ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେକ୍ନୋଓ୍ବାର୍ଲଡ ଗ୍ରୁପ ଅଫ୍ ଇନଷ୍ଟିଚ୍ଯୁସନର ୧୦ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ 

ଟେକ୍ନୋଓ୍ବାର୍ଲଡ ଗ୍ରୁପ ଅଫ୍ ଇନଷ୍ଟିଚ୍ଯୁସନର ୧୦ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ 

ମୟୂରଭଞ୍ଜ – ୧୦/୦୧ ( ମସିହା ) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଏକମାତ୍ର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ‘ ଟେକ୍ନୋଓ୍ବାର୍ଲଡ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ଯୁସନ୍ସ’ ର ୧୦ମ ବାର୍ଷିକ ଉତ୍ସବ ଇନଷ୍ଟିଚ୍ୟୁସନ ପରିସରରେ ଅଧ୍ୟକ୍ଷ ଇଂ ଦୀନବନ୍ଧୁ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଅଧ୍ୟକ୍ଷ ଲଳିତ ମୋହନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡ଼ଃ ଶିବପ୍ରସାଦ ରଥ, ମୁଖ୍ୟବକ୍ତା ଡଃ ପ୍ରମୋଦ ମହାନ୍ତ , ଭାଇସ୍ ପ୍ରିନସିପାଲ ସୂର୍ଯ୍ୟକାନ୍ତ ଘଣା,ପ୍ରଶାସନିକ ଅଧିକାରୀ ଆଡଭୋକେଟ ଭବାନୀ ଶଙ୍କର ମହାନ୍ତି, ଟ୍ରଷ୍ଟି ସଦସ୍ୟ ଇଂ ଉମାକାନ୍ତ ମହାନ୍ତ, ସ୍ତମ୍ଭକାର ଲଳିତ ମହାନ୍ତ, ଅଧ୍ୟାପକ ଦାରା ସିଂ ମହାନ୍ତ ସମାଜସେବୀ ନିଗମାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଅଧ୍ୟାପିକା ଡଃ ସସ୍ମିତା ଦାସ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ।ମୁଖ୍ୟ ଅତିଥି କହିଥିଲେ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି । ଅଧ୍ୟାପକମାନେ ଛାତ୍ରଛାତ୍ରୀ ମାନଙ୍କୁ ସବୁବେଳେ ଉତ୍ସାହିତ ଓ ପ୍ରେରଣା ସହ ସ୍ବପ୍ନ ଦେଖାଇବା ଦରକାର । ଅନୁଷ୍ଠାନର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତ କହିଥିଲେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର ପୌରାଞ୍ଚଳର ଏକମାତ୍ର ଘରୋଇ ଅନୁଷ୍ଠାନ ଯେଉଁଠି +୨ ବିଜ୍ଞାନ, ଡିଗ୍ରୀ ବିଜ୍ଞାନ,, ସିମିଳିପାଳ ନର୍ସିଂ କଲେଜ,ଡିଏମଇଏଲଟି ପ୍ରମୁଖ ଶିକ୍ଷାଦାନ କରାଯାଉଛି । ଇଂ ଉମାକାନ୍ତ ମହାନ୍ତ ଏହି ଶିକ୍ଷାନୁଷ୍ଠାନ ଶିକ୍ଷାଦାନକୁ ଗୁରୁତ୍ବ ଦେବାସହ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଗଢ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ ବୋଲି କହିଥିଲେ । ପ୍ରଶାସନିକ ଅଧିକାରୀ ଆଡଭୋକେଟ ଭବାନୀ ଶଙ୍କର ମହାନ୍ତି କହିଥିଲେ ଏହି ଶିକ୍ଷାନୁଷ୍ଠାନ ଶିକ୍ଷାଦାନ ସହ ସାମାଜିକ ବିକାଶ କ୍ଷେତ୍ରରେ ତଥା ରକ୍ତଦାନ,ସଡ଼କ ସୁରକ୍ଷା ସଚେତନତା, ସ୍ବାସ୍ଥ୍ୟ ସଚେତନତା,ବୃକ୍ଷରୋପଣ,କ୍ରୀଡା ଭଳି ବ ଜନକଲ୍ଯାଣହୁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ପରେ ଅତିଥିଗଣ ଗତବର୍ଷର ସଫଳ ବିଦ୍ୟାର୍ଥୀ ମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରିଥିଲେ ।ତଦସହ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରଷ୍କୃତ କରିଥିଲେ । ।

 ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବାର୍ଷିକ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିବା ସହ ସହରବାସୀ ଏହି ଅନୁଷ୍ଠାନ ପ୍ରତି ଅକୁଣ୍ଠ ସହଯୋଗ କରିଥିବାରୁ ଭାଇସ ପ୍ରିନସିପାଲ ସୂର୍ଯ୍ୟକାନ୍ତ ଘଣା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଆଇଟି ଗୋବିନ୍ଦ ସୋରେନ,ପ୍ରଦ୍ୟୁମ୍ନ ଦତ୍ତ,ଅଜୟ ମହାପାତ୍ର,ଅବିନଶ ଵାରିକ,ଭଷ୍କର ପଟନାୟକ , ରୋହିତ ନନ୍ଦ,ଗୌତମ ମହାନ୍ତ, ଶୁଭଶ୍ରୀ ମହାନ୍ତ,ଆଶୁ ସାହୁ, ଶୁଭ୍ରାଂଶୁ ବେହେରା,ପ୍ରଣବ ଗିରି , ଅଧ୍ୟାପକ,ଅଧ୍ୟାପିକା,ଅଭିଭାବକ, ଛାତ୍ର ଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରlକରଣ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା 

masiha

ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା , ଆଠଘଣ୍ଟା ବିତିଲା, ପତ୍ତା ମିଳିଲାନି : ରାତିହେବାରୁ ଅଧାରେ ଅଟକିଲା ଉଦ୍ଧାର କାର୍ଯ୍ୟ

Sunil Chandra Nayak

ଶାନ୍ତି ଶକ୍ତି ଭଵନରେ ଜଗଦମ୍ଵା ସରସ୍ଵତୀଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ     

masiha

Leave a Comment

error: Content is protected !!