ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ଗଜସାଥୀ ଦକ୍ଷତା ବୃଦ୍ଧି ତାଲିମ ଶିବିର

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ଗଜସାଥୀ ଦକ୍ଷତା ବୃଦ୍ଧି ତାଲିମ ଶିବିର

 ମୟୂରଭଞ୍ଜ -୨୪/୧୨ ( ମସିହା) ଓଡ଼ିଶା ସରକାରଙ୍କର ଜଙ୍ଗଲ ,ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ‘ ଜନ ସୁରକ୍ଷା,ଗଜରକ୍ଷା ଯୋଜନାରେ ‘ ଏକ ଦିବସୀୟ ରାଇରଙ୍ଗପୁର ବନଖଣ୍ଡ ସ୍ତରୀୟ ‘ଗଜସାଥୀ ଦକ୍ଷତା ତାଲିମ ଶିବିର’ ଡିଏଫଓ ଶ୍ରୀ ଶିବ ପ୍ରସାଦ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ପ୍ରଭାକର ମଲ୍ଲିକ, ରଂଜନ ବେହେରା, ସୁଶାନ୍ତ କୁମାର ପାଟବନ୍ଧା,ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ବାଳ, ପରିବେଶବିତ୍ ଲଳିତ ମହାନ୍ତ, ରାଇରଙ୍ଗପୁର ,ବାଦାମପାହାଡ , ବିଶୋଇ,ମଣଦା ଏବଂ ଵହଳଦା ୫ ଜ୍ୟୋତି ରଂଜନ ସେନାପତି, ରମାକାନ୍ତ ମାଝୀ,, କ୍ଷୀରୋଦ ଚନ୍ଦ୍ର ସିଂ,,ଧରିତ୍ରୀ ମୁର୍ମୁ,, ସୁମତି ପାତ୍ର,ବନପାଳ,ଵନରକ୍ଷୀ ଏବଂ ଶତାଧିକ ଵନସୁରକ୍ଷା ସମିତି ସଦସ୍ୟ/,ସଦସ୍ଯା,ଗଜସାଥୀ ପ୍ରମୁଖ ସାମିଲ ହୋଇଥିଲେ ।ପ୍ରାରମ୍ଭରେ ଵନ ବିଭାଗ ଅଧିକାରୀ ଏବଂ ଗଜ ସାଥୀ,ବନ ସୁରକ୍ଷା ସମିତି ସଦସ୍ୟମାନେ ପ୍ଳାକାର୍ଡ ସହ ଗଜସୁରକ୍ଷା, ଜଙ୍ଗଲ ସୁରକ୍ଷା, ପରିବେଶ ସୁରକ୍ଷା , ଜୀବଜନ୍ତୁ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ ପରେ ରାଇରଙ୍ଗପୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ହାତୀ ଓ ଜୀବଜନ୍ତୁ ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲ ରକ୍ଷା,ବନ ନିକଟସ୍ଥ ଗ୍ରାମବାସୀଙ୍କୁ ସଚେତନ କରାଇବା ବାର୍ତ୍ତା ଦେଇଥିଲେ ।ପରେ ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ବାଳ ସମସ୍ତଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଗଜସାଥୀମାନଙ୍କୁ ଜାତୀୟ ଐତିହ୍ୟ ହାତୀର ଜୀବନ ଶୈଳୀ,ହାତୀର ବ୍ୟବହାର ,ଚାଲି ଚଳନ,ଖାଦ୍ୟପେୟ,ଚଲାପଥ, ସୁରକ୍ଷା ଉପରେ ଆଲୋକପାତ କରିବା ସହ ହାତୀ ପାଖରୁ ମଣିଷ କିଭଳି ନିରାପଦରେ ରହି ପାରିବ ଓ ମଣିଷର ହାତୀ ଉପଦ୍ରଵରେ କ୍ଷୟକ୍ଷତିର ଭରଣା ଓ ଅନୁକମ୍ପା ରାଶିର ସହାୟତା ସଂପର୍କରେ ସୂଚନା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପାନୀୟ ଜଳ ପାଉନାହାନ୍ତି ଲୋକେ:ରାସ୍ତା ଉପରେ ଜମି ରହୁଥିବା ପାନୀୟ ଜଳ ବ୍ୟବହାର କରୁଛନ୍ତି କୁକୁର ଗାଇଗୋରୁ:କଂକ୍ରିଟ୍ ରସ୍ତା ହେଉଛି ଖରାପ:ପ୍ରଶାସନର ଅବହେଳାକୁ ସାହିବାସିନ୍ଦା କରୁଛନ୍ତି ନିନ୍ଦା

Sunil Chandra Nayak

ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!