ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୬ ତମ ସ୍ଥଳ ସେନା ଦିବସ ପାଳିତ 

୭୬ ତମ ସ୍ଥଳ ସେନା ଦିବସ ପାଳିତ 

ରାଉରକେଲା/ ଆଜି ପଶ୍ଚିମ ଓଡିଶା ବିକାଶ ସେନା ତରଫରୁ ରାଉଲକେଲା ଏସ୍, ଟି, ଆଇ, ଛକ ନିକଟରେ ଅମୃତ ଗଙ୍ଗା ପରିସରରେ ଥିବା ପଶ୍ଚିମ ଓଡିଶା ବିକାଶ ସେନା କାର୍ଯ୍ୟାଳୟ ଠାରେ ୭୬ ତମ ସ୍ଥଳ ସେନା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିନୋଦ ଚନ୍ଦ୍ର ରାଉତ, ସମାଜସେବୀ ଅବିନାଶ ଶୁକ୍ଳା, ରୂପେଶ ଦାସ, ପଶ୍ଚିମ ଓଡିଶା ବିକାଶ ସେନା ର ସଭାପତି ନିର୍ମଳ ଦାସ,ପଶ୍ଚିମ ଓଡ଼ିଶା ଯବାନ ବିକାଶ ପରିଷଦ ର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପରିଜା, ଓ ବିକାସ ସେନା ର ସଂଯୋଜକ ଚକ୍ରାନ୍ତ ଜେନା, ଏବଂ ସେନାର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିନୋଦ ଚନ୍ଦ୍ର ରାଉତ ସେନା ପାଇଁ ଏକ ସୁଚିନ୍ତିତ ବାର୍ତ୍ତା ଦେଇଥିଲେ, ଯାହାକି ବର୍ତ୍ତମାନ ସମୟରେ ସେନା ଓ ସେମାନଙ୍କ ପରିବାରକୁ ଯେପରି ଅଣଦେଖା କରାଯାଉଛି ଏହା ଏକ ଲଜ୍ୟା ଜନକ କଥା ବୋଲି କହିଥିଲେ। ସେନାମାନଙ୍କୁ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ଭାବେ ସମ୍ମାନ ସହ ବଞ୍ଚିବାର ଅଧିକାର ଦେବା ଦରକାର। ସେହି ପରି ସମାଜସେବୀ ଶ୍ରୀ ଶୁକ୍ଳା କହିଥିଲେ ଯେ ସେନା ଆମ ଦେଶର ମେରୁଦଣ୍ଡ, ଯାହାକୁ ସରକାର ଆଗାମୀ ଦିନରେ ସ୍ଵତନ୍ତ୍ର ଭାବେ ଦେଶ ଚଳାଇବା ପାଇଁ ସାହସ ଏବଂ ସହାନଭୂତି ଦେଖାଇବା ଦରକାର ବୋଲି କହିଥିଲେ। ଶେଷରେ ବିକାସ ସେନା ର ସଂଯୋଜକ ଚକ୍ରାନ୍ତ ଜେନା ଧନ୍ୟବାଦ୍ ଜଣାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାନବିକତା ଦେଖେଇଲେ ତିନିଜଣ ପୋଲିସ ଅଧିକାରୀ

masiha

ପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ କଲେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର.

masiha

ଡାବୁଗାଁ କେଲିଆ ଶୈବ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

masiha

Leave a Comment

error: Content is protected !!