  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ  ବନ୍ଧୁଗାଁ ବ୍ଲକ କୁ ୩ ଟି ଲକ୍ଷ୍ମୀ ବସ ଦେଇଥିବାରୁ ବ୍ଲକର ସମସ୍ତ ବର୍ଗର ଜନସାଧାରଣ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍

Related posts

ୟୁଏସ୍ଆଇ ସଂଗଠନର ନିଆରା କାର୍ଯ୍ୟକ୍ରମ , ଜନ୍ମ ଦିବସ ଉପଲକ୍ଷେ ପନିପରିବା ଚାରା ବଣ୍ଟନ ଓ ଚାରାରୋପଣ

Sunil Chandra Nayak

କିଡ଼ିଙ୍ଗ ସଂରକ୍ଷିତ ଜଙ୍ଗଲର କାଂଚଲି ଗାଁରେ ବାଘ ଆତଙ୍କ 

Sunil Chandra Nayak

ସ୍କାଉଟ୍ ଏବଂ ଗାଇଡ୍ ର ଜଳସେବା ଶିବିର

Leave a Comment

error: Content is protected !!