ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୀ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ ପତ୍ର ଦେଲେ କୋକସରା ବ୍ଲକ ସଂକୀର୍ତ୍ତନ କଳାକାର ସଙ୍ଘ 

ପୁରୀ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ ପତ୍ର ଦେଲେ କୋକସରା ବ୍ଲକ ସଂକୀର୍ତ୍ତନ କଳାକାର ସଙ୍ଘ 

କୋକସରା,୨୬/୧୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶ୍ରୀ ଶ୍ରୀ ନିତାଇ ଚୈତନ୍ୟ ସଂକୀର୍ତ୍ତନ କଳାକାର ସଙ୍ଘ ପକ୍ଷରୁ ଆସନ୍ତା ଫେବୃୟାରୀ ମାସ ୧୦ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞ କୋକସରା ବ୍ଲକର ଡଙ୍ଗରିଗୁଡା ଖେଳ ପଡ଼ିଆରେ ଆୟୋଜନ ହେଉଛି । ଏହି ୧୦୪ ପ୍ରହର ଅଖଣ୍ଡ ନାମଯଜ୍ଞରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥୀ ପାଇଁ ପୁରୀ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କୁ କମିଟି ପକ୍ଷରୁ ପୁରୀ ବାସଭବନରେ ନିତାଇ ସଂକୀର୍ତ୍ତନ ଦଳର ସଭାପତି ସୁଶୀଲ କୁମାର ପଣ୍ଡା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବିକାଶ ଅଗ୍ରୱାଲ, କୃତିବାସ ଶବର, କାଳିଆ ଦାସ ପ୍ରମୁଖ ଭେଟି ନିମନ୍ତ୍ରଣ ପତ୍ର ଦେଇ ଆତିଥ୍ୟ ସ୍ୱୀକାର କରିବାକୁ ସବିନୟ ଅନୁରୋଧ କରିଛନ୍ତି। ଗଜପତି ମହାରାଜ ମଧ୍ୟ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣେଇବା ସହ ଯଦି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ହୁଏ ତାହେଲେ ନିଶ୍ଚିତ ପହଞ୍ଚିବି ବୋଳି ସମ୍ମତି ପ୍ରଦାନ କରିଥିବା ନେଇ ସୂଚନା ମିଳିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅବ୍ୟବସ୍ଥା ଘେରରେ ଜୁନାଗଡ଼ ଏନଏସି

masiha

କେଇଟା ମାସ ଯାଇନି ରାସ୍ତା ରୁ ଉଠିଲାଣି ପିଚୁ: ଦୋଷ ଲଦି ଦାୟିତ୍ଵମୁକ୍ତ ସଭିଏଁ

masiha

ଟ୍ରକର ପଛକୁ ପିଟିଲା ଟ୍ରକ: ଚାଳକ ଗୁରୁତର

masiha

Leave a Comment

error: Content is protected !!