ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

କେନ୍ଦ୍ରାପଡ଼ା,: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ ଓ ନିରୀକ୍ଷଣ କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଏସ୍‌ଆର୍‌ଏ ପ୍ରଦୀପ କୁମାର ଦାସ, ଜେଆର୍‌ଏ ଜୟଶ୍ରୀ ସାହୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟଧାରା ସମ୍ବନ୍ଧରେ ସମୀକ୍ଷା କରିବା ସହ ସେ ସମସ୍ତ ରେଜିଷ୍ଟର୍‌, କ୍ୟାସ୍ ବୁକ୍‌, ଲଗ୍ ବୁକ୍‌, ସମସ୍ତ ଫାଇଲ୍‌ପତ୍ର ଯାଂଚ କରିଥିଲେ । କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ଓ ନିର୍ଦ୍ଦେଶ ଦେଇଥିଲେ । ମଢ଼ିଆଳ ବଜାରରେ ଥିବା ସୂଚନା ଓ ପାଠାଗାରକୁ ତିନିମୁହାଣୀ ଷ୍ଟୋର୍ ନିକଟକୁ ଯଥାଶୀଘ୍ର ସ୍ଥାନାନ୍ତର ପାଇଁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସମସ୍ତ ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟର ଠିକ ସୂଚନା ଗଣମାଧ୍ୟମ ନିକଟରେ ପହଂଚାଇ ଏହାର ବହୁଳ ପ୍ରଚାର ପ୍ରସାର ପାଇଁ ଉତ୍ସର୍ଗିକୃତଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ କିଭଳି ସୂଚନା ଓ ଲୋକସମ୍ପର୍କ ବିଭାଗ ସେତୁଭଳି କାର୍ଯ୍ୟ କରିବ ସେ ଦିଗରେ ଦିଗଦର୍ଶନ ଦେଇଥିଲେ । ଏହି ଗସ୍ତ ସମୟରେ ନିକ୍ଷେପକ ମଧୁସୂଦନ ମଲ୍ଲିକ, ତପନ କୁମାର ପରିଡ଼ା, ରଞ୍ଜନ କୁମାର ବେହେରା ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିଇଉଜ!!

Related posts

ବାସନ୍ତୀ ପାଠାଗାରର ସାହିତ୍ୟ ଆସର ଓ ସହରରୁ ପଲ୍ଲୀ ପୁସ୍ତକ ଉନ୍ମୋଚନ

Sunil Chandra Nayak

ଶ୍ରମ ମନ୍ତ୍ରୀଙ୍କ ଦ୍ବାରା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ବିଦ୍ୟା ଭବନ ସମେତ ବିଭିନ୍ନ ନୂତନ କୋଠାର ଉଦ୍‌ଘାଟନ ସହିତ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ

masiha

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ବଣ୍ଚନ

Sunil Chandra Nayak

Leave a Comment

error: Content is protected !!