ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପଡ଼ୋଶୀ ଛତିଶଗଡ଼ କୁ ଧାନ ଚୋରା ଚାଲାଣ ବେଳେ ଦୁଇ ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ

ପଡ଼ୋଶୀ ଛତିଶଗଡ଼ କୁ ଧାନ ଚୋରା ଚାଲାଣ ବେଳେ ଦୁଇ ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ

ଧର୍ମଗଡ:ଗତକାଲି ରାତିରେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ଦାସ ଙ୍କ ନେତୃତ୍ୱରେ ଯୋଗାଣ ବିଭାଗ ଏକ ଟିମ ଦୁଇ ଟି ଗାଡି ସହିତ ୨୧୪ କ୍ୟୁଣ୍ଟାଲ ଧାନ ଜବତ କରି ଧର୍ମଗଡ ସହର ଏକ ରାଇସମିଲ ରେ ଜିମା ଦେଇ ଛନ୍ତି।

ଯୋଗାଣ ବିଭାଗ ପକ୍ଷରୁ ମିଳି ଥିବା ସୂଚନା ଅନୁଯାୟୀ ଜଣା ଯାଏଁ ଯେ ଗତ କାଲି ରାତି ରେ ଓ ଆର ୦୪ଏଚ୍ ୨୨୯୬ ନମ୍ବର ଏକ ଟ୍ରକ ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଛକ ପାଖ ରେ ଧାନ ବୋଝେଇ କରି ନେଉ ଥିବା ବେଳେ ଯୋଗାଣ ବିଭାଗ ଏକ ସ୍କ୍ୱାର୍ଡ ଗାଡି କୁ ଅଟକ ରଖି ଯାଞ୍ଚ କରିଥିଲେ।ଯାଞ୍ଚ ବେଳେ ଏହି ଧାନ ଛତିଶଗଡ ଅଞ୍ଚଳ କୁ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଥିଲା । ପରେ ଉକ୍ତ ଟ୍ରକ୍ କୁ ଜବତ କରି ତଦନ୍ତ କଲା ପରେ ସେଥିରେ ୧୮୮ କ୍ଵିଣ୍ଟାଲ ଧାନ ଥିବା ଜଣା ପଡିଥିଲା । ଏହି ରି କୋକସରା ବ୍ଲକ ଖୁଣ୍ଟି ଆ ଛକ୍ ଠାରୁ ଛତିଶ ଗଡ଼ କୁ ସିଜି ୨୩ ଜେ ୮୪୪୪ ଏକ ପିକଅପ୍ ଧାନ ବୋଝେଇ କରି ନେଉଥିବା ଯୋଗାଣ ବିଭାଗ ସ୍କ୍ୱାର୍ଡ ନଜର କୁ ଆସିଥିଲା ପରେ ଯାଞ୍ଚ ପରେ ଏହି ଧାନ ଛତିଶ ଗଡ଼ କୁ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଥିଲା । ଏଥିରେ ୨୪.୯୫ କ୍ଵିଣ୍ଟାଲ ଧାନ ଥିବା ଜଣାପଡିଛି । ଦୁଇଟି ଗାଡି ରେ ମୋଟ ୨୧୪ କ୍ଵିଣ୍ଟାଲ ଧାନ ଥିବା ଜଣା ପଡିଛି ।

କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ମନୋଜ କୁମାର ଦାସ ଙ୍କ ନେତୃତ୍ୱ ରେ ଧର୍ମଗଡ ଉପ ଖଣ୍ଡ ଯୋଗାଣ ଅଧିକାରୀ ଦୂର୍ଗା ପ୍ରସାଦ ମାଝୀ, ଧର୍ମଗଡ ଯୋଗାଣ ନିରୀକ୍ଷକ ପ୍ରଶାନ୍ତ ଦାସ, ଜୟ ପାଟଣା ଯୋଗାଣ ନିରୀକ୍ଷକ ପ୍ରିୟ ନାଏକ ଓ ଜଗାରାମ ମୂର୍ମୁ ଏହି ସ୍କ୍ୱାର୍ଡ ରେ ସାମିଲ ହୋଇ ଥିଲେ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସରକାର ମଣ୍ଡି ରେ ଧାନ କ୍ଵିଣ୍ଟାଲ ପିଛା ୨୧୦୦ ଟଙ୍କା ଦେଉଥିବା ବେଳେ ପଡୋଶୀ ଛତିଶ ଗଡ଼ ରେ ସରକାର ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଛନ୍ତି । ଫଳରେ ଦଲାଲ୍ ମାନେ ଛତିଶ ଗଡ଼ କୁ ଧାନ ଚୋରା ଚାଲାଣ କରି ଲାଭବାନ ହେଉଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶଳା ଭାଉଜକୁ ମାଡ ମାରି ଜ୍ଵାଇଁ ଗିରଫ

Sunil Chandra Nayak

ଭଞ୍ଜନଗର ପୌର ଅଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ; ପୁଲିସର ଛାନଭିନ୍

ଡ଼ାକ୍ତରଙ୍କୁ ଆକ୍ରମଣ କରି ବିଏସପି ନେତା ଗିରଫ

masiha

Leave a Comment

error: Content is protected !!