ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ବେଳାରୁଷିୟାନ କବି ବ୍ୟାକୋଭା ସେଟଲାନା ଆନାତୋଲିଭନା ଡ଼. ନିଆଲଙ୍କ ଓଡ଼ିଆ କବିତା ‘ସେ ଟ୍ରେନର ଗତି’କୁ ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ କରିଛନ୍ତି । ଏହି କବିତାକୁ ଡ଼. ତପନ କୁମାର ରଥ ଇଂରାଜୀରେ ଅନୁବାଦିତ କରିଥିଲେ । କବି ବ୍ୟାକୋଭା ସେଟଲାନା ଆନାତୋଲିଭନା ୨୨ଟି ସାହିତ୍ୟ କୃତି ରଚନା କରିଛନ୍ତି । ଏଥିରେ ୧୨ଟି କବିତା ସଂକଳନ ଓ ୧୦ଟି ଶିଶୁ ସାହିତ୍ୟ ସଂକଳନ ରହିଛି । ସେ ରୁଷ ଏବଂ ବେଳାରୁଷରେ ଅନେକ ସଂଗଠନଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି । ସେ ୟୁନିୟନ ଅଫ ରାଇଟର୍ସ ବେଳାରୁଷ ସଂଗଠନ ର ସଦସ୍ୟ ଅଟନ୍ତି । କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ,ପୋଲିସ,ସ୍ପେନିସ, ଆଳବାନିୟନ,ସ୍ବେଡ଼ିସ, ଫିଲିପିନୋ,ଭିଏତନାମା,ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୨୦ ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ବେଳାରୁଷ ଏବଂ ରୁଷ ଭାଷାରେ ଅନୁଦିତ ହେବାପରେ ଅନେକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Related posts

ଇନ୍ଦୁପୁରରେ ଲୋକକଳା ମହୋତ୍ସବ ଅନୁଷ୍ଠିତ

masiha

ଵହଳଦା ଥାନା ; ଜାତୀୟ ରାଜପଥ ୨୨୦ ନମ୍ବର ନିମିଡିହି ଛକରେ ବାଛୁରିକୁ ଧକ୍କା ଦେଇ ଅଜଣା ଯୁବକ ଗୁରୁତର

Sunil Chandra Nayak

୧- ବର୍ଷକ ଆୟ ଅପେକ୍ଷାରେ ମୃର୍ତ୍ତି କାରିଗର, ମିଳୁନି ପ୍ରୋତ୍ସାହନ ବୁଡୁଛି ବୃତ୍ତି , ୨- ପାଳ ବାଇଗଣକୁ ମିଳିବ ଜିଆଇ ଟ୍ୟାଗ , ୩- ରାସୋଳ ସରସ୍ବତୀ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ , ୪- ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ରକ୍ଷା ବନ୍ଧନ ଓ ଗୋପୂଜନ , ୫- ସଂସ୍କାର ପବ୍ଲିକ୍ ସ୍କୁଲରେ ‘ନିଶାମୁକ୍ତ ଭାରତ’ ଅଭିଯାନ,୬- ବ୍ରଦର୍ସ ପ୍ରଡ଼କ୍ସନ ର ତୃତୀୟ ଅବଦାନ ‘ଶେଷ ରାକ୍ଷୀ’ ୟୁଟ୍ୟୁବ ଭିଡ଼ିଓ ଲୋକାର୍ପିତ , ୭- ଉପଖଣ୍ଡ ଚିକିତ୍ସାଳୟରେ ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ , ୮- ଉପଖଣ୍ଡ ଚିକିତ୍ସାଳୟରେ ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!