ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଲଙ୍କେଶ୍ୱରୀ ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା, ଦେବାଦେବୀଙ୍କ ଲାଠିଯାତ୍ରା ମୁଖ୍ୟ ଆକର୍ଷଣ

ମା ଲଙ୍କେଶ୍ୱରୀ ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା, ଦେବାଦେବୀଙ୍କ ଲାଠିଯାତ୍ରା ମୁଖ୍ୟ ଆକର୍ଷଣ

କୋକସରା,୧୯/୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗାଁରେ ଗ୍ରାମର ଆରାଧ୍ୟ ଦେବୀ ମା ଲଙ୍କେଶ୍ୱରୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ବିଧି ଅନୁସାରେ ରବିବାର ପାଳନ କରାଯାଇଛି। ଦେବୀଙ୍କ ପୁଝାରି ସୁକଚନ ମାଝୀ, ଧନୁର୍ଯ୍ୟ ମାଝୀ ସକାଳୁ ରୀତିନୀତି ଓ ପରମ୍ପରା ଅନୁଯାୟୀ ମା ଲଙ୍କେଶ୍ୱରୀ ଙ୍କ ପୂଜାର୍ଚ୍ଚନା ପରେ କନ୍ଦାଗଡ଼ ଓ ନୂଆଗାଁରୁ ଦେବୀ ଠାକୁରାଣୀ, ମା ମାନ ପୁରିଆଣି, ମା ଛୋଟୀ ଗୋଟେନଙ୍କ ଲାଠିକୁର୍ସି ଆସି ପହଞ୍ଚିବା ପରେ ସମବେତ ଦେବୀଙ୍କ ଲାଠିକୁର୍ସି ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରି ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବା ସହ ନିଜର ମାନସିକ ପୁରଣ ପାଇଁ ଦେବୀଙ୍କ ଶରଣାପନ୍ନ ହୋଇ ଶୁକ୍ଲଭୋଗ ଓ ରକ୍ତ ଭୋଗ ଅର୍ପଣ କରିଥିଲେ। ଏହି ଅଵସରରେ ଏକ ମଣ୍ଡେଇ ହାଟ ଦେବୀଙ୍କ ମନ୍ଦିର ନିକଟରେ ବସିଥିଲା। ରାତିରେ ମନ୍ଦିର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ସମିତି ସଭ୍ୟ ବରାଡଙ୍ଗା ପଞ୍ଚାୟତ ଗୁପ୍ତେଶ୍ଵର ବାଗ, ସାମାଜିକ କର୍ମି ମନୋରଞ୍ଜନ ବାଣୁଆ, ପଙ୍କଜ ମୁଖ ଚୌଧୁରୀ, ସୋନୁ ଅଗ୍ରୱାଲ ପ୍ରମୂଖ ଉପସ୍ଥିତ ଥିବାବେଳେ ପୂଜା କମିଟିର ସଭାପତି ପ୍ରଭାକର ନାଏକ, ସମ୍ପାଦକ ଭୋଳାନାଥ ମାଝୀ, ସୁଭାଷ ଅଗ୍ରୱାଲ, ଭୁବନେଶ୍ୱର ବାଗ, ବଳରାମ ଦୁର୍ଗା, ଗୋବର୍ଦ୍ଧନ ମାଝୀ, ଧରିତ୍ରୀ ବାଗ, ଡାଲିମ୍ବ ବାଗ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍

Related posts

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

masiha

ସୈାମ୍ୟାଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜିଲ୍ଲା କଂଗ୍ରେସ ର ଦୀପ ଦାନ 

Sunil Chandra Nayak

ଉମରକୋଟ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!