ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଲଣ୍ଡନ କିଡସ୍ ସ୍କୁଲର ବାର୍ଷିକ ଉତ୍ସବ ଧୂମଧାମରେ ଅନୁଷ୍ଠିତ 

ରାଇରଙ୍ଗପୁରରେ ଲଣ୍ଡନ କିଡସ୍ ସ୍କୁଲର ବାର୍ଷିକ ଉତ୍ସବ ଧୂମଧାମରେ ଅନୁଷ୍ଠିତ 

 ମୟୂରଭଞ୍ଜ – ୧୯/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ମହୁଲଡିହାସ୍ଥିତ ମହାମହିମ ରାଷ୍ଟ୍ରପତିଙ୍କ ବାସଭବନ ସନ୍ନିକଟ ଲଣ୍ଡନ କିଡସ୍ ସ୍କୁଲର ବାର୍ଷିକୋତ୍ସବ ମଙ୍ଗଳବାର ଦିନ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହେମ ମାଝୀ , ଅନୁଷ୍ଠାନର ଅଧ୍ୟକ୍ଷା ସୋନିଆ ଅଗ୍ରୱାଲ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବରେ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥିଗଣ କହିଥିଲେ ସ୍କୁଲ କର୍ତୃପକ୍ଷ ସବୁବେଳେ ସ୍କୁଲର ପରିବେଶ,ଛୋଟ ଛୋଟ ପିଲାମାନଙ୍କୁ ନାଚ,ଗୀତ,ହସ,ଖୁସି,ମଜା,ମଜା,ଖେଳ , ନୃତ୍ୟ କରାଇ ଆପଣାର କଲେ ପିଲାମାନେ ଖୁସି ହେବା ସହ ପାଠପଢ଼ା ପ୍ରତି ସେମାନଙ୍କର ଆଗ୍ରହ ସୃଷ୍ଟି ହେବ ଏବଂ ସ୍କୁଲକୁ ଆସିବେ । କୁନି ପିଲାମାନେ କଅଁଳ ବୟସରେ ସେମାନେ ଶିକ୍ଷା ମନ୍ଦିରରେ ପାଦ ଥାପୁଛନ୍ତି । ସେମାନଙ୍କୁ ଭୟ ଦେଖାଇବା କିମ୍ବା ଟାଣ ଟାଣ ଉଚ୍ଚ ଭିତରେ କହିବା ଠିକ୍ ହେବନାହିଁ ।ସେମାନଙ୍କୁ ପାଠପଢ଼ା ଚାପ ଦେବା ଉଚିତ ନୁହେଁ । ରାଇରଙ୍ଗପୁରର ଅଗ୍ରଣୀ ଇଂଲିଶ ମିଡିୟମ’ ଲଣ୍ଡନ କିଡସ ସ୍କୁଲ’ର ପରିବେଶ ଦେଖି ଖୁସି ହୋଇଥିଲେ ।ସ୍କୁଲ ଅଧ୍ୟକ୍ଷା ସୋନାଲି ଅଗ୍ରୱାଲ ସ୍କୁଲର କୁନି କୁନି ପିଲାମାନଙ୍କ ଖେଳ,ପାଠ,ନାଚ ଉପରେ ବେଶି ଗୁରୁତ୍ଵ ଦେଇଥାଏ ବୋଲି ବକ୍ତବ୍ୟ ରଖିଥିଲେ। ଆଗକୁ ଆହୁରି ବିଦ୍ୟାଳୟର କଳେବର,ପରିବେଶ ସୁନ୍ଦର କରିବା ପାଇଁ ଚେଷ୍ଟା କରିବ ବୋଲି କହିଥିଲେ ।ପରେ କୁନି କୁନି ପିଲାମାନଙ୍କ ଦ୍ଵାରା ଆକର୍ଷଣୀୟ ରଙ୍ଗାରଙ୍ଗ ନାଚଗୀତ ଅନୁଷ୍ଠିତ ହୋଇଥିଲା । ବାର୍ଷିକ ଉତ୍ସବ ଅବସରରେ କୁନି କୁନି ପିଲାମାନଙ୍କ ମଧ୍ୟରେ ନାଚ,ଗୀତ, ଚିତ୍ରାଙ୍କନ, ବକ୍ତୃତା,ଖେଳ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ ।ବହୁ ସଂଖ୍ୟାରେ ଅଭିଭାବକ , ସ୍ଥାନୀୟ ଲୋକ କୁନି କୁନି ପିଲା ଯୋଗଦେଇ କୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବହୁ ସାଂଖ୍ଯାରେ ଅଂଚଳବାସୀ ଉପସ୍ଥିତ ରହି ବାର୍ଷିକ ଉତ୍ସବ ସଫଳ କରାଇଥିବାରୁ ଅଧ୍ୟକ୍ଷା ସୋନାଲି ଅଗ୍ରୱାଲ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ପରିଚାଳନାରେ ଶିକ୍ଷୟତ୍ରୀ ଦୀକ୍ଷା ଦାସ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତ, କାଞ୍ଚନ ଦାସ, ମଧୁସ୍ମିତା ଦାସ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପରିକ୍ରମା ପକ୍ଷରୁ ମେଧା ସମ୍ବର୍ଦ୍ଧନା ସମାରୋହ : 53 କୃତି ଛାତ୍ରଛାତ୍ରୀ ପାଇଲେ ଟେଲେଣ୍ଟ ଆୱାର୍ଡ 2025

masiha

ଓ ଜେ ୟୁ ନବରଙ୍ଗପୁର ଜିଲ୍ଲା ଶାଖା ର ଦ୍ଵାଦଶ ବାର୍ଷିକ ଉତ୍ସବ

masiha

ଭୁବନ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯୁବ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!