ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନଭି ଗ୍ରୁପର ଅଧ୍ୟୟନ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ୨ୟ ରାଜ୍ଯସ୍ତରୀୟ ବାର୍ଷିକ ଉତ୍ସବ ସ୍ପର୍ଶ ୨୦୨୩-୨୪ ଅନୁଷ୍ଠିତ

ସାନଭି ଗ୍ରୁପର ଅଧ୍ୟୟନ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ୨ୟ ରାଜ୍ଯସ୍ତରୀୟ ବାର୍ଷିକ ଉତ୍ସବ ସ୍ପର୍ଶ ୨୦୨୩-୨୪ ଅନୁଷ୍ଠିତ 

ଢେଙ୍କାନାଳ(ମ ସୀ ହା)୨୮/୨୨_ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ସଭାଗୃହରେ ଦିବା ୧୦ ଘଟିକା ସମୟରେ ସାନଭି ଗ୍ରୁପର ଅଧ୍ୟୟନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ୨ୟ ରାଜ୍ଯସ୍ତରୀୟ ବାର୍ଷିକ ଉତ୍ସବ ସ୍ପର୍ଶ-୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଶିକ୍ଷାବିତ୍ ଡଃ ସଚ୍ଚିଦାନନ୍ଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଵୀୟ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ ହୋଇ କାର୍ଯ୍ୟସମ୍ପାଦନ କରି ଦେଶ ଗଠନରେ ବ୍ରତୀ ହେବାକୁ ସୁପରାମର୍ଶ ଦେଇଥିଲେ ।ବିଜ୍ଞାନ ଶିକ୍ଷା ସୁସ୍ଥ ସମାଜ ଗଠନରେ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ ଡଃ ମିଶ୍ର ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ମୁଖ୍ୟବକ୍ତା ଭାବରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତ ଯୋଗଦାନ କରି ଅତୀତର କଳ୍ପନା ଆଜିର ବାସ୍ତବତା ଓ ତାହାହିଁ ବିଶେଷ ଜ୍ଞାନ ବା ବିଜ୍ଞାନ ।ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିକଶିତ କରିବା ଆଜିର ପ୍ରମୁଖ ଆବଶ୍ୟକତା ।ଛାତ୍ରୀ -ଛାତ୍ରମାନଙ୍କ ମନରେ ସୃଷ୍ଟି ହେଉଥିବା ପ୍ରଶ୍ନର ଉତ୍ତର ଖୋଜିବାରେ ଶିକ୍ଷୟିତ୍ରୀ -ଶିକ୍ଷକମାନଙ୍କର ପ୍ରମୂଖ ଭୂମିକା ରହିଛି ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ନିରୀକ୍ଷଣ ସହ ଅଧ୍ୟୟନ କଲେ ଅନେକ ଉଦ୍ଭାବନ ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ବିଜ୍ଞାନକୁ ଲୋକାଭିମୁଖୀ କରାଇ ସମାଜ କଲ୍ୟାଣରେ ଏହାକୁ ବିନିଯୋଗ କରାଯିବା ଆବଶ୍ୟକ ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ।କଣ,କାହିଁକି,କିପରି ପ୍ରଶ୍ନ ପଚାରି ଅନୁସନ୍ଧିତ୍ସୁ ମନୋଭାବ ନେଇ ଉତ୍ତର ଖୋଜିବାକୁ ପରୀକ୍ଷଣ କରିବା ହିଁ ବିଜ୍ଞାନ ଓ ଏହାଦ୍ୱାରା ପିଲାଙ୍କର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଅନ୍ଧବିଶ୍ଵାସ, କୁସଂସ୍କାର ଦୂର କରି ବିଜ୍ଞାନକୁ ମାନବ କଲ୍ୟାଣରେ ଉପଯୋଗ କଲେ ଆମକୁ ତାହା ସଭ୍ୟତାର ଶୀର୍ଷରେ ଅଧିଷ୍ଠିତ କରିପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଚେୟାରମ୍ୟାନ ପଦ୍ମନାଭ ଶତପଥି ସ୍ଵୀୟ ଅଭିଭାଷଣରେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ଓ ଦୀର୍ଘଜୀବୀ କରିଛି ।ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା,ଚିନ୍ତନ ଓ ମନ୍ଥନରୁ ସୃଜନଶୀଳତା, ନୂତନତ୍ୱ ସୃଷ୍ଟି ହୋଇଥାଏ ।ବିଜ୍ଞାନର ସଦୁପଯୋଗ ସାମାଜିକ ପ୍ରଗତିର ବାର୍ତ୍ତାବହ ବୋଲି ସେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।କୁନି ବୈଜ୍ଞାନିକମାନେ ଏହି ଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ସମୃଦ୍ଧଶାଳୀ ସମାଜ ଗଠନ କରିବାକୁ ସୁପରାମର୍ଶ ଦେଇଥିଲେ ।