ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଏଡସ୍ ଦିବସ ପାଳିତ 

ବିଶ୍ଵ ଏଡସ୍ ଦିବସ ପାଳିତ 

ଡାବୁଗାଁ, ୨/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମାସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରବିବାର ଛୁଟି ଦିବସ ପଡିଥିବାରୁ ସୋମବାର ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ମହାଆଡମ୍ବର ରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଉକ୍ତ ବିଦ୍ୟାଳୟ ପରିସରରୁ ଛାତ୍ରୀ ଛାତ୍ର ମାନେ ବିଶ୍ଵ ଏଡସ୍ ଦିବସ ବ୍ୟାନର ଧରି ହାତରେ ଏଡସ୍ ସଚେତନତା ର ପ୍ଲା କାର୍ଡ ଧରି ଏଡସ୍ ସଚେତନତା ର ନାରା ଦେଇ ଡାବୁଗାଁ ସହର ପରିକ୍ରମା କରି ବିଦ୍ୟାଳୟ କୁ ଫେରିଥିଲେ । ପରେ ବିଦ୍ୟାଳୟ ର ସଭା ଗୃହରେ ସଚେତନତାର ଏକ ସଭା ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକଙ୍କ ସଭାପତିତ୍ଵ ରେ ବିଦ୍ୟାଳୟ ର ଅଧ୍ୟାପକ ରେଡ୍ କ୍ରସ କାଉନସିଲର ଶିବ ପ୍ରସାଦ ସାହୁ, ନବୀନ କୁମାର ନାଗେଶ, ସରୋଜ କୁମାର ବୋଡ଼କିଆ, ପଦମ ଭତ୍ରl, ଲିପୁ ଚନ୍ଦ୍ର ମାଝୀ, ପ୍ରଦୀପ ଭତ୍ରl, କୈଳାଶ ମାଝୀ, ଅଧ୍ୟାପିକା ରଶ୍ମିତା ପାଢୀ, ଚିନ୍ମୟୀ ସୁନ୍ଦରା, ଖୁଲଣାବତୀ ପୂଜାରୀ ପ୍ରମୂଖ କର୍ମଚାରୀ ବୃନ୍ଦ ସହଯୋଗ କରିଥିବା ବେଳେ ଅଧ୍ୟାପିକା ଶୁଭଲକ୍ଷ୍ମୀ ଭୂଷଣ ମଞ୍ଚ ପରିଚାଳନା କରିଥିଲେ l ଏଡସ୍ ରୋଗୀ ଙ୍କୁ ଘୃଣା ନକରି ନିଜର ଭାବି ସରଳ ବ୍ୟବହାର କରିବା,ଏଡସ୍ ଛୁଆଁ ରୋଗ ନୂହେଁ, ଡାକ୍ତରଖାନାରେ ଇଞ୍ଜେକସନ୍ ନେବା ବେଳେ ନୂଆ ସିରିଞ୍ଜ ବ୍ୟବହାର, ଚୁଟି ଓ ଦାଢ଼ି କାଟିବା ବେଳେ ରକ୍ତ ଲାଗିଥିବା ବ୍ଲେଡ ଓ କଇଁଚି ପରିଷ୍କାର କରି କିମ୍ବା ନୂତନ ବ୍ଲେଡ ବ୍ୟବହାର କରିବା ଓ ଏଡସ୍ ପ୍ରତି ସଚେତନ ହେବା ଭଳି ଉପାଦେୟ ତଥ୍ୟ ବୁଝାଇଥିଲେ l ଏଡସ୍ ର ଭୟାବହତl,ଏହି ଭୁତାଣୁ ର ଅବସ୍ଥାନ, ସଂକ୍ରମଣର ମାଧ୍ୟମ, ଏଡସ୍ ନିବାରଣର ଆବଶ୍ୟକତା, ଏଡସ୍ ନିବାରଣ ଶିକ୍ଷାର ଲକ୍ଷ୍ୟ, ଏହିରୋଗର ଲକ୍ଷଣ, ଚିକିତ୍ସା ପ୍ରଣାଳୀ ଏବଂଏହି ରୋଗ ସଂକ୍ରମଣ ବିଷୟରେ ଥିବା କିଛିଭ୍ରାନ୍ତ ଧାରଣା ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା। ଏଡସ୍ ପ୍ରତି ସଜାଗ ହୋଇ ରହିବା ପାଇଁ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଶିକ୍ଷକ ସଂଘ ପକ୍ଷରୁ ୬ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

ଇନ୍ଦ୍ରାବତୀ ପ୍ରୋଜେକ୍ଟ ଦେଓପାଲି ଡେମ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ :କାରଣ ଅସ୍ପଷ୍ଟ

Sunil Chandra Nayak

ଡାହାଣି ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!