ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକସ୍ତରୀୟ ଭାରତ କୋ ଜାନୋ କୁଇଜ ପ୍ରତିଯୋଗିତା ଆୟୋଜିତ 

ଆଞ୍ଚଳିକସ୍ତରୀୟ ଭାରତ କୋ ଜାନୋ କୁଇଜ ପ୍ରତିଯୋଗିତା ଆୟୋଜିତ 

ରାଉରକେଲା/ଭାରତ ବିକାଶ ପରିଷଦ ପଶ୍ଚିମ ପ୍ରାନ୍ତ ଆନୁକୂଲ୍ୟରେ ଭାରତ କୋ ଜାନୋ ଶୀର୍ଷକ ଏକ କୁଇଜ ପ୍ରତିଯୋଗିତା ବରଟୋଲି ସ୍ଥିତ ପଦ୍ମିନୀ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ବ ଓ ସମ୍ପାଦକ ଗୋଦାବରୀଶ ଶତପଥୀ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁନିଲ କାୟଲ ଓ କମଲ ଅଗ୍ରୱାଲ ଯୋଗଦେଇ ଅନୁଷ୍ଠାନ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଅନୁଷ୍ଠାନ କୁ ସାଧୁବାଦ ଦେଇଥିଲେ। ଏହି ପ୍ରତିଯୋଗିତାରେ ଓଡିଶା, ଝାଡ଼ଖଣ୍ଡ ଓ ବିହାର ର ବିଦ୍ୟାର୍ଥୀ ମାନେ ଭାଗ ନେଇଥିଲେ। ପ୍ରତିଯୋଗିତା କୁ ବରିଷ୍ଠ ଓ କନିଷ୍ଠ ବର୍ଗରେ ବିଭକ୍ତ କରାଯାଇଥିଲା। ବରିଷ୍ଠ ବର୍ଗରେ ବାସନ୍ତୀ କଲୋନୀ ଡିଏଭି ପବ୍ଲିକ ସ୍କୁଲର ଅମିତ୍ କୁମାର ସାହୁ ଓ ବିଶ୍ବାସ ବରାଳ, କନିଷ୍ଠ ବର୍ଗରେ ଭୁବନେଶ୍ଵର କଳିଙ୍ଗ ନଗର ଡିଏଭି ପବ୍ଲିକ ସ୍କୁଲର ସାନଭି ଓତା ଓ ମେଧିର ଷଡ଼ଙ୍ଗୀ ପ୍ରଥମ ହୋଇଥିଲେ। ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ଜାନୁଆରୀ ୨୧ରେ ହରିଆଣା ର କୁରୁକ୍ଷେତ୍ର ଠାରେ ହେବାକୁ ଥିବା ଜାତୀୟସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି। କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ବୈଷ୍ଣବ ଚରଣ ମହାପାତ୍ର,ଡ ଆର ସିଂ ମେହେର, ଅସୀମ ଗୁପ୍ତା, ବନ୍ଦିତା ମାହାତୋ,ଝୁନୁ ନାୟକ, ରେଖା ଗୁପ୍ତା, ସ୍ନେହଲତା ପାତ୍ର,ହରଜିତ କୋୖର,ଅଞ୍ଜଉ କକ୍କଡ,ମଞ୍ଜୁ ମେହେର,ଅନୁପମ ଗୁପ୍ତା ସମେତ ପରିଷଦର ରାଜ୍ୟ ସଭାପତି ବି ବି ନାୟକ, ରାଜ୍ୟ ସମ୍ପାଦକ ପ୍ରକାଶ ପଟ୍ଟନାୟକ, ଦୁର୍ଗା ଶର୍ମା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା, ବିହାର, ଝାଡ଼ଖଣ୍ଡ ଅଞ୍ଚଳର ପ୍ରତିନିଧିମାନେ ଯୋଗ ଦେଇ ଥିବା ବେଳେ ଜଗଦା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁ,ଗୁରୁମା, କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଫିଜିକ୍ସ ୱାଲା ବିଦ୍ୟାପୀଠ ପାଠଶାଳା ପକ୍ଷରୁ କ୍ୟାରିୟର କଉନସେଲିଙ୍ଗ ଶିବିର ଅନୁଷ୍ଠିତ

masiha

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ

masiha

ଶ୍ରୀମା ଅରବିନ୍ଦ ଆଶ୍ରମର ପ୍ରମୁଖ ପରିଚାଳିକାଙ୍କ ସ୍ୱର୍ଗବାସ

Sunil Chandra Nayak

Leave a Comment

error: Content is protected !!