ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଭାବ ଭକ୍ତି

ଭାବ ଭକ୍ତି 

 

ସୁଜାତା ରାଣୀ ଶତପଥୀ

 

ଭାବ ଭକ୍ତି ବନ୍ଧା ପଡିଛି କାଳିଆ

      ଶରୀର ଠାରୁ ଦୂରେଇ

ମୋ ମନକୁ ତୁହି ନ ବୁଝିବୁ ତେବେ

        ଫେରିବ ମନ ଶୁଖାଇ l

 

 ମନକୁ ଚିହ୍ନିବେ ଧନ ଥିଲେ ପାଖେ

       ନ ଥିଲେ ଜ୍ଞାନୀ ଅଜ୍ଞାନ

ମାନବିକତାର ଅଭାବ ହୋଇଲେ

      ବିବେକ ହୁଅଇ ଶୂନ୍ୟ l

 

ପ୍ରଭୁ ନାମ ମନ ସପୂର୍ଣ୍ଣତା ହେଲେ

    ନାହିଁ ଧନ ଆବଶ୍ୟକ

ବେଳେ ପୂର୍ଣ୍ଣତାରେ ଶୂନ୍ୟ ନ ଲାଗିବ 

     ଅଭାବେ ଦୁଃଖ ଅଧିକ l

 

 ଧନ କିଣିନେଲେ ଧର୍ମ ପଥ କେବେ

       ନ ରହିପାରେ ସଞ୍ଚିତ

ଅଧର୍ମ ଗ୍ରାହକ କିଣି ନ ପାରିବ

        ବ୍ୟୟିତେ ମୂଲ୍ୟ ସୂଚିତ l

 

ଭକ୍ତ ଭଗବାନ ଭାବର ବନ୍ଧନେ

      ଭକ୍ତି ହୋଇବ ବନ୍ଧକ

ଧନୀକ ବ୍ୟକ୍ତିତ୍ୱ କିଏ ଭାଙ୍ଗି ନେବ

     ତୁଟାଇ ସେହି ସମ୍ପର୍କ l

 

ପୁଣ୍ୟାତ୍ମାକୁ ପାପ କେବେ ନ ଛୁଇଁବ

     ଜାଣିଛି ବୋଲି ଧର୍ମlତ୍ମା

ଅବେଳରେ ପାପ ଲାଗିବ ସ୍ପର୍ଶରେ

        ଦେହୁ ଦୂରେଇବ ଆତ୍ମା l

 

ଭବିଷ୍ୟକୁ ରଖି ଦୃଷ୍ଟି ଅଗୋଚରେ

     ନ କରି ପାପ ବଳିଷ୍ଠ

ଧନ ଅହଂକାର ପାଶୁ ଛାଡି ଯାଇ

        ଦୁର୍ବଳତା ଦେବ କଷ୍ଟ l

 

ହେ ପ୍ରଭୁ ଆଶିଷ କରୁଥିବ ମୋତେ

       ଧର୍ମ ପଥ ଦେଇ ମୋତେ

ସତ କର୍ମ ଚିନ୍ତନ ଜ୍ଞାନ ମନ୍ଥନରେ

       ମିଳିବ ନାମ ବହୁତେ l

 

ଶିକ୍ଷୟିତ୍ରୀ
ଦିଗପହଣ୍ଡି
ଗଞ୍ଜାମ

Related posts

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ ଭବିତବ୍ୟ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ସାଇବର ଠକ, ସେ ପରା ଘାତକ

Sunil Chandra Nayak

କୂଅ ରେ ଗାଧୋଇବା ବେଲେ ଯୁବକ ର ଗୋଡ଼ଖସି କୂଅ ରେ ପଡି ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!