ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଵୈଜଲପୁର ଠାରେ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଵୈଜଲପୁର ଠାରେ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଵୃନ୍ଦାଵାହାଲ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଵୈଜଲପୁର ଠାରେ ଦ୍ବିତୀୟ ପର୍ଯ୍ୟାୟ ତିନିଦିନିଆ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ ହୋଇଯାଇଛି।

 ଗୋଲାମୁଣ୍ଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଵିଆରସିସି ଲଵଣୀ କୁମାର ନାଏକ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, କଳାହାଣ୍ଡି ଭବାନୀପାଟଣା ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଚ୍ୟୁତାନନ୍ଦ ମଲ୍ଲିକ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଏଥିରେ ଗୋଲାମୁଣ୍ଡା ବ୍ଲକ ର ଵିଭିନ୍ନ କ୍ଲଷ୍ଟର ରୁ ୨୮ଜଣ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ। ସାଧନ କର୍ମିଭାଵରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, କଳାହାଣ୍ଡି ଭବାନୀପାଟଣା ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଚ୍ୟୁତାନନ୍ଦ ମଲ୍ଲିକ , ଆରପି ଭାବରେ ଦାୟିତ୍ଵ ତୁଲାଇଥିଲେ।ଏହି କର୍ମଶାଳାରେ ଵିଆରସିସି ଶ୍ରୀଯୁକ୍ତ ଲଵଣୀ କୁମାର ନାଏକ ସୁନ୍ଦର ସଂଗୀତ ପରିବେଷଣ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାହିଁକି ଗୁରୁତ୍ଵ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ର ଲକ୍ଷ୍ୟ, ,ଶିକ୍ଷଣ ଫଳାଫଳ ଗୁଡିକ ଶିକ୍ଷାଦାନରେ କିପରି ଭାବରେ ପ୍ରୟୋଗ କରିବେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ବୁଝାଇଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ନନ୍ଦଘର ଠାରେ ଶିଶୁଦିବସ ପାଳନ 

masiha

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ଓଡ଼ିଶା ଦିବସ -୨୦୨୫ ପାଳିତ ଓ ନିର୍ବାଚନ ଅନୁଷ୍ଠିତ 

masiha

ସରସ୍ବତୀ ବିଦ୍ୟାମନ୍ଦିର ଠାରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!