ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦା ଲ୍ଯାମ୍ପରେରେ ଧାନ ମଣ୍ଡି ଉଦଘାଟିତ 

ବହଳଦା ଲ୍ଯାମ୍ପରେରେ ଧାନ ମଣ୍ଡି ଉଦଘାଟିତ 

   ମୟୂରଭଞ୍ଜ- ୧୮/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକର ଵହଳଦା ଲ୍ଯାମ୍ପରେ ଧାନମଣ୍ଡି ଶୁଭ ଉଦଘାଟିତ ହୋଇଯାଇଛି ।ଲ୍ଯାମ୍ପର ସଭାପତି ଗୋପୀନାଥ ହାଁସଦା ନଡ଼ିଆ ଫଟାଇ ଧାନ ମଣ୍ଡିରେ ପୂଜାର୍ଚ୍ଚନା କରିଥିଲେ । ଉପଖଣ୍ଡ ଏଆରସିଏସ ଶ୍ରୀମତୀ ସୀମା ମୁର୍ମୁ ଫିତା କାଟି ଧାନମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ । ଲ୍ଯାମ୍ପର ଏମଡି ସନ୍ତୋଷ ଵସାଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏସଆରସିଏସ ରାମଚନ୍ଦ୍ର ଵିଶ୍ଵାଳ,ଏମଆଇସି ବିଭୂ କଲ୍ଯାଣ ଦାସ, ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ । ଚାଷୀମାନେ କିଭଳି ସରକାରଙ୍କ ନିୟମ କାନୁନ ଅନୁସାରେ ଧାନ ବିକ୍ରୟ କରି ଲାଭବାନ ହୋଇ ପାରିବେ ତାହା ଉପରେ ଅତିଥି ଗଣ ମନ୍ତବ୍ୟ ଦେଇଥିଲେ । ଏଫେ କର୍ମୀ ର ଧାନ ଆଣିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆ ଯାଇଥିଲା ।ଏହି ଲ୍ଯାମ୍ପ ରେ ଵହଳଦା ବ୍ଳକର ୮ ଟି ପଞ୍ଚାୟତର୧୫୩୮ ଜଣ ପଂଜିକୃତ ଚାଷୀ ଧାନ ବିକ୍ରୟ କରି ପାରିବେ ବୋଲି ଏମଡି ସନ୍ତୋଷ ଵସା ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଲ୍ଯାମ୍ପର କର୍ମଚାର ରୂପଲାଲ ମହାନ୍ତ,ସନ୍ତୋଷି ଦାସ,ନନ୍ଦଲାଲ ଵେଶ୍ରା,କିଶାନ ଦତ୍ତ, ବିଶ୍ବଜିତ ମହାନ୍ତଏବଂ ଚାଷୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉଦଘାଟନ ଅବସରରେ ୨୪୦.୧୩ କ୍ଯୁଣ୍ଟାଲ ଧାନ ଚାଷୀମାନେ ବିକ୍ରୟ କରିଥିଲେ ।ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ଧିମେଇ ଯାଇଛି । ସପ୍ତାହର ସୋମବାର ଏବଂ ବୁଧବାର ଦିନ ଚାଷୀମାନେ ମଣ୍ଡିରେ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରୟ କରି ପାରିବେ ବୋଲି ସନ୍ତୋଷ ଦାସ କହିଥିଲେ । ଠିକ୍ ସମୟରେ ଧାନ ମଣ୍ଡି ଖୋଲା ଯାଇଥିବାରୁ ଚାଷୀମାନେ ଖୁସି ହୋଇଥିଲେ ।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧାନ କିଣା କାରବାର ସ୍ବଚ୍ଛତା ଓ ଶୃଙ୍ଖଳିତ ଉଦ୍ୟେଶ ନେଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ

masiha

ଲାଞ୍ଜିଗଡ ପ୍ରଶାସନଙ୍କ ପୋଷ୍ୟ ଗାଁ ଫୁଲଡୁମେରରେ ସରକାରୀ ଅର୍ଥ ରାଶି ହଡ଼ପ ଅଭିଯୋଗ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ରେ ବିପର୍ଯ୍ୟସ୍ତ ରାସ୍ତା : ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ନିଦ ଭାଙ୍ଗୁନି

masiha

Leave a Comment

error: Content is protected !!