ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗର ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ରାଜନଗର ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ରାଜନଗର ବ୍ଲକ୍ ମହିଁଶାଶୁର ପଞ୍ଚାୟତ ପଡ଼ିଆରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ନିଶାନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଧ୍ରୁବ ସାହୁ ଏହାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର,ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡ଼ିଆ,ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରାସାଦ ରାଉତ,ସରପଞ୍ଚ ଅଶୋକ କୁମାର ମହାନ୍ତି,ଉପଖଣ୍ଡ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲୀ ପ୍ରିୟଦର୍ଶିନୀ,ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ବେହେରା ପ୍ରମୁଖ ଯୋଗଦେଇଥିଲେ। ଏହି ଶିବିରରେ ଶାରୀରିକ ଭିନ୍ନକ୍ଷମ ୧୬୫ ଜଣ,ବଧିର ୩୯ ଜଣ ,ମାନସିକ ଅନଗ୍ରସର, ୪୫ ଜଣ,ଦୃଷ୍ଟି ବାଧିତ ୩୫ ଜଣ, ନାମ ପଞ୍ଜିକରଣ କରିଥିଲେ। ବିଭିନ୍ନ ବିଭାଗର ବିଶେଷଜ୍ଞ ଡକ୍ଟର ଯୋଗଦେଇ ୧୧୧ ଜଣ ଶାରୀରିକ ଭିନ୍ନକ୍ଷମ,୩୬ଜଣ ବଧିର,୩୮ଜଣ ଦୃଷ୍ଟି ବାଧିତ,୧୯ଜଣ ଭିନ୍ନକ୍ଷମ ଛୋଟ ଶିଶୁଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ପ୍ରମାଣପତ୍ର ଓ ଉପକରଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶୀତଲ କୁମାର ଜେନା, ଯୋତି ରଞ୍ଜନ ସାମଲ,ସରୋଜିନୀ ରାଉତ,ସହ ରାଜନଗର ବ୍ଲକ୍ ର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ପ୍ରଣୀମିତ୍ର,କୃଷୀମିତ୍ର, ଆପଦମିତ୍ର, ମଟିଭେଟର, ଜିଆରେସ ମାନେ ପରିଚାଳନାରେ ସହଯୋଗ କରିଥିଲେ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନଙ୍କ ରିପୋର୍ଟ ମସିହା ନ୍ୟୁଜ୍

Related posts

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଙ୍କ ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରା ଗ୍ରସ୍ତ

Sunil Chandra Nayak

ପ୍ରଧାନମନ୍ତ୍ରୀଙ୍କ ପାହାଡପୁର ଗସ୍ତ ; ରାଷ୍ଟ୍ରପତିଙ୍କ ଗ୍ରାମକୁ ଦେଶର ପ୍ରଥମ ସୌରଗ୍ରାମ ଆତିଥ୍ୟ ଭେଟି

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ” ଆମ ଓଡ଼ିଶା, ନବୀନ ଓଡ଼ିଶା”( ସହରୀ) ସଚେତନତା ଶିବିର ଉଦଯାପିତ

masiha

Leave a Comment

error: Content is protected !!