ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଜିପଦର ଉ ପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭେଜିପଦର ଉ ପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା (୧୯/୧୨)-ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଜିପଦର ର ବାର୍ଷିକ ଉତ୍ସବ ଗତ ମଙ୍ଗଳବାର ଅନୁଷ୍ଠିତ ହେଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ମୁଣ୍ଡ ଏବଂ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣ ମହାନ୍ତି ଓ କଣ୍ଟାବାଞ୍ଜି ଉ ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ହୋତା ଯୋଗ ଦେଇଥିଲେ l ପ୍ରାରମ୍ଭରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହିମାଞ୍ଚଳ ପାଣ୍ଡେ ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟକୁ ଶିକ୍ଷକ ପ୍ରଶାନ୍ତ ଖମାରୀ ପରିଚାଳନା କରିଥିଲେ l ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ l ଗତ ୧୨ ଓ ୧୩ ତାରିଖ ରେ ହୋଇଥିବା କ୍ରୀଡା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀ ଓ ଶିକ୍ଷୟିତ୍ରୀ ସ୍ଵାଗତିକା ନେଗୀ ଆକର୍ଷଣୀୟ ଢଙ୍ଗରେ ପରିଚାଳନା କରିଥିଲେ l ପ୍ରଧାନଶିକ୍ଷୟିତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ବରିଷ୍ଠ ଶିକ୍ଷୟିତ୍ରୀ ମିନତୀ ସାହୁ, ସହକାରୀ ଶିକ୍ଷକ ଚିନ୍ମୟ ମହାନ୍ତି, ନିକଟସ୍ଥ ବିଦ୍ୟାଳୟ ର ଶିକ୍ଷକ ବିଜୟ ଦଳେଇ,ଶିକ୍ଷୟିତ୍ରୀ ଝରଣା ପ୍ରଧାନ,ପ୍ରତିଭା ବିଶ୍ଵାଳ,ପରିଚାଳନା କମିଟି ସଦସ୍ୟ ମହେନ୍ଦ୍ର ଦୁର୍ଗା, ସଭ୍ୟା ରାଜିନୀ ନାଏକ, ଭାଦ୍ରଵୀ ଦୁର୍ଗା, ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ/ଅଭିଭାବିକା ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ l

ପ୍ରଦୀପ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

masiha

ହର ମୋହନ ଦାସ ଙ୍କ ୯୫ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

DRM INSPECTS MULTI-DISCIPLINARY TRAINING CENTRE AT VISAKHAPATNAM

Sunil Chandra Nayak

Leave a Comment

error: Content is protected !!