ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।ବଲାଙ୍ଗୀର କୁ ହରାଇ ଭବାନୀପାଟଣା ବିଜୟୀ

ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।ବଲାଙ୍ଗୀର କୁ ହରାଇ ଭବାନୀପାଟଣା ବିଜୟୀ

ଜୁନାଗଡ ୨୪/୧୨(ମ ନି ସ): କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଚାଲିଥିବା ଆନ୍ତରାଜ୍ୟ ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଅଷ୍ଟମ ଦିନ ବଲାଙ୍ଗିର ବନାମ ଭବାନୀପାଟଣା ମଧ୍ୟ ରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଦଳ ପ୍ରଥମେ ଟସ୍ ଜିତି ଫିଲିଡ଼ିଂ କରିବାର ନିଷ୍ପତ୍ତି ନେଇଥିଲେ । ଭବାନୀପାଟଣା ଦଳ ପ୍ରଥମେ ବ୍ୟାଟିଂ କରି ୩୦ ଓଭରରେ ରେ ୨୨୭/୯ ରନ୍ କରିଥିଲେ । ଏହାର ଜବାବ ରେ ବଲାଙ୍ଗିର ୨୬.୪ ଓଭରରେ ରେ ସମସ୍ତ ୱିକେଟ ହରାଇ ୧୬୧ ରନ୍ ସଂଗ୍ରହ କରି ଥିଲା।ଫଳରେ ୬୬ ରନ ରେଭବାନୀପାଟଣା ବିଜୟୀ ହେବା ସହ କ୍ୱାଟର ଫାଇନାଲ କୁ ଉନ୍ନୀତ ହୋଇଛି। ଭବାନୀପାଟଣା ଦଳ ର ମୋନଜ ସିଂ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ୭୦ ରନ ଓ ୩ ୱିକେଟ ନେଇ ମେନଅଫଦିମ୍ୟାଚ ହେଇଥିଲେ। ମ୍ୟାଚରେ ଅମ୍ପାୟାର ଭାବେ ସତୀଶ ପ୍ରଧାନ, ଓ ନୀତିଶ ମହାପାତ୍ର ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ପରମେଶ୍ବର ପୋଢ଼ ଓ ମୁନୁ ବେହେର, ନୀତିଶ ମହାପାତ୍ର, ଜାବିଦ ଖାନ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ଥାନା ଅଧିକାରୀ ଶେଷଦେବ ବେହେରା, ସମ୍ମାନିତ ଅତିଥି ଭାବେ କାହ୍ନୁ ଚରଣ ବୈଠାରୁ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ନ୍ୟୁରେଡ଼ଷ୍ଟାର ସ୍ପୋର୍ଟସ କ୍ଲବର ସଭାପତି ହିମାଂଶୁ ଶେଖର ବରାଡ, ଉପସଭାପତି ସରୋଜ ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତାକାଲି ସମ୍ବଲପୁର ବନାମ ଭାବାନୀପାଟଣା ମଧ୍ୟରେ ପରବର୍ତ୍ତୀ ମ୍ୟାଚ ଅନୁଷ୍ଠିତ ହେବ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଗୋଲାଙ୍ଗବନ୍ଧଠାରେ ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଯୋଗଦେଲେ ବିଧାୟକ ପ୍ରତିନିଧି

Sunil Chandra Nayak

ମା ମାଝୀ ଗୌରୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟନ

Sunil Chandra Nayak

୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା

Sunil Chandra Nayak

Leave a Comment

error: Content is protected !!