ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୪୪୧ ଜଣ ଆଶାୟୀ

ରାଇରଙ୍ଗପୁରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୪୪୧ ଜଣ ଆଶାୟୀ

 ମୟୂରଭଞ୍ଜ -୨୦/୧୨ ( ମସିହା) ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ବ୍ଳକ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାମନଘାଟି ଉପଜିଲ୍ଲାପାଳ ସରୋଜ ଦାସ,ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଣଜିତ ସୋରେନ, ରାଇରଙ୍ଗପୁର ଅତିରିକ୍ତ ତହସିଲଦାର ରାଜେଶ୍ଵରୀ ମାଝୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୋମବାରି ମୁର୍ମୁ, ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଉପଜିଲ୍ଲାପାଳ କହିଥିଲେ ଭିନ୍ନକ୍ଷମଙ୍କୁ ସମ୍ମାନର ସହ ବଂଚିବା ଏବଂ ସେମାନଙ୍କୁ ସମାଜ ଉପରେ ବୋଝ ନ ଭାବି ସହାୟତା ର ହାତ ସମସ୍ତେ ବଢ଼ାଇବା ଉଚିତ ।ଆଜିର ଭିନ୍ନକ୍ଷମ ଶିବିରରେ ବିଭିନ୍ନ ବିଭାଗର ମୋଟ ୪୪୧ ଜଣ ନାମ ପଂଜିକୃତ କରିଥିବାବେଳେ ତନ୍ମଧ୍ୟରୁ ଅସ୍ଥିଶଲ୍ୟ ବିଭାଗର ୮୬ ଜଣ, ପକ୍ଷାଘାତ ରେ ୪ ଜଣ,ଦୃଷ୍ଟିବାଧିତ ରେ ୧୫ ଜଣ, ମାନସିକ ଅନଗ୍ରସର ୨୬ ଜଣ,ଇଏନଟି ରେ ୧୬ ଜଣ,ମାଇନର ସର୍ଜରୀ ପାଇଁ ୧୦ ଜଣ,, ଏବଂ ଅନ୍ୟାନ୍ୟ ୩ ଜଣଙ୍କୁ ଚିହ୍ନଟ କରା ଯାଇଥିଲା । ଜିଲ୍ଲାରୁ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା ।ସେହିଭଳି ବାଣିଶ୍ରୀ ମେଧା ବୃତ୍ତି ପାଇଁ ୧୧ ଜଣ, ଜାତୀୟ ମେଧାବୃତ୍ତି ପାଇଁ ୦୧ ଜଣ,ଡି ଆର ଆଇ ଋଣ ପାଇଁ ୯ ଜଣ, ଭତ୍ତା ପାଇଁ ୬୮ ଜଣ,ବିଵାହ ସହାୟତା ପାଇଁ ଜଣେ,,ଉଚ୍ଚତର ଅଧ୍ୟୟନ ପାଇଁ ଜଣେ,୯୯ ଜଣଙ୍କୁ ସହାୟତା ଉପକରଣ,୧୩୫ ଜଣଙ୍କୁ ବସ ପାଶ୍,ଆୟଗତ ପ୍ରମାଣ ପତ୍ର ପାଇଁ ୭ ଜଣଙ୍କୁ, ଏବଂ ଆବାସ ଯୋଜନା ପାଇଁ ୫୭ ଜଣଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଳକ କର୍ମଚାରୀ ପ୍ରମୁଖ ସହାୟତା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଲଙ୍ଗଳେଶ୍ୱର ବିକାଶ ମହୋତ୍ସବ ନାମରେ ଚଞ୍ଚକତା ,ଅଭିଯୋଗ ଆଣିଲେ ଗ୍ରାମବାସୀ

Sunil Chandra Nayak

ଅଘୋଷିତ କବିତା ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ଯକ୍ରମ

Leave a Comment

error: Content is protected !!