ଏକବିଂଶ ଶତାବ୍ଦୀରେ ସମାଜର ବିପର୍ଯ୍ୟୟକୁ ସୁବ୍ୟବସ୍ଥିତ କରିବା ପାଇଁ ମୂଲ୍ୟବୋଧ ଭିତ୍ତିକ ଆଧ୍ୟାତ୍ମିକ ବିଦ୍ଵାନ ଗଢ଼ିବା ଜରୁରୀ ବୋଲି ଶ୍ରୀ ଶତପଥି ଦୃଢ଼ ଆହ୍ଵାନ ଦେଇଥିଲେ ।ସମ୍ପାଦକ ଭାବରେ ଯୋଗଦାନ କରି ସୌମ୍ୟ ଶୁଭକାନ୍ତ ଦାସ ସ୍ଵୀୟ ବକ୍ତବ୍ୟରେ ବୈଜ୍ଞାନିକ ମନୋଭାବର ଜାଗୃତି ହିଁ ନୂତନ ସମ୍ଭାବନାର ସ୍ଵାକ୍ଷର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଶାଶ୍ୱତ ବେହେରା,ଉପାଧ୍ୟକ୍ଷ ଇଶ୍ଵର କୁମାର ପ୍ରଧାନ ପ୍ରମୁଖ ମଞ୍ଚରେ ଆସନ ଗ୍ରହଣ କରିଥିଲେ।ଛାତ୍ରୀ ରାଜଲକ୍ଷ୍ମୀ ସୁବୁଦ୍ଧି ଓ ବୈଭବି ମିଶ୍ର ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସଂଗେ ସଂଗେ ବାର୍ଷିକ ବିବରଣୀ ପାଠ କରିଥିଲେ ।ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜ୍ବଳନ, ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରାଯାଇଥିଲା।ପ୍ରାରମ୍ଭରେ ଛାତ୍ରୀ,ଛାତ୍ରମାନେ ବିଜ୍ଞାନ ଭିତ୍ତିକ ଉଦଘାଟନୀ ଓ ପରିଶେଷରେ ଉଦଯାପନୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।ଛାତ୍ରୀ ରାଜଲକ୍ଷ୍ମୀ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ଓ ଦର୍ଶକମଣ୍ଡଳୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା।ଜିଲ୍ଲାର ଶତାଧିକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀ ଛାତ୍ର ମାନଙ୍କର ଦକ୍ଷତା ନିରୂପଣ ପରୀକ୍ଷାର ବିଚାରକ ଭାବରେ ଅଧ୍ୟାପକ ଇଶ୍ଵର କୁମାର ପ୍ରଧାନ,ଶାଶ୍ୱତ ବେହେରା ଓ ଲକ୍ଷ୍ମୀଧର ଚାନ୍ଦ ପରୀକ୍ଷାର୍ଥୀ ମାନଙ୍କର ମୂଲ୍ୟାଙ୍କନ କରିଥିଲେ ।ଜିଲ୍ଲାର ବିଭିନ୍ନ ଜୋନ୍ ର ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା,୧୫ ଜଣ ଛାତ୍ରୀ,ଛାତ୍ରମାନେ ମୁଖ୍ୟଅତିଥି ଓ ମଞ୍ଚାସୀନ ଅନ୍ୟତମ ଅତିଥିମାନଙ୍କ ହସ୍ତରୁ ପର୍ଯ୍ୟାୟକ୍ରମେ ପ୍ରଶଂସାପତ୍ର ଓ ମେମେଣ୍ଟୋ ପୁରସ୍କାର ସ୍ଵରୂପ ଗ୍ରହଣ କରିଥିଲେ ।ପ୍ରଥମ ପୁରସ୍କାର ସ୍ଵରୂପ ୧୫୦୦ ଟଙ୍କାର ଅର୍ଥ ରାଶି ଓ ଗ୍ରୀଷ୍ମକାଳୀନ ଶିକ୍ଷା ବ୍ୟବସ୍ଥା ପାଇଁ ୫୦୦୦ ଟଙ୍କାର ଅର୍ଥରାଶି ବୃତ୍ତି ଆକାରରେ,ଦ୍ଵିତୀୟ ପୁରସ୍କାର ସ୍ଵରୂପ ୧୦୦୦ ଟଙ୍କାର ଅର୍ଥ ରାଶି ଓ ଗ୍ରୀଷ୍ମକାଳୀନ ଶିକ୍ଷା ବ୍ୟବସ୍ଥା ପାଇଁ ୪୦୦୦ ଟଙ୍କାର ଅର୍ଥରାଶି ବୃତ୍ତି ଆକାରରେ,ତୃତୀୟ ପୁରସ୍କାର ସ୍ଵରୂପ ୫୦୦ ଟଙ୍କାର ଅର୍ଥ ରାଶି ଓ ଗ୍ରୀଷ୍ମକାଳୀନ ଶିକ୍ଷା ବ୍ୟବସ୍ଥା ପାଇଁ ୩୦୦୦ ଟଙ୍କାର ଅର୍ଥ ରାଶି ବୃତ୍ତି ଆକାରରେ ଓ ପ୍ରତ୍ୟେକ ଅଂଶଗ୍ରହଣକାରୀ ଛାତ୍ରୀ-ଛାତ୍ର ମାନଙ୍କୁ ଗ୍ରୀଷ୍ମକାଳୀନ ଶିକ୍ଷା ବ୍ୟବସ୍ଥା ପାଇଁ ୨୦୦୦ ଟଙ୍କାର ଅର୍ଥରାଶି ବୃତ୍ତି ଆକାରରେ ପ୍ରଦାନ କରାଯାଇଥିଲା।ସଂସ୍ଥାର ମାର୍କେଟିଂ ଏକଜିକ୍ୟୁଟିଭ ମନୋରଞ୍ଜନ ପାତ୍ରଙ୍କୁ ତାଙ୍କର ପ୍ରଶଂସନୀୟ ଉଦ୍ୟମ ପାଇଁ ୪୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଓ କ୍ରୀଡା ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ମାନଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।କ୍ରିକେଟ ମ୍ୟାଚ୍ ରେ ଅଧ୍ୟୟନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରମାନେ ଦଳଗତ ଭାବରେ ରନର୍ସଅପ୍ ଟ୍ରଫି ଓ ସାନଭି ଗ୍ରୁପର ଛାତ୍ରମାନେ ଦଳଗତ ଭାବରେ ଚମ୍ପିଆନ ଟ୍ରଫି ହାସଲ କରିଥିଲେ। 

