ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡଧାରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଅନ୍ୟ ଜଣେ ଗୁରୁତର

ରୁପ୍ରା,(ମ.ନି.ସ)  : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ବଡଧାରପୁର ନିକଟ ନୂଆପଡା ନିକଟରେ ଗୁରୁବାର ବିଳମ୍ୱିତ ରାତିରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭର ଖରିଆର ହରେକୃଷ୍ଣ ବିଶିଙ୍କ ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ଜଣେ ଚାଳକ ଗୁରୁତର ଥିବା ଜଣାପଡିଛି । ତେବେ ସ୍ଥାନୀୟ ଲୋକେ ଏହି ଘଟଣା ଜାଣି ପାରି ନର୍ଲା ପୁଲିସକୁ ଖବର ଦେଇଥିବା ସହ ଉଭୟ ଚାଳକଙ୍କୁ ଗାଡି ଭିତରୁ ଉଦ୍ଧାର କରିଥିଲେ । ତେବେ ଉଭୟ ଚାଳକଙ୍କୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆମ୍ୱୁଲେନ୍ସ୍ ଯୋଗେ ନିଆଯାଇଥିଲା । ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହି ଘଟଣାର ତଦନ୍ତକାରୀ ନର୍ଲା ଥାନାର ପୁଲିସ ଅଧିକାରୀ ବଂଶିଧର ସାମଲଙ୍କ ଠାରୁ ପ୍ରକାଶ ଦୁଇଟା ଟ୍ରକ୍ ଉଭୟ ପଟୁ ବିଳମ୍ୱିତ ରାତିରେ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହୋଇ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିଲା ଓ ମୃତକ ଜଣକ ଖରିଆରର ହରେକୃଷ୍ଣ ବିଶି ବୋଲି ସୂଚନା ଦେଇଥିଲେ । ତେବେ ଉଭୟ ଟ୍ରକର ସାମନା ପଟ ଚୁରମାର୍ ହୋଇଥିବା ଦେଖିବାକୁ ମିଳିଛି , ଏବାବଦରେ ନର୍ଲା ଥାନାରେ କେଶ ନଂ ୪୯/୨୦୨୨ ରେ ମାମଲା ରୁଜୁ ହେବାସହ ତଦନ୍ତ ଜାରି ରହିଥିବା ଶ୍ରୀ ସାମଲ କହିଥିଲେ ।

ରୂପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବ୍ଲକ ସାମ୍ନାରେ ଜାତୀୟ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ସଭା

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ତୃପ୍ତି ରାଣୀ ପାତ୍ର, ସହଦେବଖୁଣ୍ଟା , ବାଲେଶ୍ଵର ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଥୁଆମୂଳ ରାମପୁର ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ‘ଓଜନ ଉତ୍ସବ” ଅନୁଷ୍ଠିତ

Leave a Comment

error: Content is protected !!