ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଓଡିଆ ଖେଳ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ

ନୂଆ ଓଡିଆ ଖେଳ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୧୬/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ନୂଆ ଓଡିଶା ଖେଳ ପ୍ରତିଯୋଗିତା ନିମନ୍ତେ ବ୍ଳକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଶନିବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କ୍ରିକେଟ ଖେଳ ହେବ l ଏହି ପ୍ରତିଯୋଗିତା ରେ ବ୍ଲକ୍ ସ୍ତରରେ ବିଭିନ୍ନ ପଞ୍ଚାୟତ ରୁ ମୋଟ ୧୦ ଟି ଦଳ ଭାଗ ନେବେ l ଏଥିରେ ଯେଉଁ ଦଳ ପ୍ରଥମ ହେବ ସେହି ଦଳ ଜିଲା ସ୍ତର ରେ ପ୍ରତିଯୋଗିତା ରେ ଭାଗ ନେବେ l ବ୍ଲକ୍ ସ୍ତରରେ ଡିସେମ୍ବର ୨୦ ଓ ୨୧ ତାରିଖ ଦିନ ଖେଳ ହେବା ନେଇ ସ୍ଥିର ହୋଇଛି l ଏହି ବୈଠକରେ ବିଡିଓ ଶରତ ମାଝୀ, ସିଡ଼ିପିଓ ମିନତୀ ଦାଶ, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ, ଡାକ୍ତର ବଦ୍ରୀ ପ୍ରସାଦ ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ, ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ, ଉମାକାନ୍ତ ବିଶ୍ଵାଳ, ତ୍ରିନାଥ ବାରିକ, ବାସୁଦେବ ରଥ ଓ ଭାଗବତ ପ୍ରସାଦ ମୁର୍ମୁ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେଵିକା ସେବକ, ଯୋଗାଣ ସହାୟକ ମାନେ ଉପସ୍ଥିତ ଥିଲେ l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ପାରମ୍ପରିକ ଲୋକକଳା ମାଧ୍ୟମରେ ସଚେତନ ନିମନ୍ତେ ତାଲିମ୍ ଶିବିର ଉଦଜାପିତ

masiha

ରାୟଗଡ଼ ଜିଲ୍ଲା ଖଣିଜ ପାଣ୍ଠି ର ୯ତମ ଟ୍ରଷ୍ଟ ବୈଠକ ଅନୁଷ୍ଠିତ 

Sunil Chandra Nayak

ଗାରିଡି ଗ୍ରାମରେ ଚାଲିଛି ଘଟ ଯାତରା ,  ଦୁଇ ରାତ୍ରରେ ୨ ସାମାଜିକ ଗଣ ନାଟକ 

Leave a Comment

error: Content is protected !!