ଏହି ଅବସରରେ ସାନଭି ଗ୍ରୁପର ଅଧ୍ୟୟନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳ ତରଫରୁ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। 

ଜିଲ୍ଲାସ୍ତରୀୟ ବିଭିନ୍ନ ଜୋନମାନଙ୍କ ଦକ୍ଷତା ନିରୂପଣ ପରୀକ୍ଷା ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ୮ ଟି ବ୍ଲକ୍ ର ପ୍ରାୟ ୨୦୦ ଜଣ ଛାତ୍ରୀ -ଛାତ୍ର ନିଜ ନିଜର ପ୍ରଧାନ ଶିକ୍ଷୟିତ୍ରୀ- ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ-ଶିକ୍ଷକ,ଅଭିଭାବିକା-ଅଭିଭାବକ ମାନଙ୍କ ତତ୍ତ୍ଵାବଧାନରେ ଅଂଶଗ୍ରହଣ କରିଥିଲେ ।ସନ୍ଧ୍ୟାରେ ଛାତ୍ରୀ -ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା ।ସାନଭି ଗ୍ରୁପ ଓ ଅଧ୍ୟୟନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ବିଭିନ୍ନ ବିଭାଗର ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ ବିଭିନ୍ନ ବର୍ଗର ସମସ୍ତ କର୍ମଚାରୀ ବୃନ୍ଦ ଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରି ଥିଲା।ଢେଙ୍କାନାଳ ଜିଲ୍ଲାର ଛାତ୍ରୀ – ଛାତ୍ର ବୃନ୍ଦ,ସେମାନଙ୍କ ମାତା – ପିତା,ଅଭିଭାବିକା – ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

OMC ଦ୍ଵାରା ଖୋଲା ଯାଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଉପେକ୍ଷା ବିରୁଦ୍ଧ ରେ ଅଞ୍ଚଳ ବାସି ଙ୍କ  ବିକ୍ଷୋଭ ପଦର୍ଶନ

Sunil Chandra Nayak

Renowned Lawyer Sai Prasad Felicitated on Completing 25 Years in Profession  

masiha

ପାନୀୟ ଜଳ ସମସ୍ୟା ନେଇ ଜାମଦା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଧାରଣା ଦେଲେ ଜାମଦା ଅଞ୍ଚଳବାସୀ

Sunil Chandra Nayak

Leave a Comment

error: Content is protected !!