ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିରିଘାଟ କୁ ସଂଯୋଗ କରୁଥିବା ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ କେବେ ?

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମକୁ ସଂଯୋଗ କରୁଥିବା ସୁନ୍ଦର ନଦୀ ବ୍ରିଜ ନିର୍ମାଣ କାମ ମନ୍ଥର ଗତିରେ ଚାଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ୨୦୧୮ ମସିହାରେ ବିରିଘାଟ ଗ୍ରାମକୁ ସଂଯୋଗ କରୁଥିବା ସୁନ୍ଦର ନଦୀରେ ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଥିଲା ହେଲେ ବ୍ରିଜ ନିର୍ମାଣ କରୁଥିବା ଠିକା କମ୍ପାନି ମନ୍ଥର ଗତିରେ କାର୍ଯ୍ୟ କରୁ ଥିବାରୁ ବ୍ରିଜ କାମ କେବେ ସରିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ମାଣ ଆରମ୍ଭର ୪ ବର୍ଷ ପରେ ବ୍ରିଜର ୭୦ ପ୍ରତିଶତ କାମ ବି ସରିନଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବିରିଘାଟ ପଞ୍ଚାୟତ ମୁଖ୍ୟାଳୟ ସହ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଥିବାରୁ ଏହି ଗ୍ରାମ ଉପରେ ଆଖପାଖ ଗ୍ରାମର ୧୦ ଟି ଗ୍ରାମବାସୀ ନିର୍ଭର କରିଥାନ୍ତି। କିନ୍ତୁ ଗ୍ରାମକୁ ଯିବାକୁ ହେଲେ ନଦୀକୁ ଡେଇଁକି ଯିବାକୁ ପଡୁଥିବାରୁ ଲୋକେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଏହି ଗ୍ରାମବାସୀଙ୍କ ସହିତ ପଞ୍ଚାୟତ ଜନସାଧାରଣ ଖଡିଆଳ ସହର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଥିବା ଏହି ନଦି ଦେଇ ଗଲେ ଖଡ଼ିଆଳ ୬ କିମି ପଡୁଥିବା ବେଳେ ବ୍ରିଜ ନହେବା କାରଣରୁ ଅଞ୍ଚଳବାସୀ ହାରାହାଟି ୨୦ କିମି ବାଟ ବୁଲି ଡୁଆଝର ଦେଇ ଯାତାୟତ କରୁଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନର୍ଲାରୋଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ନାଗପୁର ଠାରେ ସମ୍ବର୍ଦ୍ଧିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନିରୁପମା ପାଣି ଙ୍କ ଗଳ୍ପ ସମୟ ର ଖେଳ

Sunil Chandra Nayak

Leave a Comment

error: Content is protected !!