ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ପୋଡ଼ା ତରକାରୀ ହେବକି ରୁଚି

ପୋଡା ତରକାରୀ ହେବକି ରୁଚି

 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

 

ଖମଖିଆଲି ମନ, ନଦିଏ ସେ ଧ୍ୟାନ 

ହୁଏନା ସଜାଗ ଆଗ, 

ଅହଂକାର ଭାବ, ଉଗ୍ରତା ସ୍ବଭାବ

ଭୁଲିଯାଏ ଦିଗବାଗ ll

ମଦମତ୍ତ ଟିରେ, ସମୟଟି ସlରେ 

ଭାବନାଟି ଏକପାଖ , 

ଅଳିକ ସୁଖରେ, ହୋଇ କେ ଅଧୀରେ

ପରକୁ ଦିଅଇ ଦୁଃଖ ll

ଦୁଃଖ ଦେଇ କେହି, ଆନନ୍ଦ ଲଭଇ 

ସୁଖଟିକୁ ନିଏ ହରି, 

କୂଚକ୍ରlନ୍ତ କରି, ଦହଗଞ୍ଜ ଭରି 

ଉଲ୍ଲାସେ ଛlଡଇ ହୁରି ll

କେତେ ଲଗାଜୁଟା, କେତେ ହଟହଟା 

ଅପପ୍ରଚାରଟି କରେ, 

ଶାନ୍ତି, ଓ ସଦିଚ୍ଛା, ଦୟାମାୟା ତୁଚ୍ଛା 

ନିଷ୍ଠୁର କୋଠର ଗୀରେ ll

ନିନ୍ଦା ଅପବାଦ, ବୃଥାରେ ବିବାଦ 

ଖଳନାୟକଙ୍କ ଖେଳ, 

ତୁଚ୍ଛା ଘରେ ପରା, ବିଛା ସଂକ୍ରାନ୍ତିଟି 

ବଢ଼େ ରକ୍ତଚାପ ବଳ ll

ମତ୍ତ ଯଉବନ, କରେ ହେୟଜ୍ଞାନ 

ଧରାକୁ ସରାଟି ମଣେ , 

ବଳବପୁ ସାଥେ,ସୌଭାଗ୍ୟର ପଥେ 

ଅନ୍ଧ ହୋଇ ଏଣେତେଣେ ll

ପରଶ୍ରୀ କାତର,ହୁଏ ହରବର 

ଦେଖିଲେ ଅନ୍ୟର ଶିରି 

ଉଚ୍ଚ ଅଭିଳାଷ, ବାରବାଟି ଚାଷ 

ନିକମାଙ୍କ ବାହାଦୁରି ll

ସଂଘ, ସଂଘଟନ, ଗଢ଼ିବାରେ ମନ 

ନିରୀହ ଶିକାର ପାଇଁ, 

,କଳୁଷିତ ମନ, ଲାଭ, ଲୋଭେ ଧ୍ୟାନ 

ଏକ ଛତ୍ରପତି ହୋଇ ll

ସ୍ୱାର୍ଥର ଯଜ୍ଞରେ, କ୍ରୋଧର ଅଗ୍ନିରେ 

କେତେ ଯେ ଆହୁତି ହୁଏ, 

ରକତ ସମ୍ପର୍କ, ବନ୍ଧୁ,ଓ ପ୍ରମୁଖ 

ସୁଖ ସମୃଦ୍ଧିକୁ ଦହେ ll

ଲୁହର ଘାଟରେ, କୋହର ତୁଠରେ 

ବେଉସା କରଇ କିଏ, 

ଆପଣା ବାଟର,ବାଟୋଇ ହୋଇ କେ 

ମାନବତ୍ବ ଭୁଲି ଯାଏ ll

ହୋଇକେହି ନର, ରାକ୍ଷସ ବେଭାର 

ନିକୃଷ୍ଟତା କାରବାର, 

ସମ୍ପର୍କ ବନ୍ଧୁତ୍ୱ, ମାନ ଓ ମହତ 

ଅଵିଵେକତାରେ ପର ll

ସମୟ ସ୍ରୋତରେ, ଶିଥିଳତା ଭରେ 

ଭରେ ଜରା, ବ୍ୟାଧି, କ୍ଳେଶ, 

ସବୁ ମନପଡେ,ସବୁ ଖୋଜେଲୋଡ଼େ 

ଅନୁତାପେ ହୋଇ ବଶ ll

ଶାଗ କାଟି ବାଳ, ବଛାବଛି କଲେ 

କିଅବା ଲାଭଟି ହେବ ??…. 

ପୋଡା ତରକାରୀ, ରୁଚିକି ହୋଇବ 

ଯେତେ ବା ମସଲା ଦେବ ll

ଜୟ କୁମାର ମିଶ୍ର,
ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, 761206, 

Related posts

ଧନ୍ୟବାଦ କେନ୍ଦ୍ର ସରକାର, ଓଡିଶାକୁ ଦେଲେ ପ୍ରାଧାନ୍ୟ

Sunil Chandra Nayak

ଭବାନୀପାଟଣା ଠାରେ ୭୬ତମ ସ୍ବାଧିନତା ଦିବସ ୨୦୨୨ ପାଳିତ

Sunil Chandra Nayak

କୋକସରା ବ୍ଲକ ସାମ୍ବାଦିକ ସଙ୍ଘ ଗଠିତ

Leave a Comment

error: Content is protected !!