ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀ ପୂଜା ଅବସର ରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ଲକ୍ଷ୍ମୀ ପୂଜା ଅବସର ରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ

କୋକସରା,୨୪/୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଂଚାୟତ ମୁନୁଗାପଦର ଗାଁରେ ଶେଷ ମାଣବସା ଗୁରୁବାର ମହାଲକ୍ଷ୍ମୀ ପୂଜା ଉତ୍ସବ ପାଳନ ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ରବିବାର ଦଧିହାଣ୍ଡି ଭଗ୍ନ ସହ ଉଦଯାପିତ ହୋଇଯାଇଛି। ଗତ ମଙ୍ଗଳବାର ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ଲକ୍ଷ୍ମୀ ପୁରାଣ ପଠନ, ଶୁକ୍ରବାର ସନ୍ଧ୍ୟାରେ ନାମଯଜ୍ଞ ପାଇଁ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ସକାଳୁ ନାମ ଆରମ୍ଭ ହୋଇଥିଲା । ଲକ୍ଷ୍ମୀ ପୂଜା କର୍ତ୍ତା ରଘୁନାଥ ନାଗ ପତ୍ନୀ ଦେମତି ନାଗ ଓ ନାମଯଜ୍ଞ ପୂଜା କର୍ତ୍ତା ଭାବେ ଅର୍ଜୁନ ଅଗ୍ରୱାଲ ଓ ପତ୍ନୀ ମିନା ଅଗ୍ରୱାଲ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଅବସରରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିଜେପି ନେତା ବିଜୟଦେଵ ସାହୁ, ସୁଧୀର ପାଟ୍ଟଯୋଷୀ, ଯାଦବ ସମାଜ ମହିଳା ନେତ୍ରୀ ରଶ୍ମିରେଖା ରାଉତ, ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ଉପସ୍ଥିତ ରହି ଭଗବାନଙ୍କ ସାନିଧ୍ୟ ଲାଭ କରିଥିଲେ। ପୂଜା କମିଟିର ସଭାପତି ଡିଙ୍ଗର ନାଗ, ଉପ ସଭାପତି ଦେବିସିଂ ନାଗ, ସମ୍ପାଦକ ମଧୁସୂଦନ କଟା, ସହ ସମ୍ପାଦକ ଉଗ୍ରେ ନାଗ, କୋଷାଧ୍ୟକ୍ଷ ଶୁକୃ ନାଗ, ଗୋୖରାଙ୍ଗ ନାଗ, ବଂଶୀଧର ନାଗ, ପୂର୍ଣ୍ଣଚନ୍ଦ୍ର କଟା, ପୁରୁଷୋତ୍ତମ ନାଗଙ୍କ ସହ ମୁନୁଗାପଦର ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜାମ୍ବଗୁଡା ଛକରେ ବାଇକ ଦୁର୍ଘଟଣା ହୋଇ ଚାଳକ ମୃତ

Sunil Chandra Nayak

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ

masiha

ଟ୍ରାଫିକ ବିଭାଗ କୋଅପରେଟିଭ ରେ ଅନିୟମିତା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!