ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ସନ ସାଇନ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୨୩ ତମ ବାର୍ଷିକ କ୍ରୀଡା ଧୂମଧାମରେ ପାଳିତ

ରାଇରଙ୍ଗପୁରରେ ସନ ସାଇନ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୨୩ ତମ ବାର୍ଷିକ କ୍ରୀଡା ଧୂମଧାମରେ ପାଳିତ

 ମୟୂରଭଞ୍ଜ – ୧୬/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହାସ୍ଥ ୨୦୦୧ ରୁ ସ୍ଥାପିତ ଅଗ୍ରଣୀ ଇଂରାଜୀ ମିଡିୟମ ସ୍କୁଲର ୨୩ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଦିନ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଵିଦ଼୍ଯାଳୟର ଅଭିଭାବକ, ଶିକ୍ଷକ , ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ଅନୁଷ୍ଠାନର ସଂପାଦକ ଶିକ୍ଷାବିତ୍ ଶ୍ରୀ ତପନ ଲେଙ୍କା କ୍ରୀଡା ପତାକା ଉତ୍ତୋଳନ କରି ଖେଳର ଶୁଭାରମ୍ଭ କରିଥିଲେ ।ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ଼,ମ୍ଯୁଜିକ ଚେୟାର,ଦୌଡ଼,ବିସ୍କୁଟ ଖିଆ, ପ୍ରଭୃତି ବିଭିନ୍ନ ପ୍ରକାରର ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ପରେ ଉଦଯାପନୀରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ କବିତା ପଣ୍ଡା,ଲିପିକା ମହାପାତ୍ର,ଦୀପିକା ଟୁଡୁ, ଦେବାଶିଷ ମହାନ୍ତ,ରଶ୍ମିତା ମହାନ୍ତ,ପିଙ୍କି ପଢିଆରୀ,ଲିଜା ମହାନ୍ତ,ଅଶୈୟା ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଟିବି – ଏଚ ଆଇ ଭି ସଂଯୁକ୍ତ ରୋଗୀଙ୍କୁ ନିକ୍ଷୟ ମିତ୍ର ଭାବରେ କେ ଏନ୍ ପି ପ୍ଲସ ପକ୍ଷରୁ ପୋଷଣ ସାହାଯ୍ୟ

Sunil Chandra Nayak

ଧରାକୋଟ ଥାନାରେ ଯୁଭେଣ୍ଟିକା ସେଲ ର ଶୁଭାରମ୍ଭ

ଝାରକୁଣ୍ଡାମାଲ ଗାଁ ରେ ବରହା ଆକ୍ରମଣ ରେ ବୃଦ୍ଧ ଗୁରୁତର

masiha

Leave a Comment

error: Content is protected !!