ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡାବୁଗାଁରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

ଡାବୁଗାଁରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ 

ଡାବୁଗାଁ, ୨୬/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ରାସ୍ତା ରେ ତାରିଣୀ ମନ୍ଦିର ସମ୍ମୁଖ ଜଙ୍ଗଲ ମଧ୍ୟରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି | ପ୍ରଥମେ ଡାବୁଗାଁ ଭୈରବ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସଭାସ୍ଥଳରେ ପହଞ୍ଚିଥିଲେ | ପରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ଅନ୍ୟ ମାନେ ଉପସ୍ଥିତ ରହି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟା ଦେଇ ପ୍ରଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ | ଏଥିରେ ଅତିଥି ମାନେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ଉଦବୋଧନ ଦେଇଥିଲେ | ଏଥିରେ ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, କୋଷାଗୁମୁଡା ବ୍ଲକ ବିଜେଡି ସଭାପତି ପଦମ ମାଳୀ, ପାପଡାହାଣ୍ଡି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲ୍ଲିକ, ଜିଲା ବିଜେଡି ଉପସଭାପତି ବଦ୍ରିନାରାୟଣ ସିଂ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, କୋଷାଗୁମୁଡା ବ୍ଲକ ଅଧ୍ୟକ୍ଷା ସର୍ବେଶ୍ଵରୀ ମାଝି, ଜିଲାପରିଷଦ ସଭ୍ୟା ରମାବତୀ ପୂଜାରୀ, ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ଶିବ ପ୍ରସାଦ ଅଗ୍ରୱାଲ, ୩ ଟି ବ୍ଲକ ର ସରପଞ୍ଚ, ସମିତି ସଭ୍ୟା ସଭ୍ୟ ଓ ବହୁ ସଂଖ୍ୟାରେ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ | ଡାବୁଗାଁ ବ୍ଲକର ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ କହକାଗୁଡା ଓ ମଶୁଗୁଡା ଗ୍ରାମର ପ୍ରାୟ ୪୪ ଜଣ ଡାବୁଗାଁ ଜୋନ-୧ ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା ତତ୍ଵାବଧାନରେ ବିଜେଡି ଦଳରେ ମିଶିଥିଲେ | ଡ଼ଙ୍ଗରିଗୁଡା ଓ ଭେଲୁଆଗୁଡା ଗ୍ରାମର ବାଳିକା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛି ବିଜେଡି , ସହର ଓ ଗ୍ରାମାଞ୍ଚଳରେ ୱାର୍ଡରୁ ୱାର୍ଡ ଘରକୁ ଘର ଯାଇ ଭୋଟ ପାଇଁ ଗୁହାରି କରୁଛି

masiha

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ନର୍ଲା ଚାରିଛକ ଠାରେ ବିଜେପି କର୍ମୀ ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!