ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଷ୍ଟେଟ଼ ଓପନ୍ ଚାମ୍ପିଆନ୍ ସିପ୍ ରେ ଜୁନାଗଡ କଳା ବିକାଶ କେନ୍ଦ୍ରର ସଫଳତା

ଷ୍ଟେଟ଼ ଓପନ୍ ଚାମ୍ପିଆନ୍ ସିପ୍ ରେ ଜୁନାଗଡ କଳା ବିକାଶ କେନ୍ଦ୍ରର ସଫଳତା

ଜୁନାଗଡ଼,୨୮/୧୨(ମ ନି ସ) ବ୍ରହ୍ମପୁର ଠାରେ ଅନୁଷ୍ଠିତ ଷ୍ଟେଟ ଓପନ୍ ଟାଏକୋଣ୍ଡୋ ଚାମ୍ପିଆନ୍ସିପ୍ ୨୦୨୩ରେ କଳାହାଣ୍ଡି ଜିଲ୍ଲା ର ଜୁନାଗଡ ସ୍ଥିତ କଳା ବିକାଶ କେନ୍ଦ୍ର ର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି ସଫଳତା ଆଣିଛନ୍ତି l ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲା ର ମୋଟ ୫୪ ଜଣ ପ୍ରତିଯୋଗୀ ସହ କଳା ବିକାଶ କେନ୍ଦ୍ର ର ୯ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିକାଶ କେନ୍ଦ୍ର ର ଛାତ୍ରଛାତୀ ଦୁଇ ଟି ସ୍ଵର୍ଣ୍ଣ ତିନି ରୌପ୍ୟ ତିନି କାଂସ୍ୟ ପଦକ ହାସଲ କରିଛନ୍ତି। l ୮ ରୁ ୧୧ ବର୍ଷ ବୟସ ପୁରୁଷ ବିଭାଗ ରେ ୨୧ ରୁ ୨୩ କିଲୋ ବର୍ଗ ରେ ଅଜୟ କୁମାର ପାଢ଼ୀ, ଦିନେଶ୍ ଦଲେଇ, ପ୍ରିୟlଅଂଶୁ ପ୍ରଧାନ,( ବ୍ରୋଞ୍ଚ୍ ପଦକ) ,ସ୍ଵୟମ ଶିବ ଯୋଶୀ, ଦୀପେଶ୍ ଦଲେଇ( ସିଲଭର୍) ତନ୍ମୟ ଦେ, ଅଂଶୁମାନ ପୁଞ୍ଜି (ଗୋଲ୍ଡ ପଦକ) ଓ ୧୨ରୁ ୧୪ ବୟସ ୪୧ ରୁ ୪୫ କେଜି ବର୍ଗ ରେ ଜିତେନ୍ଦ୍ର ଅଗ୍ରୱାଲ (ବ୍ରୋଞ୍ଜ) ଓ ସ୍ଵସ୍ତିକ ସରlବ (ଗୋଲ୍ଡ ପଦକ) ପାଇ ବିଜୟୀ ହୋଇଛନ୍ତି l ଏହି ସମସ୍ତ ବିଜେତା ଛାତ୍ରଛାତ୍ରୀ ଙ୍କୁ କଳା ବିକାଶ କେନ୍ଦ୍ର ର ଅଭିଭାବକ ଓ ପରିଚାଳକ ମାନସ ସେଠି ଙ୍କ ତରଫରୁ ଭବ୍ୟ ସ୍ୱାଗତ୍ ଜଣେଇବା ସହ ଉତ୍ସାହିତ କରିଥିଲେ l ଆଗାମୀ ଭବିଷ୍ୟତ ରେ ଜାତୀୟ ସ୍ତର ରେ ଅଂଶ ଗ୍ରହଣ କରିବା ପାଇଁ ବିଜେତା ଛାତ୍ରଛାତ୍ରୀ ଙ୍କୁ ପ୍ରସ୍ତୁତ କରାଯିବ ବୋଲି କୋଚ୍ ବଲରାମ ଦୁର୍ଗl ପ୍ରକାଶ କରିଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ମଣ୍ଡେଇ କ୍ରୀଡା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ନନ୍ଦାହାଣ୍ଡି ଏବଂ ଉମରକୋଟ ଚମ୍ପିୟାନ

masiha

ହସ୍ତବାହିନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ହସ୍ତବାହିନୀ ଚମ୍ପିୟାନ

Sunil Chandra Nayak

କୋଟଗରା ରୟାଲ ବଏଜ କ୍ରିକେଟ କ୍ଲବ୍ ପକ୍ଷରୁ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

Sunil Chandra Nayak

Leave a Comment

error: Content is protected !!