ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା , ରାୟଗଡା ଏକାଦଶ ଚମ୍ପିୟାନ

ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ,

   ରାୟଗଡା ଏକାଦଶ ଚମ୍ପିୟାନ

ଧର୍ମଗଡ: ଧର୍ମଗଡ ବ୍ଲକ ଅନ୍ତର୍ଗତ ପର୍ଲା ମିନି ଷ୍ଟାଡିୟମ ଠାରେ ଚାଲିଥିବା ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତାର ଉଦଯାପିତ ହୋଇ ଯାଇଛି।ଫାଇନାଲ ମୁକାବିଳାରେ ରାୟଗଡା ଏକାଦଶ ୨୦୨୩ ର ବିଜେତା ହୋଇଛି।ଶନିବାର ଦିନ ଫାଇନାଲ ଖେଳ -ରାୟଗଡା ଏକାଦଶ ଓ ଜଗଦଲପୁର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ କିଏ କାହାକୁ ଗୋଲ ଦେଇ ପାରି ନ ଥିଲେ। ଟ୍ରାଇ ବ୍ରେକରରେ ରାୟଗଡା ଏକାଦଶ ୪-୨ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା।ଅନୁଷ୍ଠିତ ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସଂସଦ ବସନ୍ତ ପଣ୍ଡା,ସମ୍ମାନୀୟ ଅତିଥି ଧର୍ମଗଡ ବିଧାୟକ ମୌଷଧି ବାଗ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଷୀ,ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଅଧ୍ୟାପକ ନଳିନ କୁମାର ଦାସ,ପଞ୍ଚାନନ୍ଦ ଦୁରିଆ,ଜିଲ୍ଲା ପରିଷଦ ଶଙ୍କର ଜୁଏଡ଼,ଟିକମନ ୟାଦବ,ପ୍ରଶାନ୍ତ ତିୱାରି, କାହ୍ନୁ ଚରଣ ଦାସ,କୁନ୍ତୀ ପାଳ,ଧନିରାମ ଗୋପାଳ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଚମ୍ପିୟାନ ଓ ରନର୍ସ ଅଫ ଦଳକୁ ଟ୍ରଫି ସହ ନଗଦ ଅର୍ଥ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ।ଗତ ୨୩ ତାରିଖ ଦିନ ଠାରୁ ପର୍ଲା ମିନି ଷ୍ଟାଡିୟମ ସର୍ବ ଭାରତୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ମୋଟ ୮ ଗୋଟି ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜଗନ୍ନାଥ ମାଝୀ, ମାନସ ଦାସ ଓ ଦୁର୍ଗା ପ୍ରମୁଖ ଖେଳ ପରିଚାଳନା କରିଥିଲେ।ଆୟୋଜନ କମିଟି ସଭାପତି ପ୍ରବୀଣ କୁମାର ଦାସ,ଉପସଭାପତି ସୁଧୀର ଗୋପାଳ, ସମ୍ପାଦକ ସୁଧୀର ବାଗ, ଲକ୍ଷଜ୍ୟୋତି ଜାଲ, ମନୋଜ ଦାସ,ବିଜନ ଦାସ ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମା ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ପଲସାପଡାକୁ ହରାଇ କଣ୍ଟାମାଲ ଚମ୍ପିୟାନ 

Sunil Chandra Nayak

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ପୁନୁ ଭତ୍ରା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

masiha

Leave a Comment

error: Content is protected !!