ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ଅ’ ମହୋତ୍ସବ: କବି ସୁଶାନ୍ତ ରଣା ପାଇଲେ “ଅ’ ପ୍ରତିଭା ସମ୍ମାନ”

ରାଜ୍ୟ ସ୍ତରୀୟ ଅ’ ମହୋତ୍ସବ:

କବି ସୁଶାନ୍ତ ରଣା ପାଇଲେ “ଅ’ ପ୍ରତିଭା ସମ୍ମାନ”

କର୍ଲମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର କବି, ଗାଳ୍ପିକ, ସମାଜସେବୀ ତଥା ସାମ୍ବାଦିକ ସୁଶାନ୍ତ ରଣା “ଅ’ ପ୍ରତିଭା ସମ୍ମାନ ୨୦୨୩” ସମ୍ମାନରେ ସମ୍ମାନୀତ ହୋଇଛନ୍ତି l କଳାହାଣ୍ଡି ଜିଲ୍ଲାର ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଭବାନୀପାଟଣା ବ୍ଲକ୍ କାର୍ଯ୍ୟାଳୟ ସଭା ଗୃହ ଠାରେ ହୋଇଥିବା ରାଜ୍ୟ ସ୍ତରୀୟ ଅ’ ମହୋତ୍ସବ ୨୦୨୩-୨୪ରେ ଏହି ସମ୍ମାନ ଶ୍ରୀ ରଣାଙ୍କୁ ପ୍ରଦାନ କରାଯାଇଛି l ପ୍ରତିଷ୍ଠାତା ସଭାପତି ନରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ସୁଧୀର ମେହେର, ସମ୍ମାନୀତ ଅତିଥି କବି ତଥା ସାମ୍ବାଦିକ ହେମନ୍ତ ସାହୁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ ଯୋଗଦେଇ ସାହିତ୍ୟ ଜୀବନ କୁ ସରସ କରିଥାଏ ବୋଲି ମତ ଦେଇଥିଲେ l ଏହି ଅବସରରେ ଅ’ ପତ୍ରିକାର ବାର୍ଷିକ ବିଶେଷାଙ୍କ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା l କବି ଦକ୍ଷ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ କଣ୍ଠଶିଳ୍ପୀ କାଜଲ ମହାରଣା ପରିବେଷଣ କରିଥିଲେ l ପ୍ରାରମ୍ଭରେ ସ୍ବର୍ଗତ ଗୁରୁ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ବିୟୋଗରେ ତାଙ୍କରି ଫୋଟୋରେ ପୂଜାର୍ଚ୍ଚନା ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ଅ’ ପତ୍ରିକା ତରଫରୁ ସାହିତ୍ୟରେ କୃତିତ୍ୱ ହାସଲ କରିଥିବା ଆହୁରି ଅନେକ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ମଧ୍ୟଭାଗ ରେ କଣ୍ଠ ଶିଳ୍ପୀ ଲିପ୍ସା ମହାରଣା ଏକ ଭଜନ ପରିବେଷଣ କରିଥିଲେ l ପ୍ରଥମ ପର୍ଯ୍ୟାୟ ପରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା l ପରେ ଏକ ମନୋଜ୍ଞ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ କବି ବନଶ୍ରୀ ଦାଶ ଓ ରମାକାନ୍ତ ସିଂ ସାହାଣିଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ଥିଲା l କବିତା ଆସର ରେ ଦୀପ୍ତି ମୁଣ୍ଡ, ସଂଯୁକ୍ତା ପାଢ଼ୀ, ସଞ୍ଜିତା ପ୍ରଧାନ ମଞ୍ଚାଶିନ ରହିଥିଲେ l ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଉପଦେଷ୍ଟା ରାକେଶ ଶତପଥି, ମୁଖ୍ୟ ସଂପାଦକ ତପନ କୁମାର ସାହୁ, ସହ ସମ୍ପାଦକ କାହ୍ନୁ ଚରଣ ସାହୁ, ବିଶ୍ଵନାଥ ସାହୁ, ଶରତ ହରିଜନ, ଦୀପକ ସାହୁ, ଡୁଲେଶ୍ୱର ସାହୁ, ଯେମନ୍ତ ସାହୁ, କରୁଣା ସାହୁ, ଚନ୍ଦନ ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ l

Related posts

ମାତିଲେ ନବନିର୍ମାଣ କୃଷକ ସଂଗଠନ, ଜିଲ୍ଲପାଳଙ୍କ ବାସଭବନ ସାମ୍ନାରେ ବିଛେଇ ଦେଲେ ଧାନ

Sunil Chandra Nayak

ଖବରଦାତା ସଂଘର ଭୂମି ପୂଜନ

Sunil Chandra Nayak

ତତଲା କଡେଇରେ ଶିଝୁଛନ୍ତି ଚିଲିକା ଅଞ୍ଚଳବାସୀ : ପ୍ରବଳ ଗ୍ରୀଷ୍ପ ପ୍ରବାହରେ ରାସ୍ତାଘାଟ ଜନଶୂନ୍ୟ !!!

Sunil Chandra Nayak

Leave a Comment

error: Content is protected !!