ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ 

 ମୟୂରଭଞ୍ଜ -୨୮/୧୨ ( ମସିହା) ଭାରତ ବର୍ଷର ସର୍ବ ପୁରାତନ ଦଳ, ଧର୍ମନିରପେକ୍ଷ, ସମାଜବାଦ ଦଳର ଆଜି ୧୩୯ ତମ ପ୍ରତିଷ୍ଠା ଦିବସ ।ଏହି ଦଳର ବିଚାରଧାରା ବହୁ ଦିବଂଗତ ନେତାଙ୍କ ବଳିଦାନ,ତ୍ୟାଗ,ଶହୀଦ, କାରାବାସ ଯୋଗୁଁ ଭାରତ ଆଜି ବିଶ୍ବର ସର୍ବ ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେଉଭା ହୋଇଛି ।ଆଜି କଂଗ୍ରେସ ର୧୩୯ ତମ ପ୍ରତିଷ୍ଠା ଦିବସ ଅବସରରେ ରାଇରଙ୍ଗପୁର ସହରର ଲିଙ୍କ୍ ରୋଡରେ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଏହାର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି ।ପ୍ରଥମେ ଦଳର ନେତୃବୃନ୍ଦ ପତାକା ଉତ୍ତୋଳନ କରିଥିଲେ ।ଏହା ପରେ କଂଗ୍ରେସ ଦଳର ଅତୀତର ସ୍ଵର୍ଣ୍ଣମୟୀ ଇତିହାସ, ମହାତ୍ମା ଗାନ୍ଧୀ,ନେହେରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ,ମୌଲାନା ଆଜାଦ,ଲାଲ ବାହାଦୁର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ,ରାଜୀବ ଗାନ୍ଧୀ ନରସିଂହ ରାଓ,ଜୈଲ ସିଂ,ଜାନକୀ ବଲ୍ଲଭ ପଟ୍ଟନାୟକ, ଗୋପବନ୍ଧୁ ଦାସ,ଭଳି ବହୁ ତୁଙ୍ଗ ନେତାଙ୍କ ତ୍ୟାଗ ଉପରେ କହିଥିଲେ । ଏଥିରେ ରାଜ୍ୟ କଂଗ୍ରେସ ପିସିସି ସଦସ୍ୟ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦା,ଆଡଭୋକେଟ ହରି ଚରଣ ସାହୁ, ଵସନ୍ତ ପଟ୍ଟନାୟକ,ବାବୁ ମହାନ୍ତି,ଏମ ଡି ଇନ୍ତେକାବ,ରୂପକ ମହାନ୍ତି,ଅବଦୁଲ ରସିଦ,ମନୋଜ ନାୟକ, ଜଗନ୍ନାଥ ବାନରା,କିଶୋର ମହାନ୍ତ, ରାକ୍ଷୀ ପୂର୍ଣ୍ଣିମା ଡଗରା,ରାଇସେନ ସୋରେନ,ଅମର ସିଂ ମହାନ୍ତ, ଡାଣ୍ଠ ଭାଇ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ । ନେତୃବୃନ୍ଦ କହିଥିଲେ ସମସ୍ତେ ଏକାଠି ହୋଇ ଲୋକଙ୍କ ସେବା କରିବା ଓ ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ କରିବା ଆସନ୍ତା ୨୦୨୪ ରେ କଂଗ୍ରେସ ଦଳକୁ ଜିତାଇବା ଉପରେ ଗୁରୁତ୍ବ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ବିଜେଡି ଜିଲ୍ଲା ଯୁବ ସଭାପତି ରୂପେ ମନୋଜ ଦୀପ ଏବଂ ନୂଆପଡ଼ା ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁବେର ସିଂ ଦେଓ ମନୋନୀତ 

ଯୁବ ବିଜେଡିର ନେତୃତ୍ୱ ବିଚାର ଯୁବ ନେତା ଅଶୋକ ପ୍ରଧାନ  ଚର୍ଚ୍ଚା ରେ

Sunil Chandra Nayak

ଚର୍ଚ୍ଚାରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ନୀଳାମ୍ବର ସାହୁ

Sunil Chandra Nayak

Leave a Comment

error: Content is protected !!