ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘର ଭିତରେ ଧାରୁଆ ବ୍ଲେଡ ରେ କାଟି ହୋଇ ଆତ୍ମ ହତ୍ୟା

ଘର ଭିତରେ ଧାରୁଆ ବ୍ଲେଡ ରେ କାଟି ହୋଇ ଆତ୍ମ ହତ୍ୟା

ବନ୍ଧୁଗାଁ ତା ୧୦/୧/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁଟ୍ରାବେଡ଼ା ପଞ୍ଚାୟତ ମହାଗୁଡା ଗ୍ରାମର ଜଣେ ଯୁବକ ନିଜ ଘରେ ବିଜେ ନିଜ ବେକକୁ କାଟି ହୋଇ ଆତ୍ମହତ୍ୟା ହୋଇଛନ୍ତି। ପ୍ରାପ୍ତ ସୁଚନା ଅନୁଯାଇ ଆତ୍ମହତ୍ୟା ଜାରିଥିବା ବାଳକ ଆଇଲୁ ମେଲେକା ୩୦ ବର୍ଷ ସେ ମାନସିକ ବିକାର ଗ୍ରସ୍ତ ଅଟନ୍ତି। ସୋମବାର ଦିନ ନିଜ ମାଆ ଓ ଭଉଣୀ ଘର ବାହାରେ ନିଆ ଲଗାଇ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବସିଥିଲେ। ଠିକ ରାତ୍ର ୯ ଘଣ୍ଟା ସମୟରେ ହଠାତ ଉକ୍ତ ଯୁବକ ଜଣକ ଘର ଭିତରକୁ ପ୍ରବେଶ କରି ନିଜ ଘରର କୋଠରୀ ଭିତରକୁ ପ୍ରବେଶ କରି କୋଠରୀର କବାଟ ବନ୍ଦ କରିଦେଇ ରହିଥିଲେ। ଅଳ୍ପ କିଛି ସମୟ ମଧ୍ୟରେ ଯୁବକଙ୍କ ଏକ ଅଜବ ଶବ୍ଦ ଶୁଣିବା ପରେ ନିଆରେ ବସିଥିବା ମାଆ ଓ ଝିଅ ଦୁହେଁ ପୁଅ ଥିବା କୋଠରୀ ପାଖକୁ ଆସିଥିଲେ। ପୁଅ ଜଣକ କିଛି ନ କହିବା ଯୋଗୁଁ ମାଆ ଝିଅ ଦୁହେଁ ବାଧ୍ୟ ହୋଇ କବାଟ ଲାଗିଥିବା କାନ୍ଥ କୁ ଶାବଳ ଦ୍ୱାରା ଖୋଳିଘର ଭିତରକୁ ଯାଇଥିଲେ। ସେଠାରେ ନିଜ ପୁଅ ଏକ ଧାରୁଆ ବ୍ଲେଡ୍ ସାହାଯ୍ୟରେ ନିଜ ବେକକୁ କାଟି ହୋଇ ଆତ୍ମହତ୍ୟା ହୋଇଥିଲେ। ଗତ କାଲି ନିଜ ବଡ ଭାଇ ଧୀରେନ୍ଦ୍ର ମେଲେକା ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ଶବକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଣି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ୍ ଥାନା ତରଫରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏଏସଆଇ ସୁରେନ୍ଦ୍ର ହୁଇକ ଙ୍କ ଦ୍ଵାରା ଅଧିକ ତଦନ୍ତ କରୁ ଥିବା ଜାଣିବାକୁ ମିଳିଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବିପୁଳ ପରିମାଣ ର ନକଲି ବିଦେଶୀ ମଦ ଓ ଗୋଟିଏ ବାଇକ ଜବତ ସହ ଦୁଇ ଗିରଫ 

Sunil Chandra Nayak

ଡାକ୍ତରଙ୍କ ଘରେ ଭିଜିଲାନ୍ସ ବିଭାଗର ଛାନଭିନ , ନଗଦ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସୁନା ଗହଣା ପାଇଲା ଭିଜିଲାନ୍ସ

masiha

୧୧ ଜଣ ବାଘ ଶିକାରୀ ଗିରଫ : ବାଘ ଛାଲ, ନଖ ଓ ମାଂସ ଜବତ

Leave a Comment

error: Content is protected !!