ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବଳ ବାଘ ବୁଲୁଥିବା ଖବର ପାଇ ଅଞ୍ଚଳବାସୀ ଆତଙ୍କିତ 

ମହାବଳ ବାଘ ବୁଲୁଥିବା ଖବର ପାଇ ଅଞ୍ଚଳବାସୀ ଆତଙ୍କିତ 

କୋଲନରା :୧୫/୧୨: ରାୟଗଡ଼ା ଜିଲ୍ଲା ଗୁଣୁପୁର ବନାଞ୍ଚଳର କଣ୍ଡାଜାମୁ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ନେଇ ଅଞ୍ଚଳର ଲୋକମାନେ ଭୟରେ ଥିବା ଶୁଣିବାକୁ ମିଳିଥିଲା | କିଛି ଲୋକ ଉକ୍ତ ଜଙ୍ଗଲରେ ବାଘ ବୁଲୁଥିବା ଏବଂ ବାଘର ପାଦ ଚିହ୍ନ ରହିଥିବା କଥା କହୁଥିବା ବେଳେ ବନ ବିଭାଗ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି | ସୂଚନା ମୁତାବକ, ଆଜି ଅପରାହ୍ନରେ କୋଲନରା ବ୍ଲକ ଅନ୍ତର୍ଗତ ଝୋରଡି ପଞ୍ଚାୟତର କାରଡାଙ୍ଗ ଏବଂ ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତର କଣ୍ଡାଜାମୁ ମଝିରେ ଥିବା ଜଙ୍ଗଲରେ କିଛି ଲୋକ ବାଘ ବୁଲୁଥିବା ଏବଂ ବାଘର ପାଦ ଚିହ୍ନ ରହିଥିବା ଦେଖିଥିବା କୁହାଯାଇଥିବା ବେଳେ ଉକ୍ତ ଖବରଟି ବୁଲେଟ ବେଗରେ ଚାରିଆଡ଼େ ଖେଳି ଯାଇଥିଲା | ପରେ ବନ ବିଭାଗ ଉକ୍ତ ବିଷୟରେ ସୂଚନା ପାଇ କଣ୍ଡାଜାମୁ ଓ କାରଡାଙ୍ଗୁ ଗାଁ ନିକଟରେ ଥିବା ଜଙ୍ଗଲରେ ସର୍ଚ ଅପରେସନ ଜୋରଦାର ଆରମ୍ଭ କରିଥିବା ଜଣାପଡିଛି | କିଛି ଲୋକ ବାଙ୍କିଲି,ବାଡିସଲା, କନ୍ଧ ଚମ୍ପିଆ ଗାଁ ନିକଟ ଜଙ୍ଗଲରେ ବାଘ ବୁଲୁଥିବା କହୁଥିବା କଥାକୁ ବନବିଭାଗ ଖଣ୍ଡନ କରିଛନ୍ତି | ଏହି ଖବର ଶୁଣି ଲୋକମାନେ ଜଙ୍ଗଲ ଯିବାର ଛାଡ଼ି ଦେଇଛନ୍ତି ।ଭୟରେ ଜାଳେଣି କାଠ ମଧ୍ୟ ଆଣିବାକୁ ନ ଯାଇ ଦିନେ ଅଳେ ଚୁଲି ଲାଗିନ ଥିବା ଶୁଣିବାକୁ ଶୁଣିବାକୁ ମିଳିଛି । କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ବନବିଭାଗ ପକ୍ଷରୁ ପ୍ରତ୍ୟେକ ଗାଁ ରେ କୁହାଯାଇଛି | ଲୋକଙ୍କ ଠାରୁ ଖବର ପାଇ ବନବିଭାଗର ଦୁଇଟି ଟିମ୍ ସେହି ପାଖ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ କୁ ଯାଇ ମାଇକ ଯୋଗେ ସଚେତନ କରିଛନ୍ତି । ଯଦି କୌଣସି ବି ଗାଁ ନିକଟରେ ବାଘ ବୁଲୁଥିବା ପରିଲକ୍ଷିତ ହୁଏ ତାହେଲେ ତୁରନ୍ତ ବନବିଭାଗକୁ ଖବର ଦେବାପାଇଁ ଲୋକଙ୍କୁ ଅନୁରୋଧ କରାଯାଉ ଥିବା ମୁକୁନ୍ଦପୁର ସେକ୍ସନର ଇନଚାର୍ଜ ପଦ୍ମନାଭ ନୀଳଗିରି ସୂଚନା ଦେଇଛନ୍ତି | ସେହିପରି ଅଯଥାରେ ବିନା କୌଣସି ସଠିକ ସୂଚନା ନ ଥାଇ ଲୋକଙ୍କୁ ଭ୍ରମିତ ନ କରିବାକୁ ବନବିଭାଗ ପକ୍ଷରୁ କୁହାଯାଇଛି | ଉକ୍ତ ଘଟଣା ସମ୍ପର୍କରେ ରାୟଗଡ଼ା ରେଞ୍ଜ ଅଫିସର ସଞ୍ଜୟ ଦାସଙ୍କୁ ପଚାରିବାରୁ ସେମିତି କିଛି ବାଘ ବୁଲୁଥିବା ଖବର ନାହିଁ କିନ୍ତୁ ଲୋକଙ୍କ କଥାକୁ ନେଇ ଅନୁସନ୍ଧାନ ଜାରି ରଖାଯାଇଥିବା କହିଥିଲେ | ଏହି ଅନୁସନ୍ଧାନ ରେ ଇନ ଚାର୍ଜ ଫରେଷ୍ଟ ଗାର୍ଡ ପଦ୍ମନାଭ ନୀଳଗିରି, ଜୟଦେବ ଶବର, ଫରେଷ୍ଟର ରମେଶ ପରଜା, ଜିତେନ୍ଦ୍ର କୁମାର ମଲ୍ଲ, ସନ୍ତୋସି ବାଗ, ସୁମିତ୍ରା ସାହୁ, ଇ ସମେଶ୍ୱର ରାଓ, ସବିତା ଗମାଙ୍ଗ, ଏବଂ ପାରା ୱାଚେର ଶଙ୍କର କାଡ୍ର।କା, ଟୁକୁନା ଗୌଡ଼ ଉପସ୍ଥିତ ରହି ସର୍ଚ୍ଚ ଅପେରେସନ ଜାରି ରଖିଛନ୍ତି ।ଏହି ଖବର ନେଇ ବନବିଭାଗ ପାଖରେ ସେମିତି କିଛି ବାଘ ବୁଲୁଥିବା କିମ୍ବା ବାଘର ପାଦ ଚିହ୍ନ ମିଳି ନ ଥିବା ସୂଚନା ମିଳିନାହିଁ ବୋଲି ଫୋରେଷ୍ଟର ରମେଶ ପରଜା ସୂଚନା ଦେଇଛନ୍ତି ।

ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ, ରାୟଗଡ଼ା

Related posts

ଵାଇଦାପୋଷୀ ବସ୍ତି କଲୋନୀ ରେ ପ୍ରଶାସନର ଉଛେଦ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ 

masiha

ତେରେସିଂହାରେ ଜାତୀୟ ଯୁବ ଦିବସ ପାଳିତ

masiha

ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ନାକା ପଏଣ୍ଟରେ ଟଙ୍କା ନେଉଥିବା ସନ୍ଦେହରେ କାର ଅଟକ

masiha

Leave a Comment

error: Content is protected !!