ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ ବାଲିଗୁଡାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ ବାଲିଗୁଡାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କନ୍ଧମାଳ:ତା,୨୪/୧୨:(ମନିସ): ରାତି ପାହିଲେ ବଡ ଦିନ। ଏହାକୁ ଧୁମଧାମରେ ପାଳନ କରିବା ପାଇଁ ଚାଲିଛି ବିଭିନ୍ନ ସ୍ଥାନରେ ପ୍ରସ୍ତୁତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଖ୍ରୀଷ୍ଟ ଧର୍ମୀଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଚର୍ଚ୍ଚ ଆଗରେ ପୁଲିସ ମୁତୟନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ କଡା ନଜର ରଖାଯାଇଛି। ବଡ଼ଦିନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସନ୍ଧ୍ୟାରେ ଚର୍ଚ୍ଚରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହ ଚର୍ଚ୍ଚର ପାଳକ ଓ ଖ୍ରୀଷ୍ଟୟ ଉଦଯୋଗୀ ସମିତିର ସଦସ୍ୟମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କରିଛନ୍ତି । ବିଶ୍ୱାସ ଅନୁସାରେ ଠିକ ମଧ୍ୟରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିବେ ପ୍ରଭୁ ଯୀଶୁ । ଏହା ପରେ ଆରମ୍ଭ ହେବ ବଡ଼ ଦିନ ପାଇଁ ଶୁଭେଚ୍ଛାର ପର୍ବ । କନ୍ଧମାଳ ଜିଲ୍ଲାର ବିଭିନ୍ନ ଚର୍ଚ୍ଚ ରେ ଏକ ନିଆରା ଭାବେରେ ତିଆରି ହୋଇଛି ସାନ୍ତାକ୍ଲଜ l ବଡ଼ଦିନ ପାଳନ ଏବଂ ଜିରୋ ନାଇଟ ସେଲିବ୍ରେସନ ପାଇଁ କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ପୁଲିସର ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ସି ୱାଇ ଏସ ଡି ମିଳିତ ଆନୁକୁଲ୍ୟରେ ୱାର୍ଡ ସଭ୍ୟ ସଭ୍ୟା ଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ ଉଦଯାପିତ

Sunil Chandra Nayak

ବ୍ଲକ ସ୍ତରିୟ ଯାଦବ ସମାଜ ନୁଆଁଖାଇ ଭେଟଘାଟ

masiha

ସେବା ପର୍ବ- ୨୦୨୫ ଅବସରରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା 

Sunil Chandra Nayak

Leave a Comment

error: Content is protected !!