ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୩୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ 

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୩୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ 

ରାୟଗଡା :- ରବିବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗାୟତ୍ରୀ ନଗର,ରାୟଗଡାଠାରେ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ ହୋଇଯାଇଛି। ଏହି ଭବ୍ୟ ଉତ୍ସବରେ ମାନନୀୟ ଶ୍ରୀଯୁକ୍ତ ବିଶ୍ବଜିତ ଦ୍ବିବେଦୀ ଭାଇସ ପ୍ରେସିଡେଣ୍ଟ କମେରସିଆଲ ଜେକେ ପେପେର ମିଲ୍ଲ ମୁଖ୍ୟ ଅତିଥ୍ ରୂପେ ଯୋଗ ଦେଇ ନିଜ କର କମଳରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ମାନନୀୟ ଶ୍ରୀଯୁକ୍ତ ହରିହର ଖମାରି(ଜିଲ୍ଲା ସମ୍ପର୍କ ପ୍ରମୁଖ,ରାୟଗଡା ଜିଲ୍ଲା) ଡିପୁଟି ମ୍ୟାନେଜେର (ପି ଆର ଓ ସି ଏସ ଆର ) ଜେକେ ପେପେର ମିଲ୍ଲ ମହୋଦୟ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ଗୌରବ ମଣ୍ଡିତ କରିଥିଲେ।ଏଥ୍ ସହିତ ମଞ୍ଚ ଉପରେ ଆସନ ଅଳଙ୍କୃତ କରିଥିଲେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମାନନୀୟ ହରିଶ ଚନ୍ଦ୍ର ଦାଶ ମହୋଦୟ ଓ ସମ୍ପାଦକ ମାନନୀୟ Dr. ସୁନୀଲ ପ୍ରସାଦ ମହାପାତ୍ର ମହୋଦୟ ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ସୁଧୀର ନେଗୀ ମହୋଦୟ । ପରିଚାଳନା ସମିତିର ଉପ ସଭାପତି ମାନନୀୟ ପ୍ରଭାତ କୁମାର ଲେଙ୍କା ,,ଯୁଗ୍ମ ସମ୍ପାଦକ ମାନନୀୟ ରମେଶ ଚନ୍ଦ୍ର ନନ୍ଦ କୋଷାଧ୍ୟକ୍ଷ ମାନନୀୟ ସଞ୍ଜୀବ ଦାସ ତଥା ସମସ୍ତ ସଦସ୍ୟ ସଦସ୍ୟା ଓ ସମସ୍ତ ଗୁରୁଜୀ ଗୁରୁମା,ଶିଶୁ ଭାଇଭଉଣୀ ତଥା ପୂର୍ବ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ସଭାକାର୍ଯ୍ୟ ଆରମ୍ଭରେ ଦୀପ ପ୍ରଜ୍ବଳନ ପରେ ବିଦ୍ୟାଳୟର କୁନି କୁନି ଭାଇ ଭଉଣୀଙ୍କ ମଧୁର କଣ୍ଠରେ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା।।ପରେ ପରେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମହୋଦୟ ଉପସ୍ଥିତ ଅତିଥୁମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥ୍ୟ ନିଜର ଉଦବୋଧନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ମୁଖ୍ୟ ବକ୍ତା ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତଙ୍କୁ ମାର୍ଗଦର୍ଶନ କରାଇଥିଲେ।ଏହାପରେ ବିଦ୍ୟାଳୟର ବିଭିନ୍ନ ବିଭାଗର କୃତି ଶିଶୁ ଭାଇ ଭଉଣୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ସମ୍ପାଦକ ମହୋଦୟ ଧନ୍ୟବାଦ ପ୍ରଦାନ କରିବା ପରେ ସଭା କାର୍ଯ୍ୟ ସମାପ୍ତ ହୋଇଥିଲା।

କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।ପ୍ରାରମ୍ଭ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନେକ ଶିଶୁ ଭାଇ ଭଉଣୀ ଏଥୁରେ ଅଂଶ ଗ୍ରହଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିଶୁ ଭାଇ ଭଉଣୀମାନେ ବର୍ଷା ରାଣୀ ବର୍ଷା ରାଣୀ,ଝୁଲି ଝୁଲି ଆସୁଛିରେ କଳା ମୋହନ,ଛୋଟା ବଢା ଜାନକେ ହମ କୋ, ଓଡିଶା ମୋ ଓଡିଶା,ପ୍ରଚଣ୍ଡ ହେ ଆରମ୍ଭ,ରାମଜୀ ମେରୀ ଘର ଆୟେ ଏହି ଭଳି ବିଭିନ୍ନ ଭଜନ ଓ ଦେଶାତ୍ମବୋଧକ ଗୀତ ତଥା ଗରବା, ରାଜସ୍ଥାନୀ ଭଳି ବିଭିନ୍ନ ରାଜ୍ୟର ଆଞ୍ଚଳିକ ନୃତ୍ୟ ଓ ରାୟଗଡା ଜିଲ୍ଲାର ଆଞ୍ଚଳିକ ଢେଣ୍ଡା ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ।

ଏଥ୍ ସହିତ ଭାଇ ଭଉଣୀ ମାନେ ଲେଜିସ୍ଟ, ପିରାମିଡ ଭଳି ଶାରିରୀକ ପ୍ରଦର୍ଶନ ସହ ନିଜର ସୁମଧୁର କଣ୍ଠରେ ବିଭିନ୍ନ ସଙ୍ଗୀତ ଗାନ କରି ସମସ୍ତଙ୍କୁ ମନ ମୁଗ୍ଧ କରିଦେଇଥିଲେ।

ରାୟଗଡ଼ାର ଅଧୂଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ କୃପା ତଥା ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟ, ପ୍ରଧାନ ଆଚାର୍ଯ୍ୟ, ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା, ସମସ୍ତ ଛାତ୍ରଛାତ୍ରୀ,ପୂର୍ବ ଛାତ୍ରଛାତ୍ରୀ ଓ ସେବକ ସେବିକାଙ୍କ ନିଷ୍ଠା ପୂର୍ବକ ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ରମଟି ଅପୂର୍ବ ସଫଳତା ଲାଭ କରିଛି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓରାଘାଟ ଆଇରନ ଖଣି ର କର୍ମକର୍ତା ମାନଙ୍କ ଆନୁକୂଲ୍ୟରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର (କାଟେସାହି) ବିଦ୍ୟାଳୟ ପରିସରରେ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି

masiha

ରାଜପୁର ଠାରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

masiha

ଟାଟା ପାଓ୍ବାର ଦ୍ବାରା ପ୍ରତାରିତ ହେଉଛନ୍ତି ବିଦ୍ୟୁତ କର୍ମଚାରୀ , ସମସ୍ୟାର ସମାଧାନ ନେଇ ଜଣାଇଲେ ୧୧ଦଫା ଦାବି , ଦାବି ପୁରଣ ନହେଲେ ଆନ୍ଦୋଳନର ଚେତାବନୀ

Leave a Comment

error: Content is protected !!