ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଳମ୍ବିତ ରାତିରେ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୁତ୍ତ, ପୋଲିସର ଜାରୀ 

ବିଳମ୍ବିତ ରାତିରେ ମନ୍ଦିରରୁ କଳାକନା ବୁଲାଇଲେ ଦୁର୍ବୁତ୍ତ, ପୋଲିସର ଜାରୀ 

ବସ୍ତା,17/12 : ବସ୍ତା ଥାନା ଅମର୍ଦାରୋଡ଼ ପୋଲିସ ଫାଣ୍ଡି ଅଧିନସ୍ଥ ରାଜଘାଟ ବାରୁଣୀ ପଡିଆରେ ଥିବା ବାବାଙ୍କ ମନ୍ଦିରୁ ରାତିରେ କଳାକନା ବୁଲାଇଲେ ଦୁର୍ବୁତ୍ତ, ଆଜି ଅମର୍ଦାରୋଡ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିବାର ଦେଖିବାକୁ ମିଳିଛି l ତେବେ ବିଳମ୍ବିତ ରାତିରେ ବାବାଙ୍କ ମନ୍ଦିରରୁ ତାଲା ଭାଙ୍ଗି ସୁନା ଓ ରୁପା ଅଳଙ୍କାର ସମେତ ଦାନବାକ୍ସ ରୁ ଦାନ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରିହୋଇଯାଇଛି l ଗତକାଲି ରାତି ରେ ମନ୍ଦିର ର ପୂଜକ ଆଳତୀ ସାରି ମନ୍ଦିର ବନ୍ଦ କରି ଘରକୁ ଯାଇଥିଲେ, ଆଜି ସକାଳେ ସ୍ଥାନୀୟ ଲୋକେ ମନ୍ଦିର କୁ ପୂଜା କରିବା ପାଂଇ ଆସିଥିବା ବେଳେ ତାଲା ଭାଙ୍ଗି ତଳେ ପଡି ଥିବା ଦେଖି ମନ୍ଦିର ର ପୂଜକ ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ, ମନ୍ଦିର ପୂଜକ ଓ ଗ୍ରାମବାସୀ ପହଞ୍ଚି ମନ୍ଦିର ରୁ ସମସ୍ତ ସୂନା ଅଳଙ୍କାର ଲୁଟ ହୋଇଥିବା ଦେଖି ଅମର୍ଦାରୋଡ ପୋଲିସ ଫାଣ୍ଡିକୁ କୁ ଖବର ଦେଇଥିଲେ, ଖବର ପାଇ ଅମର୍ଦାରୋଡ ପୋଲିସ ଫାଣ୍ଡି ଅଧିକାରୀ ସନ୍ଦୀପ କୁମାର କୁଜୁର ସଦଳବଦଳେ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ତିରିଂ ଥାନା ! ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ନେଇ ବରର ସଂପର୍କୀୟ ମାମୁଁର ମୃତ୍ୟୁ 

Sunil Chandra Nayak

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ 

Sunil Chandra Nayak

ମଦୁଆକୁ ବାନ୍ଧି,ପୋଲିସ ଜିମାରେ ଦେଲେ ମହିଳା

Leave a Comment

error: Content is protected !!