ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବାଦେବୀଙ୍କ ମଶାଲ ଯାତ୍ରା ସହ ଉଦଘାଟିତ ହେଲା କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ‘ଗୁଡହାଣ୍ଡି’

ଦେବାଦେବୀଙ୍କ ମଶାଲ ଯାତ୍ରା ସହ ଉଦଘାଟିତ ହେଲା କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ‘ଗୁଡହାଣ୍ଡି’

କୋକସରା,୧୧/୧ // କଳାହାଣ୍ଡିର ଐତିହ୍ୟ ପରମ୍ପରାର ବାର୍ତ୍ତାବହ କଳାହାଣ୍ଡି ଉତ୍ସଵ ଘୁମୁରା କୋକସରା ବ୍ଲକ ସ୍ତରୀୟ ଗୁଡହାଣ୍ଡି ମହୋତ୍ସବ ବୁଧବାର ଦିନ ଆରମ୍ଭ ହୋଇଛି। ମହୋତ୍ସବ ଉଦଯାପନି ଅବ୍ୟାହତ ପୂର୍ବରୁ ଆମପାଣି ବୁଢ଼ାରଜା ଦେବ, ଚିଲିଗୁଡା ମା ସର୍ଵ ମଙ୍ଗଳା ଓ ମା ଠାକୁରାଣୀଙ୍କ ମଶାଲ ଆସି ପହଞ୍ଚିବା ପରେ ମହିମା ଗ୍ରାମର ମା ବାରଦାୟିନୀ ଦେବୀଙ୍କ ଲାଠିକୁର୍ଚ୍ଚି, ଲଡୁଗାଁ ଶିତଲା ମାତାଙ୍କ ପାଲିଙ୍କି ଆସି ଏକତ୍ରିତ ହେବାପରେ ବ୍ଲକ ପ୍ରଶାସନ ଓ ଉପସ୍ଥିତ ଅତିଥି ମାନେ ଦେବାଦେବୀଙ୍କୁ ବଙ୍ଗଳା ଛକ ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଦେବାଦେବୀ ଙ୍କ ମଶାଲ ଶୋଭାଯାତ୍ରା ଏକ ଭବ୍ୟ ପଟୁଆରରେ ଘଣ୍ଟୁଆ, ଲୋକ ନୃତ୍ୟ, ସାଂସ୍କୃତିକ କଳାକାରଙ୍କ ରଙ୍ଗାରଙ୍ଗ ଶୋଭାଯାତ୍ରାରେ କୋକସରା ସହର ପରିକ୍ରମା କରି ଗୁଡହାଣ୍ଡି ଉତ୍ସଵ ମଞ୍ଚରେ ପହଞ୍ଚିବା ପରେ ପୁଜକ ନନ୍ଦ କିଶୋର ଧରୁଆ ଓ ଦିଲୁ ସିଂ ଧରୁଆ ପୂଜାର୍ଚ୍ଚନା କରି ମଞ୍ଚ ପୂଜନ କରିଥିଲେ। ଉଦଘାଟନୀ ମହୋତ୍ସବରେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ତହସିଲଦାର ନବୀନ କିଶୋର ପାଢ଼ୀ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ମଞ୍ଚ ଉଦଘାଟନ କରିଥିଲେ। ଜିଲ୍ଲାର କଳା ସଂସ୍କୃତି ପରମ୍ପରାର ବାର୍ତ୍ତାକୁ ନେଇ ପ୍ରଚାର ପ୍ରସାର ଓ ଲୁକ୍କାୟିତ କଳାକାରଙ୍କୁ ଏହି ମଞ୍ଚ ମାଧ୍ୟମରେ ନୂତନ ସୁଯୋଗ ଓ ଲୋକଲୋଚନକୁ ଆଣିବାର ପ୍ରୟାସ ନେଇ ଆରମ୍ଭ ହୋଇଥିବା କଳାହାଣ୍ଡି ଉତ୍ସଵ ୨୬ତମ ବର୍ଷରେ ପହଞ୍ଚିଥିବା ବେଳେ ଏହି ମଞ୍ଚ ଅନେକ ପ୍ରତିଭା କଳା ପ୍ରଦର୍ଶନ କରି ଦେଶ ବିଦେଶରେ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ବୋଳି ଉପସ୍ଥିତ ଅତିଥି ମାନେ କହିଥିଲେ । ସନ୍ଧ୍ୟା କାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ମୁଖ୍ୟବକ୍ତା ଭାବେ ଲଖିରାମ କଲେଜ ବେହେରା ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଓମଫେଡ ରାଜ୍ୟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ତହସିଲଦାର କୋକସରା ନବୀନ କିଶୋର ପାଢ଼ୀ ଉପସ୍ଥିତ ଥିଲେ। ଏହି ଅବସରରେ କୋକସରା ପଞ୍ଚାୟତ ସମିତିର ୨ ଜଣ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଯୁଗଳ କିଶୋର ସିଂ ଓ ଗଣେଶ ରାମ ନାଏକଙ୍କୁ ମରୋଣାତ୍ତର ମାନପତ୍ର ଓ ବିମ୍ବାଧର ପଣ୍ଡା, ସୁବାସ ଚନ୍ଦ୍ର ପଣ୍ଡା, ଜନାର୍ଦନ ପଣ୍ଡା, କିଶୋର ଚନ୍ଦ୍ର ନାଏକ, ଦ୍ରୌପଦି ମାଝୀ, ତପସ୍ୱିନୀ ପ୍ରଧାନୀ, ରାଜଶ୍ରୀ ପ୍ରଧାନୀ, ଶବ୍ୟାରାଣି ବାଗଙ୍କୁ ତାଙ୍କ କାର୍ଯ୍ୟକାଳ ସମୟରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ସହ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ପରେ ଗୁଡହାଣ୍ଡି ମଞ୍ଚରେ ରାଜ୍ୟ ଓ ଜିଲ୍ଲା ବାହାରୁ ଆସିଥିବା ଲୋକ କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ଉଦଘୋଷକ ଭାବେ ଶିକ୍ଷକ ସଞ୍ଜୀବ କୁମାର ପାଢୀ, ଅଧ୍ୟାପକ ସୁବ୍ରତ ବେହେରା, ଅଧ୍ୟାପକ ମୋହନ ବିଶି ପଙ୍କଜ ମୁଖ ଚୌଧୁରୀ, ଦେବାନନ୍ଦ ରାଉତ, କ୍ଷୀରସିନ୍ଧୁ ବାଣୁଆ, ଶୁଭଶ୍ରୀ ଚୌଧୁରୀ, ଗୀତାଞ୍ଜଳି ରାଉତ ମଞ୍ଚ ସଂଯୋଜନା କରିଥିଲେ। ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଓ ଗୁଡହାଣ୍ଡି ଉତ୍ସଵ କମିଟିର ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

ମସିହା ନିୟୁକ୍ ସର୍ଭିସ୍

Related posts

ହ୍ୟୁମାନିଟି ଫାଉଣ୍ଡେସନ ର ବାର୍ଷିକୋତ୍ସବ ଆସନ୍ତା ୧୪ ରେ……

masiha

୭୮ତମ ପବିତ୍ର ସ୍ବାଧୀନତା ଦିବସ ପାଳିତ

masiha

ଜେକେ କାଗଜ କାଳରେ ଜାତୀୟ ସୁରକ୍ଷା ସପ୍ତାହ ସମାପନ ସମାରୋହ

masiha

Leave a Comment

error: Content is protected !!